fbpx

୧୫ ବର୍ଷ ପରେ ଭାରତ-ପାକିସ୍ତାନ ଖେଳିବେ ଟେଷ୍ଟ ସିରିଜ? BCCIର ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ସୀମାକୁ ନେଇ ଚାଲିଥିବା ବିବାଦର ପ୍ରଭାବ କ୍ରିକେଟ ମଇଦାନରେ ଦେଖିବାକୁ ମିଳିଛି । ଯାହା ଫଳରେ ଦୀର୍ଘ ବର୍ଷରୁ ଉଭୟ ଦେଶ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳାଯାଇ ନାହିଁ । ଏପରିକି ଭାରତ-ପାକିସ୍ତାନ ମଧ୍ୟରେ ଗତ ୧୫ ବର୍ଷରୁ ଟେଷ୍ଟ ସିରିଜ ଖେଳାଯାଇ ନାହିଁ । କେବଳ ଆଇସିସି ଇଭେଣ୍ଟରେ ଏହି ଦୁଇ ଦଳ ଭିତରେ ମୁହାଁମୁହିଁ ହୋଇଥାଏ । ତେବେ ରିପୋର୍ଟ ଅନୁସାରେ, ଖୁବଶୀଘ୍ର ଏହି ଦୁଇ ଚିର ପ୍ରତିଦ୍ୱନ୍ଦୀ ମଧ୍ୟରେ ଖେଳା ଯାଇପାରେ ଟେଷ୍ଟ ସିରିଜ । ଏ ନେଇ ବିସିସିଆଇ ପକ୍ଷରୁ ମଧ୍ୟ ଏକ ବଡ ନିଷ୍ପତ୍ତି ଶୁଣିବାକୁ ମିଳିଛି ।

ରିପୋର୍ଟ ଅନୁସାରେ, ଭାରତ-ପାକିସ୍ତାନ ମଧ୍ୟରେ ଏକ ନ୍ୟୁଟ୍ରାଲ ଟେଷ୍ଟ ସିରିଜ ପାଇଁ ପିସିବିର ମୁଖ୍ୟ ନଜମ ସେଠୀ ଆଗ୍ରହ ଦେଖାଇଛନ୍ତି । ତେବେ ଏକ ନ୍ୟୁଟ୍ରାଲ ଭେନ୍ୟୁରେ ଏହି ଟେଷ୍ଟ ସିରିଜ ଖେଳାଯିବ ବୋଲି ପିସିବି ମୁଖ୍ୟ ପ୍ରସ୍ତାବ ଦେଇଥିଲେ । ତେବେ ବିସିସିଆଇ ଏ ପ୍ରସଙ୍ଗରେ ପଛଘୁଞ୍ଚା ଦେଇଛି । ବିସିସିଆଇ ପକ୍ଷରୁ କଚହାଯାଇଛି ଯେ, ନିକଟ ଭବିଷ୍ୟତରେ ଆମର ଏପରି କୌଣସି ଯୋଜନା ନାହିଁ । କାରଣ ପାକିସ୍ତାନ ବିପକ୍ଷରେ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳିବା ପାଇଁ ଭାରତ ପ୍ରସ୍ତୁତ ନାହିଁ । ତେବେ ନିକଟରେ ପିସିବି ମୁଖ୍ୟ ନଜମ ସେଠୀ କହିଥିଲେ ଯେ, ମୋତେ ଲାଗୁଛି, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକାରେ ଦ୍ୱିପାକ୍ଷିକ ଟେଷ୍ଟ ସିରିଜ ଖେଳାଯାଇ ପାରିବ । ଅଷ୍ଟ୍ରେଲିଆ ଷ୍ଟାଡିୟମ ଏଥିପାଇଁ ଉପଯୁକ୍ତ ହୋଇପାରିବ ।

ସୂଚନା ଥାଉ କି, ଭାରତ-ପାକିସ୍ତାନ ବିପକ୍ଷରେ ଶେଷ ଥର ପାଇଁ ୨୦୧୨ ମସିହାରେ ଦ୍ୱିପାକ୍ଷିକ ସିରିଜ ଖେଳାଯାଇଥିଲା । ପାକିସ୍ତାନର ଏହି ଭାରତ ଗସ୍ତରେ ୩ଟି ଦିନିକିଆ ଏବଂ ୩ଟି ଟି-୨୦ ମ୍ୟାଚ ଖେଳାଯାଇଥିଲା । ତେବେ ଏହାପରେ ସୀମା ବିବାଦକୁ ନେଇ ଉଭୟ ଦେଶ ମଧ୍ୟରେ କୌଣସି ସିରିଜ ଖେଳାଯାଇ ନାହିଁ । କେବଳ ଆଇସିସି ଇଭେଣ୍ଟରେ ହିଁ ଉଭୟ ଦେଶ ମଧ୍ୟରେ ହାଇଭୋଲ୍ଟେଜ ମ୍ୟାଚ ଦେଖିବାକୁ ମିଳିଥାଏ ।

Get real time updates directly on you device, subscribe now.