fbpx

’ଶବକୁ ସମ୍ମାନ’ ଅଭିଯାନ ପାଇଁ ଭଞ୍ଜନଗରର ୪ ଯୁବକଙ୍କୁ ମିଳିଲା ଜିଲ୍ଲାସ୍ତରୀୟ ସମ୍ମାନ

ଓଡ଼ିଶା ଭାସ୍କର ବ୍ୟୁରୋ: ସ୍ୱାଧୀନତା ଦିବସ ସମାରୋହରେ ଭଞ୍ଜନଗର ଅଞ୍ଚଳର ସ୍ଵେଚ୍ଛାସେବୀ ଅନୁଷ୍ଠାନକୁ ମିଳିଛି ଗଞ୍ଜାମ ଜିଲ୍ଲାସ୍ତରୀୟ ସମ୍ମାନ। ମହାମାରୀ କରୋନା ସମୟରେ ‘ଶବକୁ ସମ୍ମାନ’ ଦେବା ପାଇଁ  ‘ହେଲପିଙ୍ଗ ହ୍ୟାଣ୍ଡ’ ଅନୁଷ୍ଠାନର ସଦସ୍ୟମାନେ ଅଣ୍ଟା ଭିଡ଼ିଥିଲେ। ନିଜ ଜୀବନକୁ ବାଜି ଲଗାଇ ସାହସର ସହ ରୋଗୀ ସେବା ସମେତ ଶବ ସତ୍କାର କାର୍ଯ୍ୟ କରିଥିଲେ। କରୋନାରେ ମୃତ୍ୟୁ ହେଲେ ଶବକୁ ନିଜ ପରିବାର ଓ ଆତ୍ମୀୟ ମାନେ ଗ୍ରହଣ କରୁନଥିବା ବେଳେ ଅନୁଷ୍ଠାନର ସଦସ୍ୟମାନେ ସାହାଯ୍ୟର ହାତ ବଢ଼ାଇଥିଲେ।

ଛତ୍ରପୁର ଠାରେ ଅନୁଷ୍ଠିତ ଗଞ୍ଜାମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଗଞ୍ଜାମ ଜିଲ୍ଲାପାଳ, ବିଧାୟକ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରାୟ, ଖଣି ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ପ୍ରମୁଖ ଅନୁଷ୍ଠାନର ସଦସ୍ୟଙ୍କୁ ସମ୍ମାନିତ କରିଛନ୍ତି। ପ୍ରଶାନ୍ତ ପ୍ରଧାନ, କିରଣ କୁମାର ବିଷୋୟୀ, ଟିଟୁ ବହାଦୁର ଥାପ୍ପା ଓ ଭବାନୀ ଶଙ୍କର ପାଳ ପ୍ରମୁଖ ସମ୍ବର୍ଦ୍ଧିତ ହେବା ସହ ମାନପତ୍ର ଗ୍ରହଣ କରିଛନ୍ତି।

ଏହି ପରିପେକ୍ଷୀରେ  ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ, ସମାଜସେବୀ ଶୂଳପାଣି ଶତପଥି ଓ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ’ହେଲପିଙ୍ଗ ହ୍ୟାଣ୍ଡ’ର ସଦସ୍ୟମାନେ ଧନ୍ୟବାଦ ଜଣାଇଛନ୍ତି।

Get real time updates directly on you device, subscribe now.