ସ୍ବାମୀକୁ ବାନ୍ଧି ସ୍ତ୍ରୀକୁ ହତ୍ୟା ଘଟଣା; ପାରିବାରିକ କଳହରୁ ନିଜେ ପିଟି ପିଟି କରିଥିଲା ହତ୍ୟା, ଆସିଲା ସାଙ୍ଘାତିକ ତଥ୍ୟ

କେରାପୁଟ: (ଓଡ଼ିଶା ଭାସ୍କର) ଜଙ୍ଗଲରେ ସ୍ବାମୀକୁ ବାନ୍ଧି ସ୍ତ୍ରୀକୁ ହତ୍ୟା ଘଟଣାର ପର୍ଦ୍ଦାଫାସ । ପାରିବାରିକ କଳହରୁ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଥିଲା ସ୍ବାମୀ । ୨ ସାଙ୍ଗଙ୍କ ସହାୟତାରେ ସ୍ତ୍ରୀକୁ ହତ୍ୟା ପରେ ନାଟକ ରଚିଥିଲା ସ୍ବାମୀ । ଅଭିଯୁକ୍ତ ସ୍ବାମୀ ସହ ୨ ସାଙ୍ଗ ଗିରଫ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ସୁନାବେଡ଼ା SDPO । ଗତକାଲି ହଣ୍ଡାଲତୋଟା ଜଙ୍ଗଲରେ ଘଟିଥିଲା ଜଘନ୍ୟ କାଣ୍ଡ ।

ସୂଚନା ଅନୁସାରେ, ସୋମବାର ସକାଳୁ ସୁଭଦ୍ରା ଯୋଜନାରେ ନିଜ ଆଧାର ଅପ ଡେଟ କରିବାକୁ ଆଧାର କେନ୍ଦ୍ରକୁ ସ୍ୱାମୀ ସ୍ତ୍ରୀ ଆସିଥିଲେ । ଆଧାର କେନ୍ଦ୍ରରେ କାମ ସାରି ନିଜ ବାଇକରେ ଘରକୁ ଫେରୁଥୁବା ସମୟରେ ରାସ୍ତା କଡ଼ରେ ୨ ସାଙ୍ଗଙ୍କ ସହାୟତାରେ ନିଜ ସ୍ତ୍ରୀକୁ ହତ୍ୟା କରାଥିଲା ସ୍ୱାମୀ । ହତ୍ୟା କରିବା ପରେ ନାଟକ ମୁତାବକ ସ୍ୱାମୀଙ୍କୁ ଟେକି ନେଇ ଏକ ନୀଳଗିରି ଗଛ ମୂଳେ ବାନ୍ଧି ଦେଇଥିଲେ ତାର ସାଙ୍ଗ ।

ସ୍ୱାମୀ ମହିନ୍ଦ୍ର ଅଭିନୟ କରି ପାଟି କରିଥିଲେ, ମହିନ୍ଦ୍ରଙ୍କ ପାଟି ଶୁଣି ଜଣେ ବାଟୋଇ ତାଙ୍କ ପାଖକୁ ଯାଇ ତାଙ୍କୁ ଉଦ୍ଧାର କରିଥିଲେ । ପରେ ଗ୍ରାମରେ ପହଞ୍ଚି ଘଟଣା ବିଷୟରେ କରିବା ପରେ ସ୍ତ୍ରୀ ସାବି ଖରାଙ୍କୁ ଖୋଜା ଖୋଜି କରିଥିଲେ । ଏହି ସମୟରେ ଏକ ଲଟା ବୁଦାରେ ସାବିଙ୍କ ମର ଶରୀର ଦେଖି ଗ୍ରାମବାସୀ ନନ୍ଦପୁର ପୋଲିସକୁ ଖବର ଦେଇଥିଲେ । ଖବର ପାଇବା ପରେ ଏକ ପୁଲିସ ଟିମ ଘଟଣା ସ୍ଥଳ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ।