fbpx

ସ୍କିନ ପାଇଁ ବ୍ୟବହାର କରନ୍ତୁ ବିୟର: ଜାଣନ୍ତୁ କିପରି

ବିୟର ପିଇବା ସ୍ୱାସ୍ଥ୍ୟ ପାଇଁ ଭଲ କିମ୍ବା ଭଲ ନୁହେଁ ତାକୁ ନେଇ ଆମ ମନରେ ସବୁବେଳେ ପ୍ରଶ୍ନ। କିନ୍ତୁ ଏହାର ଅତ୍ୟଧିକ ମାତ୍ରା ପିଇବା ସବୁବେଳେ ଶରୀର ପାଇଁ ହାନିକାରକ ହୋଇଥାଏ। ବିୟର ପିଇବା କେବଳ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ନୁହେଁ ବରଂ ଚେହେରା ପାଇଁ ମଧ୍ୟ ବେଶ୍‌ ଲାଭକାରୀ। କିନ୍ତୁ ଅନେକ ବିୟୁଟି ଏକ୍ସପର୍ଟ ବିୟର ପିଇବା ଯୋଗୁଁ ତ୍ୱଚାରେ ସୁନ୍ଦରତା ବଢିଥାଏ ବୋଲି ମତ ରଖିଛନ୍ତି। ଆସନ୍ତୁ ଜାଣିବା ବିୟର ପିଇଲେ କ’ଣ ହୋଇଥାଏ ଲାଭ..

– ଅଳ୍ପ ବିଅରରେ ଲେମ୍ବୁ ରସ ମିଶାଇ ତ୍ୱଚାରେ ଲଗାଇବା ପରେ ଶୁଖିଗଲେ କିଛି ସମୟ ପାଇଁ ଛାଡିଦିଅନ୍ତୁ। ଏପରି କଲେ ତ୍ୱଚାର ରଙ୍ଗ ଉଜ୍ୱଳ ହେବା ସହ ଡାର୍କ ସର୍କଲ ଦୂର ହୋଇଥାଏ।

– ଅଧା ଚାମଚ ଦହି, ୨ ଚାମଚ ବିୟର, ଜେତୁନ ତେଲ ଏବଂ ବାଦାମ ପେଷ୍ଟ ମିଶାଇ ମୁହଁରେ ମସାଜ କରନ୍ତୁ। ୫ ମିନିଟ ମସାଜ କରିବା ପରେ ଧୋଇଦିଅନ୍ତୁ। ଏପରି କଲେ ଚେହେରାରେ ଉଜ୍ୱଳତା ବଢିବା ସହିତ ଚମକ ବଢିଥାଏ।

– ଅଣ୍ଡାର ଧଳା ଅଂଶ ସହିତ ଅଧ ଚାମଚ ବିୟର ମିଶାଇ ମୁହଁରେ ଲଗାଇବା ପରେ ଶୁଖିବା ପାଇଁ ଛାଡିଦିଅନ୍ତି। ଏପରେ ଭଲ ଭାବେ ମୁହଁ ଧୋଇଦିଅନ୍ତୁ। ଏପରି କଲେ ମଧ୍ୟ ତ୍ୱଚାରେ ଉଜ୍ୱଳତା ବୃଦ୍ଧି ପାଇବ।

– ତ୍ୱଚାରେ ଥିବା ଛିଦ୍ରରୁ ମଇଳା ସଫା କରିବାରେ ବିୟର ସାହାଯ୍ୟ କରିଥାଏ। ବିୟରରେ ଥିବା ଇଷ୍ଟ ବ୍ରଣ ଏବଂ ମୁହଁର ଅନ୍ୟ ସମସ୍ୟା ଦୂର କରିଥାଏ।

– ଏହାଛଡା ବିୟର ଲଗାଇବା ଦ୍ୱାରା ସ୍କିନର ph ଲେବଲ ବାଲାନ୍ସ ରହିଥାଏ। ଫଳରେ ସଂକ୍ରମଣ ଏବଂ ଅନ୍ୟ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦୂର ହୁଏ।

– ବିୟର ଆଣ୍ଟିଆକ୍ସିଡାଣ୍ଟରେ ଭରପୂର ରହିଥାଏ। ଯାହା ଶରୀରରେ ଇମ୍ଫ୍ଲାମେସନକୁ ବଢାଇଥାଏ।

-ହାଡକୁ ମଜବୁତ କରେ ବିୟର।

-ବିୟରକୁ ପ୍ରତିଦିନ ସ୍କିନରେ ବ୍ୟବହାର କରିବା ଯୋଗୁଁ ସତେଜ ଏବଂ ଉଜ୍ୱଳ ତ୍ୱଚା ପାଇପାରିବେ।

-କେଶ ପାଇଁ ମଧ୍ୟ ବିୟର ବେଶ ଉପକାରୀ। କେଶରେ ବିୟରକୁ ବ୍ୟବହାର କରିବା ଦ୍ୱାରା ଫ୍ରିଜି ଚୁଟି ଏବଂ ରୁପି ସମସ୍ୟାରୁ ମୁକ୍ତି ମିଳେ ।

-ଆପଣ ଚାହିଁଲେ ବିୟରରେ ମାସ୍କ କରି ମୁହଁରେ ଲଗାଇପାରିବେ। ଏଥିପାଇଁ ବିୟରରେ ଅଳ୍ପ ଧଳାର ଅଂଶ ଏବଂ ଲେମ୍ବୁ ରସ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ୨୦ ମିନିଟ୍‌ ଲଗାଇ ରଖିବା ପରେ ଧୋଇଦିଅନ୍ତୁ।

Get real time updates directly on you device, subscribe now.