fbpx

ସ୍ତ୍ରୀ ପୋଲିସ ତ ସ୍ୱାମୀ ଚୋର! ୫୦୦ରୁ ଅଧିକ ଗାଡି ଚୋରି କରିବା ପରେ ଏମିତି ଖୋଲିଲା ପୋଲ୍

ମଣିପୁର ପୋଲିସରେ କାର୍ଯ୍ୟରତ ଜଣେ ମହିଳା କନେଷ୍ଟବଳଙ୍କ କାର ଚୋରି କରୁଥିବା ସ୍ୱାମୀ ମହମ୍ମଦ ହବିବୁର ରହମାନଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଅଭିଯୁକ୍ତ ନିକଟରୁ ଦିଲ୍ଲୀରୁ ଚୋରି ହୋଇଥିବା ୧୦ଟି ଲଜ୍ଜରୀ କାର ଜବତ ହୋଇଛି । ଅଭିଯୁକ୍ତ ମହମ୍ମଦଙ୍କୁ ତାଙ୍କ ଗ୍ୟାଙ୍ଗ ସଦସ୍ୟ ରାଜୀବଙ୍କ ଦ୍ୱାରା ଗିରଫ କରାଯାଇଛି ।

ଡେପୁଟି କମିଶନର ମୋନିକା ଭରଦ୍ୱାଜ କହିଛନ୍ତି ଯେ, ୨ ଜୁଲାଇରେ ଶକ୍ତି ନଗର ଅଞ୍ଚଳରୁ ଏକ ବିଳାସପୂର୍ଣ୍ଣ କାର ଚୋରି ହୋଇଥିଲା । ସ୍ଥାନୀୟ ପୋଲିସ ସମେତ ସ୍ପୋଶାଲ ଷ୍ଟାଫ୍ ଇନ୍ସପେକ୍ଟର ସୁନୀଲ ଶର୍ମା ଏହି ଘଟଣାର ତଦନ୍ତ କରୁଥିଲେ । ତଦନ୍ତ ବେଳେ ମିଳିଥିବା ସିସିଟିଭି ଫୁଟେଜ ଜରିଆରେ ରାଜୀବ ନାମକ ଅପରାଧୀକୁ ପୋଲିସ ଚିହ୍ନଟ କରିଥିଲା । ୧୮ ଜୁଲାଇରେ ଚନ୍ଦଗିରାମ ଆଖଡା ନିକଟରୁ ରାଜୀବକୁ ପୋଲିସ ଧରିଥିଲା । ପଚରାଉଚରା ପରେ ପୋଲିସ ମହମ୍ମଦ ଓ ସାଗର ରାୟଙ୍କୁ ଗିରଫ କରିଥିଲା ।

ତେବେ ପଚରାଉଚରା ପରେ ଜଣାପଡିଛି ଯେ, ମହମ୍ମଦ ହବିବୁର ମଣିପୁରର ବାସିନ୍ଦା ହୋଇଥିବା ବେଳେ ତାଙ୍କ ପତ୍ନୀ ମଣିପୁର ପୋଲିସ ଷ୍ଟେସନରେ କନେଷ୍ଟବଳ ଭାବେ କାର୍ଯ୍ୟରତ । ମହମ୍ମଦ ଗ୍ରାମ ପ୍ରତିରକ୍ଷା ବାହିନୀରେ କାମ କରୁଥିଲେ, କିନ୍ତୁ ଅଧିକ ଟଙ୍କା କମାଇବା ଲୋଭରେ ସେ କାର ଚୋରି କରୁଥିଲେ । ସେ କେବଳ ନିର୍ଦ୍ଦେଶ ଅନୁସାରେ କାର ଚୋରି କରୁଥିବା ପୋଲିସକୁ କହିଛନ୍ତି । ଏହା ସହ ସେମାନେ ଉତ୍ତର-ପୂର୍ବ ରାଜ୍ୟରେ ପ୍ରାୟ ୫୦୦ ଗାଡି ଚୋରି କରି ବିକ୍ରି କରିଥିବା କହିଛନ୍ତି ।

Get real time updates directly on you device, subscribe now.