fbpx
BJD SKY
BJD SKY

ପାଦ ଛୁଇଁ ନିର୍ବାଚନ ଜିତିବ କଂଗ୍ରେସ ? ଟାର୍ଗେଟ୍ ଏକ ଲକ୍ଷ ଲୋକ, ଏହି ରାଜ୍ୟରୁ ହେବ ଆରମ୍ଭ

BJD

ନୂଆଦିଲ୍ଲୀ:  ନିର୍ବାଚନ ଜିତିବା ପାଇଁ କଂଗ୍ରେସର ନୂତନ ଫର୍ମୁଲା। ଦଳ ଲୋକଙ୍କ ପାଦ ଛୁଇଁ ନିର୍ବାଚନୀ ବୈତରଣୀ ପାରି ହେବାକୁ ଯୋଜନା କରିଛି। ଏଥିରେ ପାର୍ଟି ଏକ ଲକ୍ଷ ଲୋକଙ୍କ ପାଦ ଛୁଇଁବାକୁ  ଯୋଜାନ କରିଛି। ଏହା ତେଲେଙ୍ଗାନାରୁ ଆରମ୍ଭ ହେବାକୁ ଯାଉଛି। ଫଳରେ ଲେଙ୍ଗାନାର ମୁନୁଗୋଡେ ବିଧାନସଭା ଆସନରେ ହେବାକୁ ଥିବା ନିର୍ବାଚନ ଆହୁରି ରୋଚକ ହେବାକୁ ଯାଉଛି। ନିର୍ବାଚନ କ୍ଷେତ୍ରରେ କଂଗ୍ରେସ ପାର୍ଟିର ପ୍ରତିନିଧି ଏକ ଲକ୍ଷ ଲୋକଙ୍କ ପାଦ ଛୁଇଁବା ପାଇଁ ଯୋଜନା କରିଛନ୍ତି। ତେଲେଙ୍ଗାନା ରାଜ୍ୟ କଂଗ୍ରେସ କମିଟି(ଟିପିସିସି)ର ସଭାପତି ତଥା କଂଗ୍ରେସ ସାଂସଦ ଏ ରେବନ୍ତ ରେଡ୍ଡୀ ରବିବାର ଏହାର ସୂଚନା ଦେଇଛନ୍ତି। ଉଲ୍ଲେଖନୀୟ ନିକଟରେ ମୁନୁଗୋଡେ ଆସନରୁ କଂଗ୍ରେସର ବିଧାୟକ କେ ରାଜଗୋପାଳ ରେଡ୍ଡୀ ବିଜେପିରେ ଯୋଗ ଦେଇଥିଲେ। ଦଳ ବଦଳ ନୀତିରେ ସେ ବିଧାୟକ ପଦ ହରାଇଥିଲେ। ତେଣୁ ଉକ୍ତ ଆସନରେ ନିର୍ବାଚନ କରିବାକୁ ଆବଶ୍ୟକ ପଡିଥିଲା।

କଂଗ୍ରେସ ପାଦ ଛୁଆଁ କାର‌୍ୟ୍ୟକ୍ରମ ସେପ୍ଟେମ୍ବର ୧୭ରୁ ଆରମ୍ଭ କରିବାକୁ ଯାଉଛି। ରେବନ୍ତ ରେଡ୍ଡୀ କହିଛନ୍ତି, ତେଲେଙ୍ଗାନାକୁ ସେପ୍ଟେମ୍ବର ୧୭ରେ ସ୍ଵାଧୀନତା ମିଳିଥିଲା। ଏହା ହେଉଛି ସେହି ଦିନ ଯେବେ ଆମେ ନିଜର ସ୍ଵାଧୀନତା ହାସଲ କରିଥିଲୁ। ଏହା ରାଜ୍ୟ ପାଇଁ ଶୁଭ ଦିନ। ଏଥିପାଇଁ ଆମେ କଂଗ୍ରେସ ପାର୍ଟି ବିଷୟରେ ଜନତାଙ୍କୁ ଜଣାଇବା ପାଇଁ ଏହି କାର‌୍ୟ୍ୟକ୍ରମ ଆରମ୍ଭ କରୁଛୁ। ଏହାକୁ ‘ଗଣତନ୍ତ୍ରକୁ ସଲାମ’ ନାମ ଦେଇଛୁ।

କଂଗ୍ରେସ ସାଂସଦ ରେଡ୍ଡୀ କହିଛନ୍ତି, ମୋଦୀ ଏବଂ କେସିଆର ଟଙ୍କାର ଦୁରୁପଯୋଗ କରି ଗଣତନ୍ତ୍ରକୁ ନଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି। କିନ୍ତୁ ଏହା ଭୁଲିଯିବା ଉଚିତ୍ ନୁହେଁ ଯେ, ଏଠାକାର ଲୋକେ ନିଜାମଙ୍କ ବିରୋଧରେ ଲଢେଇ କରି ସ୍ଵାଧୀନତା ହାସଲ କରିଛନ୍ତି। ବିଜେପି ଏବଂ ଟିଆରଏସ ମୁନୁଗୋଡେ ନିର୍ବାଚନ ମଣ୍ଡଳୀରେ ୧୦୦୦ କୋଟି ଟଙ୍କା ଖର୍ଚ୍ଚ କରି ଗଣତନ୍ତ୍ରର ହତ୍ୟା କରିବାକୁ ଚାହୁଁଛନ୍ତି। ଏବେ ଆମର ୧୦୦୦ କଂଗ୍ରେସ କର୍ମୀ ଏକ ଲକ୍ଷ ଲୋକଙ୍କ ପାଦ ଛୁଇଁବେ। ପିସିସି ଅଧ୍ୟକ୍ଷ ହୋଇଥିବାରୁ ମୁଁ ମଧ୍ୟ ଏଥିରେ ଅଂଶଗ୍ରହଣ କରୁଛି।

Get real time updates directly on you device, subscribe now.