fbpx
BJD SKY
BJD SKY

ହାର୍ଦ୍ଦିକ ହେବେ ଟିମ ଇଣ୍ଡିଆର ଅଧିନାୟକ? ଶୁଣନ୍ତୁ କଣ କହିଲେ ଲିଟିଲ ମାଷ୍ଟର

BJD

ନୂଆଦିଲ୍ଲୀ: ସରିଯାଇଛି ଆଇପିଏଲ-୨୦୨୨ ମହାଯୁଦ୍ଧ । ଯୁଦ୍ଧରେ ମହା ମହାରଥୀଙ୍କୁ ପରାସ୍ତ କରି ଚମ୍ପିଆନର ମୁକୁଟ ପିନ୍ଧିଛି ଚଳିତ ବର୍ଷର ଡେବ୍ୟୁ ଟିମ ଗୁଜୁରାଟ ଟାଇଟନ୍ସ । ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଦଳ ଏହି ଟ୍ରଫି ହାସଲ କରିଛି । ତେବେ ଏହାପରେ ତାଙ୍କ ନେତୃତ୍ୱ ଶୈଳୀକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏପରିକି ଆଗାମୀ ସେ ଦଳର ଅଧିନାୟକ ଭାର ସମ୍ଭାଳିପାରନ୍ତି ବୋଲି ମଧ୍ୟ ଆଶା କରାଯାଉଛି । ତେବେ ଏ ନେଇ ଏକ ମନ୍ତବ୍ୟ ଦେଇଛନ୍ତି ଇଣ୍ଡିଆନ ଟିମର ପୂର୍ବତନ କ୍ରିକେଟର ତଥା ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର ।

Metamorphosis of Hardik Pandya – Once the Find of IPL, Now Its Crowning Jewel

ସିଜନ ଆରମ୍ଭରୁ ଦଳକୁ ଦୁର୍ବଳ ଏବଂ ଅନଭିଜ୍ଞ ଭାବେ ଚର୍ଚ୍ଚା ହେଉଥିବା ବେଳେ ସିନିୟର ଦଳଗୁଡିକୁ ପଛରେ ପକାଇ ହାର୍ଦ୍ଦିକ ରଚିଛନ୍ତି ଇତିହାସ । ଫାଇନାଲ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୭ ୱିକେଟରେ ହରାଇ ଟାଇଟଲକୁ ନିଜ ନାମରେ କରିଛି ଗୁଜୁରାଟ । ଜଣେ ଖେଳାଳି ଏବଂ ଜଣେ ଅଧିନାୟକ ଭାବରେ ନିଜକୁ ପ୍ରମାଣିତ କରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ତାଙ୍କ ନେତୃତ୍ୱର ଏହି ଝଲକ ଦେଖିବା ପରେ ତାଙ୍କୁ ଭାରତୀୟ ଦଳର ଅଧିନାୟକ ପଦ ପାଇଁ ଆଉ ଏକ ସୁନ୍ଦର ବିକଳ୍ପ ବୋଲି କହିଛନ୍ତି ସୁନୀଲ ଗାଭାସ୍କର । ସମ୍ପୂର୍ଣ୍ଣ ସିଜନରେ ପାଣ୍ଡ୍ୟାଙ୍କ ନେତୃତ୍ୱର ଗୁଣଗୁଡିକୁ ସେ ଖୁବ ପ୍ରଶଂସା କରିଛନ୍ତି । ଗୋଟିଏ ଟିମକୁ ସଠିକ ଭାବରେ ଲିଡ କରି ଟାଇଟଲ ଜିତାଇଛନ୍ତି ହାର୍ଦ୍ଦିକ । ଏଥିରୁ ଜଣାପଡୁଛି ଯେ, ତାଙ୍କ ନିକଟରେ ନେତୃତ୍ୱ ନେବାର ଗୁଣ ରହିଛି । ତେଣୁ ଭାରତୀୟ ଦଳ ପାଇଁ ମଧ୍ୟ ସେ ଜଣେ ଅଧିନାୟକ ଭାବେ ଭଲ ପ୍ରଦର୍ଶନ କରିପାରିବେ ବୋଲି ଗାଭାସ୍କର ମତ ରଖିଛନ୍ତି ।

Hardik Pandya: IPL's find becomes its superstar - Firstcricket News, Firstpost

ଫିଲ୍ଡରେ ପ୍ରାୟ ସମୟରେ ଆଗ୍ରେସିଭ ନଜର ଆସୁଥିବା ହାର୍ଦ୍ଦିକ ଚଳିତ ସିଜନରେ ସମ୍ପୂର୍ଣ୍ଣ ଶାନ୍ତ ରହିଥିଲେ । ପ୍ରତ୍ୟେକଟି ପରିସ୍ଥିତିରେ ନିଜ ଆଗ୍ରେସନ ସହିତ ଦଳକୁ ନିୟନ୍ତ୍ରଣ କରିବାରେ ସେ ସଫଳ ହୋଇଛନ୍ତି । ଏହା ସହିତ ଟିମର ସଦସ୍ୟମାନଭ୍କ ପ୍ରତି ଥିବା ତାଙ୍କର ବିଶ୍ୱାସ ଦଳକୁ ଟାଇଟଲ ଜିତାଇବାରେ ଖୁବ ସହାୟକ ହୋଇଛି । ଏହା ବ୍ୟତୀତ ଚଳିତ ସିଜନରେ ବଲ ଏବଂ ବ୍ୟାଟ ପ୍ରତ୍ୟେକରେ ନିଜକୁ ଫିଟ ପ୍ରମାଣ କରି ଦେଖାଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ।

Get real time updates directly on you device, subscribe now.