fbpx

ଯେଉଁ ପତ୍ନୀ ତାଙ୍କର ସ୍ୱାମୀ, ଶାଶୁ-ଶ୍ୱଶୁରଙ୍କୁ ଗାଳି ଦେବା ସହ ଅପଶବ୍ଦ ପ୍ରୟୋଗ କରନ୍ତି ସେ ତଲାକ୍ ପାଇବା ହକଦାର: ହାଇକୋର୍ଟ

Advertisement

ନୂଆଦିଲ୍ଲୀ: ଆମ ସମାଜରେ ବିଭିନ୍ନ ମନୋଭାବର ଲୋକମାନେ ବସବାସ କରିଥାନ୍ତି । ଏପରି ସ୍ଥଳେ କିଛି ଦମ୍ପତିଙ୍କର ଦାମ୍ପତ୍ୟ ଜୀବନ ସୁରୁଖୁରୁରେ ଚାଲିଥିବା ବେଳେ ଆଉ କେତେକଙ୍କ ଜୀବନରେ କେବଳ କଳି ଝଗଡ଼ା ଦେଖିବାକୁ ମିଳିଥାଏ । ଅନେକ ସମୟରେ ଯେତେବେଳେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୁଏ, ସେତେବେଳେ ପତ୍ନୀ ନିଜର ଶାଶୁ-ଶ୍ୱଶୁର ଓ ପତିଙ୍କୁ ଗାଳି ଦେଇଥାନ୍ତି । ଏଥିସହିତ ଅପଶବ୍ଦର ପ୍ରୟୋଗ ମଧ୍ୟ କରିଥାନ୍ତି ।

ତେବେ ଏପରି ଏକ ମାମଲାରେ ଫ୍ୟାମିଲି କୋର୍ଟ ପତିଙ୍କୁ ତଲାକ ନେବାକୁ ମୁଞ୍ଜୁରୀ ପ୍ରଦାନ କରିଥିଲେ । ଏହି ନିଷ୍ପତ୍ତି ବିରୁଦ୍ଧରେ ପତ୍ନୀ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେଠାରେ ମଧ୍ୟ ପତିଙ୍କର ବିଜୟ ହୋଇଥିଲା । ସୂଚନା ମୁତାବକ, ଜଣେ ପତି ତାଙ୍କର ପତ୍ନୀଙ୍କ ଦ୍ୱାରା ଅତ୍ୟାଚାରିତ ହେବା ପରେ ଏହି ମାମଲା ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଥିଲା ।

କୋର୍ଟ ଏହି ମାମଲାର ଶୁଣାଣି କରି କହିଥିଲେ, ପ୍ରତ୍ୟେକ ବ୍ୟକ୍ତିଙ୍କର ସମ୍ମାନର ସହ ବଞ୍ଚିବାର ଅଧିକାର ରହିଛି । ସେଥିପାଇଁ ପତିଙ୍କର ତଲାକ ନେବାର ନିଷ୍ପତ୍ତି ଯଥାର୍ଥ ଅଟେ । ଫ୍ୟାମିଲି କୋର୍ଟଙ୍କ ଆଦେଶ ପରେ ଏହି ମାମଲା ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଥିଲା । ପାରିବାରିକ ଅଦାଲତ ପତିଙ୍କୁ ତାଙ୍କ ପତ୍ନୀଙ୍କଠାରୁ ତଲାକ ନେବାକୁ ମଞ୍ଜୁରୀ ଦେଇଥିଲେ । ଏହି ନିଷ୍ପତ୍ତି ବିରୋଧରେ ପତ୍ନୀ ହାଇକୋର୍ଟରେ ଅପିଲ କରିଥିଲେ ।

ଗତ ବର୍ଷ ଜୁଲାଇ ମାସରେ ଫ୍ୟାମିଲି କୋର୍ଟ ଏହି ମାମଲାର ନିଷ୍ପତ୍ତି ଶୁଣାଇଥିଲେ । ପତ୍ନୀଙ୍କ ବ୍ୟବହାର ତାଙ୍କ ସ୍ୱାମୀ ଓ ଶାଶୁ-ଶ୍ୱଶୁରଙ୍କୁ ଠିକ୍ ଲାଗି ନଥିବା ନେଇ ପତି ପ୍ରମାଣିତ କରିଥିଲେ । ମହିଳା ଜଣଙ୍କ କ୍ରମାଗତ ଭାବେ ତାଙ୍କ ପତିଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଏହି ଆଧାରରେ ପାରିବାରିକ ଅଦାଲତ ପତିଙ୍କୁ ତଲାକ ନେବାକୁ ମଞ୍ଜୁରୀ ପ୍ରଦାନ କରିଥିଲେ ।

Get real time updates directly on you device, subscribe now.