CHARIDHAM

Video; ବାପଘରକୁ ଯିବା ପଡ଼ିଲା ମହଙ୍ଗା, ସ୍ତ୍ରୀକୁ ବାଇକ୍ ପଛରେ ବାନ୍ଧି ଗାଁରେ ଘୋଷାଡ଼ି ଘୋଷାଡ଼ି ନେଲା ସ୍ୱାମୀ

ଜୟପୁର: ରାଜସ୍ଥାନର ନାଗୌର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସ୍ତ୍ରୀକୁ ବାଇକ୍ ପଛରେ ବାନ୍ଧି ଗାଁ ରେ ଘୋଷାଡ଼ି ଘୋଷାଡ଼ି ନେଲା ସ୍ୱାମୀ। ଆଶ୍ଚର୍ଯ୍ୟର କଥା ହେଉଛି ଏହି ପୁରା ଘଟଣାର ସୁଟିଂ କରାଯାଇଥିଲା ଏବଂ ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସୋମବାର ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ପୋଲିସ ଉପରେ ପ୍ରଶ୍ନ ଉଠିଥିଲା। ଏହାପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତକୁ ଗିରଫ କରିଥିଲା। ତେବେ ଏ ନେଇ ପତ୍ନୀଙ୍କ ପକ୍ଷରୁ କୌଣସି ଅଭିଯୋଗ କରାଯାଇନାହିଁ।

ନାଗୌର ପୋଲିସର ସୂଚନା ଅନୁଯାୟୀ, ଗତ ମାସରେ ନହରସିଂହପୁରା ଗାଁରେ ଏହି ଘଟଣା ଘଟିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଜଣେ ମହିଳା ୧୦ ମାସ ତଳେ ପ୍ରେମ୍ ରାମ ମେଘୱାଲ (୩୨)ଙ୍କୁ ବିବାହ କରିଥିଲେ। ବିବାହ ପରେ ମହିଳା ଜଣକ ଅନେକ ଦିନ ଧରି ନିଜ ଭଉଣୀ ଘରକୁ ଯିବା ପାଇଁ ଜିଦ୍ କରୁଥିଲେ। କିନ୍ତୁ ସେ ତାଙ୍କୁ ପ୍ରତିଥର ମନା କରିଦେଇଥିଲେ। ଏହାସହ ଘରକୁ ଯିବାକୁ କହିବାରୁ ମଦ ପିଇ ମାଡ଼ ମାରୁଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଗତ ମାସରେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ନ ଜଣାଇ ନିଜ ଭଉଣୀଙ୍କୁ ଭେଟିବାକୁ ତାଙ୍କ ଘରକୁ ଯାଇଥିଲେ। ଏଥିରେ ସ୍ୱାମୀ ମେଘୱାଲ ଏତେ ରାଗି ଯାଇଥିଲେ ଯେ ସେ ବାଇକ୍ ନେଇ ଭାଉଜଙ୍କ ଘରେ ପହଞ୍ଚିଥିଲେ ଏବଂ ପରେ ପତ୍ନୀଙ୍କୁ ଟାଣି ହାତ ବାନ୍ଧି ଦେଇଥିଲେ। ଏହି ସମୟରେ ସେ ବାଇକ୍ ରେ ଦଉଡ଼ି ବାନ୍ଧି ଟାଣିବା ଆରମ୍ଭ କରିଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି, ପତ୍ନୀଙ୍କ ଭଉଣୀବ୍ୟତୀତ ଆଉ କେହି ତାଙ୍କୁ ଅଟକାଇବାକୁ ଚେଷ୍ଟା କରିନଥିଲେ ଭିଡିଓ ତିଆରି କରିବା ଆରମ୍ଭ କରିଥିଲେ।