-
World 116,720,396
WorldConfirmed: 116,720,396Active: 21,801,303Recovered: 92,325,911Death: 2,593,182 -
USA 29,593,704
USAConfirmed: 29,593,704Active: 8,874,812Recovered: 20,183,329Death: 535,563 -
India 11,192,088
IndiaConfirmed: 11,192,088Active: 180,267Recovered: 10,854,128Death: 157,693 -
Brazil 10,871,843
BrazilConfirmed: 10,871,843Active: 937,485Recovered: 9,671,410Death: 262,948 -
Russia 4,312,181
RussiaConfirmed: 4,312,181Active: 323,107Recovered: 3,900,348Death: 88,726 -
UK 4,207,304
UKConfirmed: 4,207,304Active: 938,476Recovered: 3,144,567Death: 124,261 -
Italy 3,023,129
ItalyConfirmed: 3,023,129Active: 456,470Recovered: 2,467,388Death: 99,271 -
Turkey 2,757,460
TurkeyConfirmed: 2,757,460Active: 119,711Recovered: 2,608,848Death: 28,901 -
Germany 2,493,887
GermanyConfirmed: 2,493,887Active: 122,190Recovered: 2,299,400Death: 72,297 -
Pakistan 588,728
PakistanConfirmed: 588,728Active: 17,352Recovered: 558,210Death: 13,166 -
China 89,962
ChinaConfirmed: 89,962Active: 173Recovered: 85,153Death: 4,636
ପ୍ରେମିକା ସହ ରୋମାନ୍ସ କରୁଥିବା ବେଳେ ପତ୍ନୀ ହାତରେ ଧରାପଡିବା ପରେ ବେଶ ଉତ୍ତମ ମଧ୍ୟମ ଖାଇଛନ୍ତି ଜଣେ ବ୍ୟକ୍ତି । ଏଥିରୁ ବର୍ତ୍ତିଯାଇନାହାନ୍ତି ପ୍ରେମିକା । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଭଳି ଏକ ସଙ୍ଗୀନ ଘଟଣା ରାଜସ୍ଥାନର ବାରନ ଜିଲ୍ଲାରେ ଦେଖିବାକୁ ମିଳିଛି ।
ତେବେ ଖବର ମୁତାବକ, ୨ଟି ଝିଅ ହେବାରୁ ପତ୍ନୀଙ୍କୁ ଛାଡି ପ୍ରେମିକା ସହ ରହୁଥିଲେ କମ୍ପାଉଣ୍ଡର ସ୍ୱାମୀ । ଗୋଟିଏ ବର୍ଷ ପରେ ବି ନ୍ୟାୟ ନ ମିଳିବାରୁ ଶେଷରେ ସ୍ୱାମୀଙ୍କ ଘରେ ପହଞ୍ଚିଥଲେ ପତ୍ନୀ । କିନ୍ତୁ ହଠାତ୍ କବାଟ ଖୋଲିଦେବାରୁ କମ୍ପାଉଣ୍ଡର ସ୍ୱାମୀଙ୍କୁ ତାଙ୍କ ପ୍ରେମିକା ସହ ରୋମାନ୍ସ କରୁଥିବାର ଦେଖିବାକୁ ପାଇଥିଲେ । ଏହା ପରେ ଆରମ୍ଭ ହୋଇଗଲା ମାରପିଟ୍ । ସ୍ୱାମୀ ସହିତ ତାଙ୍କ ପ୍ରେମିକାଙ୍କୁ ମଧ୍ୟ ବେଶ୍ ପିଟିଥିଲେ ମହିଳା ।
ପତ୍ନୀଙ୍କୁ ଛାଡି ପ୍ରେମିକା ସହ ରହିବା କମ୍ପାଉଣ୍ଡର ସ୍ୱାମୀଙ୍କୁ ବେଶ ମହଙ୍ଗା ପଡିଛି । ବୁଧବାର ଦିନ ହିଁ ମହିଳା ଜଣକ ନିଜ ସମ୍ପର୍କୀୟଙ୍କ ସହ ସ୍ୱାମିଙ୍କ ଘରେ ପହଞ୍ଚିଥିଲେ । ଘରର କବାଟ ଖୋଲିବା ପରେ ପ୍ରେମିକା ସହ ସ୍ୱାମୀଙ୍କୁ ଦେଖିବାକୁ ପରେ ସେ କ୍ରୋଧିତ ହୋଇଥିଲେ । ପ୍ରେମିକାକୁ ପିଟିବା ଦେଖି ସ୍ୱାମୀ ଜଣକ ଛାତ ଉପରକୁ ଦୌଡି ପଳାଉଥିଲେ । କିନ୍ତୁ ମହିଳା ଜଣକ ଦୁହିଁଙ୍କୁ ଘୋଷାଡି ଆଣି ପିଟିବା ଆରମ୍ଭ କରିଥିଲେ ।
ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ବେଳେ ଭିଡିଓ କିନ୍ତୁ ଖୁବ୍ ଭାଇରାଲ ହେବାରେ ଲାଗିଛି ।
Comments are closed.