କୁମାରୀତ୍ବ ପରୀକ୍ଷା ମହିଳାଙ୍କ ଗାରିମାର ମୌଳିକ ଅଧିକାରର ଦହନ : ଛତିଶଗଡ଼ ହାଇକୋର୍ଟ
କୁମାରୀତ୍ୱ ପରୀକ୍ଷା ଦାବି କରିବାରୁ ଭର୍ତ୍ସନା କଲେ ଛତିଶଗଡ଼ ହାଇକୋର୍ଟ ।
ନୂଆଦିଲ୍ଲୀ: ଛତିଶଗଡ଼ ହାଇକୋର୍ଟ ସ୍ୱାମୀଙ୍କ ଆବେଦନକୁ ଖାରଜ କରି ପତ୍ନୀଙ୍କ କୁମାରୀତ୍ୱ ପରୀକ୍ଷାର ଦାବିକୁ ଅସାମ୍ବିଧାନିକ ବୋଲି କହିଛନ୍ତି । କୁମାରିତ୍ବ ପରୀକ୍ଷା କରିବା ମହିଳାଙ୍କ ଅଧିକାରର ଉଲ୍ଲଂଘନ ବୋଲି କହିଛନ୍ତି । କୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ଯେ ଏପରି ଦାବି କେବଳ ମହିଳାଙ୍କ ମର୍ଯ୍ୟାଦାର ମୌଳିକ ଅଧିକାରର ଉଲ୍ଲଂଘନ ନୁହେଁ, ବରଂ ଏହା ସମ୍ବିଧାନର ଧାରା 21 ବିରୁଦ୍ଧ ଅଟେ ।
କଣ ରହିଥିଲା ମାମଲା- ଜୁଲାଇ ୨୦୨୪ରେ ରାୟଗଡ଼ର ପରିବାର ଅଦାଲତରେ ଦାୟର ହୋଇଥିବା ଏକ ମାମଲାରେ, ପତ୍ନୀ ପ୍ରତି ମାସରେ ୨୦,୦୦୦ ଟଙ୍କାର ମଧ୍ୟବର୍ତ୍ତୀକାଳୀନ ଭରଣପୋଷଣ ଦାବି କରିଥିଲେ । ଉଭୟ ୨୦୨୩ ଏପ୍ରିଲ ୩୦ ତାରିଖରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଥିଲେ । କିନ୍ତୁ ଖୁବ୍ ଶୀଘ୍ର ସମ୍ପର୍କରେ ଫାଟ ସୃଷ୍ଟି ହେଲା।
ସ୍ତ୍ରୀ ତାଙ୍କ ସ୍ୱାମୀଙ୍କ ଉପରେ ନପୁଂସକତାର ଅଭିଯୋଗ ଆଣିଥିଲେ, ଯେତେବେଳେ ସ୍ୱାମୀ କହିଥିଲେ ଯେ ସ୍ତ୍ରୀ ତାଙ୍କ ଭାଇଙ୍କ ସହିତ ଅବୈଧ ସମ୍ପର୍କ ରଖୁଥିଲେ । ଏହା ବ୍ୟତୀତ ସ୍ୱାମୀ କୋର୍ଟରୁ ତାଙ୍କ ସ୍ତ୍ରୀଙ୍କ କୁମାରୀତ୍ୱ ପରୀକ୍ଷା ଦାବି କରିଥିଲେ ।
ଫ୍ୟାମିଲି କୋର୍ଟରେ ଖାରଜ ହୋଇଥିଲା ଯାଚିକା- ସ୍ୱାମୀଙ୍କ ଆବେଦନକୁ ପରିବାର ଅଦାଲତ ଖାରଜ କରିଦେଇଥିଲାେ। ଯାହା ବିରୁଦ୍ଧରେ ସ୍ୱାମୀ ହାଇକୋର୍ଟରେ ଆବେଦନ କରିଥିଲେ । ଫୌଜଦାରୀ ସଂଶୋଧନର ଶୁଣାଣି ସମୟରେ ଜଷ୍ଟିସ୍ ଅରବିନ୍ଦ କୁମାର ବର୍ମାଙ୍କ ଖଣ୍ଡପୀଠ ଏହା ଉପରେ ଏକ ଗମ୍ଭୀର ମନ୍ତବ୍ୟ ଦେଇଥିଲେ ।
କୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ କୁମାରୀତ୍ୱ ପରୀକ୍ଷା ଅସାମ୍ବିଧାନିକ ଏବଂ ମହିଳାଙ୍କ ମର୍ଯ୍ୟାଦାର ଅଧିକାରକୁ ଉଲ୍ଲଂଘନ କରେ । ଏହା ସମ୍ବିଧାନର ଧାରା 21 (ଜୀବନ ଏବଂ ବ୍ୟକ୍ତିଗତ ସ୍ୱାଧୀନତାର ଅଧିକାର)ର ଉଲ୍ଲଂଘନ । ଯଦି ସ୍ୱାମୀ ତାଙ୍କ ବିରୁଦ୍ଧରେ ଅଭିଯୋଗକୁ ଭୁଲ ପ୍ରମାଣିତ କରିବାକୁ ଚାହାଁନ୍ତି, ତେବେ ସେ ନିଜର ଡାକ୍ତରୀ ପରୀକ୍ଷା କରାଇପାରିବେ । କିନ୍ତୁ ପତ୍ନୀଙ୍କ ଉପରେ ଏପରି ଅଭିଯୋଗ ଆଣିବା ବେଆଇନ ।