fbpx

ହସଖୁସିରେ ଯାଉଥିଲେ ସ୍ଵାମୀ-ସ୍ତ୍ରୀ, ହଠାତ୍‌ ଫାଟିଗଲା ସ୍କୁଟି ଚକ, ତାପରେ

ଓଡ଼ିଶା ଭାସ୍କର ବ୍ୟୁରୋ: ସେମାନଙ୍କ ଦାମ୍ପତ୍ୟର ଗାଡ଼ି ଭଲ ଚାଲିଥିଲା। ସ୍କୁଟିରେ ବାହାରିଥିଲେ ସ୍ଵାମୀ-ସ୍ତ୍ରୀ। ହେଲେ ହଠାତ୍‌ ବିପଦ ଏମିତି ଆସିବ ବୋଲି କିଏ ଜାଣିଥିଲା! ରାସ୍ତା ମଝିରେ ଫାଟିଗଲା ସ୍କୁଟି ଚକ। ଆଉ ଏହି ଦୁର୍ଘଟଣାରେ ଆଖି ବୁଜିଲେ ସ୍ତ୍ରୀ। ଗୁରୁତର ଆହତ ସ୍ଵାମୀ ମେଡିକାଲରେ। ଏଭଳି ଏକ ଦୁର୍ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାରେ।

ସୂଚନା ଅନୁସାରେ ଜିଲ୍ଲାର ମୋରଡ଼ା ଥାନା ଝିଙ୍କିରିଆ ନିକଟରେ ଦମ୍ପତି ଯାଉଥିବା ସ୍କୁଟିର ଚକ ଫାଟିଗଲା। ଫଳରେ ସ୍ତ୍ରୀ ସୁଭଦ୍ରା କର ସ୍ଵାମୀ ରବୀନ୍ଦ୍ର କରଙ୍କୁ ଏକା କରି ଆରପାରିକୁ ଚାଲିଗଲେ। ଦୁହେଁ ବେଶ୍‌ ହସଖୁସିରେ ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଝିଞ୍ଜିପୁରା ଗାଁରୁ ନିଜ ଘର ବେତନଟୀ ଅଭିମୁଖେ ଆସୁଥିଲେ। ତେବେ ଝିଙ୍କିରିଆ ନିକଟରେ ସ୍କୁଟି ଚକ କାଳ ସାଜିଲା। ରାସଗୋବିନ୍ଦପୁର ଅଗ୍ନିଶମ ବିଭାଗ କର୍ମଚାରୀ ଉଭୟଙ୍କୁ ଉଦ୍ଧାର କରି ରାସଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ସୁଭଦ୍ରା ଆଖି ବୁଜି ଦେଲେ। ରବୀନ୍ଦ୍ରଙ୍କୁ ଚିକିତ୍ସା କରାଯାଉଛି।

Get real time updates directly on you device, subscribe now.