fbpx

୧୩ ବର୍ଷ ସାନ ଅଟୋ ଡ୍ରାଇଭରକୁ ଭଲପାଇ ବସିଲେ କୋଟିପତିଙ୍କ ପତ୍ନୀ, ଘରୁ ୪୭ ଲକ୍ଷ ନେଇ ଛୁ’

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ କୋଟିପତିଙ୍କ ପତ୍ନୀ ନିଜଠାରୁ ୧୩ ବର୍ଷ ସାନ ଅଟୋ ରିକ୍ସା ଡ୍ରାଇଭର ସହିତ ଫେରାର୍ ମାରିଛନ୍ତି । ଅଭିଯୋଗ ହୋଇଛି କି, ମହିଳା ନିଜ ସହିତ ଘରୁ ୪୭ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଛନ୍ତି ।

ରିପୋର୍ଟ ମୁତାବକ, ଏହି ଘଟଣା ଇାନ୍ଦୋରର ଖଜରାନା ଅଞ୍ଚଳରେ ଘଟିଛି । ମହିଳାଙ୍କ ସ୍ୱାମୀ ପୋଲିସ ଷ୍ଟେସନରେ ପତ୍ନୀ ନିଖୋଜ ହେବା ଓ ଟଙ୍କା ଗାଏବ୍ ହେବାର ମାମଲା ରୁଜୁ କରିଛନ୍ତି । ପୋଲିସ ମାମଲାର ଛାନଭିନ୍ ଜାରି ରଖିଛି । ମିଳିଥିବା ଖବର ମୁତାବକ, ୧୩ ଅକ୍ଟୋବରରୁ ଅଭିଯୁକ୍ତ ମହିଳା ନିଖୋଜ ଅଛନ୍ତି । ପତ୍ନୀ ଘରକୁ ନଆସିବାରୁ କୋଟିପତି ସ୍ୱାମୀ ଥାନାର ଦ୍ୱାରସ୍ଥ ହୋଇଥିଲେ । ମହିଳାଙ୍କ ସ୍ୱାମୀ କୋଟି କୋଟି ଟଙ୍କାର ଜମି ମାଲିକ ଥିବା ବେଳେ ସେ ଘରେ ୪୭ ଲକ୍ଷ ଟଙ୍କା କ୍ୟାସ ରଖିଥିଲେ । ପତ୍ନୀଙ୍କ ସହ ଘରୁ ଟଙ୍କା ବି ଗାଏବ୍ ହୋଇଛି ।

ପୋଲିସର କହିବା ମୁତାବକ, ମହିଳାଙ୍କ ସହ ଫେରାର ମାରିଥିବା ଅଟୋରିକ୍ସା ଡ୍ରାଇଭରର ନାଁ ଇମରାନ ଓ ତାଙ୍କ ବୟସ ୩୨ ବର୍ଷ । ପୋଲିସ ଇମରାନଙ୍କ ସାଙ୍ଗ ଘରୁ ୩୩ ଲକ୍ଷ ଟଙ୍କା ଜବତ କରିଛି । କିନ୍ତୁ ଏପର୍ଯ୍ୟନ୍ତ ସୁଦ୍ଧା ମହିଳା ଓ ଅଟୋ ରିକ୍ସା ଚାଳକକୁ ଧରିବାରେ ଅସଫଳ ହୋଇଛି ପୋଲିସ ।

Get real time updates directly on you device, subscribe now.