fbpx

ମାଲିକଙ୍କୁ ଟିଫିନ ଦେବା ପାଇଁ ୨ କିଲୋମିଟର ଚାଲି ଚାଲି ଗଲା କୁକୁର

କୁକୁର ଓ ମଣିଷର ସମ୍ପର୍କ ସମ୍ପୂର୍ଣ୍ଣ ଭିନ୍ନ । ନିଜ ମାଲିକ ପାଇଁ କିଛି ବି କରିପାରେ ପୋଷା କୁକୁର, ଏହାର ଆଉ ଏକ ଉଦାହରଣ ଏବେ ସୋଶିଆଲ ମିଡିଆରେ ଘୁରି ବୁଲୁଛି । ବ୍ୟସ୍ତବହୁଳ ଜୀବନରେ ଚାଲିବାକୁ କଷ୍ଟ ହୁଏ ବୋଲି ମଣିଷ କାର୍ ଓ ବାଇକ ବ୍ୟବହାର କରୁଥିବା ସମୟରେ ଏ କୁକୁର ନିଜ ମାଲିକଙ୍କ ପାଇଁ ୨ କିଲୋମିଟର ଚାଲି ଚାଲି ଟିଫିନ ଦେବାକୁ ଯାଉ ଥିବାର ଦୃଶ୍ୟ ସାମ୍ନାକୁ ଆସିଛି ।

ଏକ କୁକୁରର ତା ମାଲିକ ପାଇଁ ଏମିତି କର୍ତ୍ତବ୍ୟ ଆଉ ଭଲପାଇବାର ପ୍ରମାଣ ଏହି ଭିଡିଓ, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଜର୍ମାନ ସେଫର୍ଡ କୁକୁରଟିର ନାମ ସିରୋ ବୋଲି ଭିଡିଓରୁ ଜଣା ପଡ଼ିଛି । ସେ ପ୍ରତ୍ୟେକ ଦିନ ୨ କିଲୋମିଟର ଦୂର ନିଜ ମାଲିକଙ୍କ ଅଫିସକୁ ଚାଲି ଚାଲି ଖାଦ୍ୟ ଦେବାକୁ ଯାଇଥାଏ । ଭିଡିଓଟି ଦେଖିଲେ ଏହା କେଉଁ ଏକ ପାହାଡିଆ ଅଞ୍ଚଳର ବୋଲି ଜଣା ପଡ଼ୁଛି । ଏହି ଭିଡିଓରେ କୁକୁରଟି ଗାଡ଼ି ଦେଖି ରାସ୍ତାର ପାଶ୍ୱର୍କୁ ଚାଲିଯାଉଥିବାର ମଧ୍ୟ ଦେଖିବାକୁ ମିଳିଛି ।

 

View this post on Instagram

 

A post shared by Pinkvilla (@pinkvilla)

ଏହି ଭିଡିଓକୁ ୨ଲକ୍ଷରୁ ଅଧିକ ଲୋକ ଦେଖି ସାରିଥିବାବେଳେ ଏହାକୁ ନେଇ ଅନେକ ୟୁଜର ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ କରିଛନ୍ତି । କିଛି ଲୋକ ଏହି ଭିଡିଓକୁ କ୍ୟୁଟ କହିଥିବା ବେଳେ “ଏଭଳି ନିରୀହ ପଶୁକୁ ରାସ୍ତାରେ ଏକା ଛାଡ଼ିବା ସୁରକ୍ଷିତ ନୁହେଁ କମେଣ୍ଟରେ କହିଛନ୍ତି ଜଣେ ମହିଳା । ଆଉ ଜଣେ କମେଣ୍ଟରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ ଏହା ପଶୁ ମାନଙ୍କ ଉପରେ ଅତ୍ୟାଚାର ।

Get real time updates directly on you device, subscribe now.