fbpx
BJD SKY
BJD SKY

୧୬ ବର୍ଷରୁ ପ୍ରତି ସପ୍ତାହରେ କନିଆ ସାଜୁଛନ୍ତି ଏହି ପାକିସ୍ତାନୀ ମହିଳା: କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

BJD

ଇସଲାମାବାଦ: ପଡୋଶୀ ଦେଶ ପାକିସ୍ତନାର ଜଣେ କନିଆ ଏବେ ସାରା ଦୁନିଆ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଏହି କନ୍ୟାଙ୍କ ନାଁ ହୀରା ଜିଶାନ ବୋଲି ଜଣାପଡିଛି । ସେ ପ୍ରତି ସପ୍ତାହରେ କନିଆ ବେଶରେ ସଜେଇ ହୁଅନ୍ତି, ଯାହାକୁ ନେଇ ସେ ଏବେ ଚର୍ଚ୍ଚିତ ।

A Pakistani woman becomes a bride every week, you will be surprised if you know the reason - NDUP News

 

କନିଆ ଭାବେ ସଜେଇ ହୋଇ ଜିଶାନ ନିଜ ହାତରେ ମେହେନ୍ଦୀ ମଧ୍ୟ ଲଗାନ୍ତି । ସେ ଏହି ଖାସ୍ ଅବସରରେ ଷ୍ଟାଇଲିସ୍ ଗହଣା ପିନ୍ଧନ୍ତି । ସେ ପ୍ରତିଟି ମାମଲାରେ ଯେକୌଣସି ନୂଆ କନ୍ୟାଙ୍କୁ ଟକ୍କର ଦେଇପାରିବେ ।

ଜିଶାନଙ୍କ ବୟସ ଏବେ ୪୨ ବର୍ଷ ହୋଇଛି । ସେ ପ୍ରତି ଶୁକ୍ରବାର ଦିନ କନିଆ ଭାବେ ସଜେଇ ହୁଅନ୍ତି । ୧୬ ବର୍ଷରୁ ଏପରି କେଉଁ ଶୁକ୍ରବାର ନାହିଁ, ଯେଉଁଦିନ ସେ କନିଆ ଭାବେ ସଜେଇ ହୋଇନାହାନ୍ତି ।

ହୀରା ଜିଶାନ କନିଆ ହେବ ପଛରେ ଏକ ହୃଦୟସ୍ପର୍ଶୀ କାହାଣୀ ରହିଛି । ଜିଶାନଙ୍କ କହିବା ମୁତାବକ, ୧୬/୨୭ ବର୍ଷ ପୂର୍ବେ ତାଙ୍କ ମା’ ବହୁତ ଅସୁସ୍ଥ ହୋଇପଡିଥିଲେ । ଜିଶାନଙ୍କୁ କନିଆ ବେଶରେ ବାହାହେଉଥିବାର ଦେଖିବାକୁ ମା’ଙ୍କର ଶେଷ ଇଛା ଥିଲା ।

ମା’ଙ୍କ ଶେଷ ଇଛା ପୂରଣ କରିବାକୁ ଜିଶାନଙ୍କ ବାହାଘର ମେଡିକାଲରେ ହୋଇଥିଲା । ମେଡିକାଲରେ ତାଙ୍କ ମା’ଙ୍କୁ ରକ୍ତ ଦେଇଥିବା ଯୁବକଙ୍କୁୁ ସେ ବିବାହ କରିଥିଲେ । ମା’ଙ୍କ ଖୁସି ପାଇଁ ସେ ବିବାହ କରିଥିଲେ । ମେଡିକାଲରେ ବାହାଘର ହୋଇଥିବାରୁ ସବୁକିଛି ସାଧାରଣ ଭାବେ ହୋଇଥିଲା । ସେ ରିକ୍ସାରେ ବସି ବିଦା ହୋଇଥିଲେ ।

ଜିଶାନ ନିଜ ବାହାଘର ଦିନ ଭଲରେ ମେକଅପ୍ ବି ହୋଇନଥିଲେ । କେହି ବି ତାଙ୍କର ମେକଅପ୍ କରିନଥିଲେ । ବାହାଘର ପରେ ତାଙ୍କର ୬ ସନ୍ତାନ ଜନ୍ମ ହୋଇଥିଲେ, କିନ୍ତୁ ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ମା’ ଓ ଛୁଆଙ୍କ ଦୁଃଖ ଦୂର କରିବାକୁ ସେ ପ୍ରତି ସପ୍ତାହର ଶୁକ୍ରବାର ଦିନ କନିଆ ବେଶରେ ସଜେଇ ହୁଅନ୍ତି ।

Get real time updates directly on you device, subscribe now.