fbpx
BJD SKY
BJD SKY

‘ଭାରତ ଟେକ୍ସ’ ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ ଟେକ୍ନୋଲଜି ସହିତ ସଂସ୍କୃତିକୁ ଯୋଡୁଛି ଏହାର ସୂତ୍ର

BJD

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅର୍ଥାତ୍ ଫେବୃୟାରୀ ୨୬ରେ ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମରେ ‘ଭାରତ ଟେକ୍ସ’ର ଉଦଘାଟନ କରିଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ କି ବସ୍ତ୍ର କ୍ଷେତ୍ରରେ ଜଡିତ ବୈଶ୍ୱିକ ସ୍ତରରେ ଏହା ସବୁଠାରୁ ବଡ କାର୍ଯ୍ୟକ୍ରମ ମଧ୍ୟରୁ ଗୋଟିଏ । ଭାରତ ଟେକ୍ସ ୨୦୨୪ର ଆୟୋଜନ ୨୬ରୁ ୨୯ ଫେବୃୟାରୀ ୨୦୨୪ ପର୍ଯ୍ୟନ୍ତ କରାଯିବ ।

ପ୍ରଧାନମନ୍ତ୍ରୀଙ୍କ ୫ଏଫ୍ ଭିଜନରୁ ପ୍ରେରିତ ଏହି କାର୍ଯ୍ୟକ୍ରମରେ ଫାଇବର,ଫେବ୍ରିକ୍‌, ଓ ଫ୍ୟାଶନ ଜରିଆରେ ଜରିଆରେ କୃଷି ଠାରୁ ଆରମ୍ଭ କରି ବିଦେଶରେ ବିଭିନ୍ନ ଦିଗ ଉପରେ ଏକୀକୃତ ଭାବରେ ଧ୍ୟାନ କେନ୍ଦ୍ରିତ କରାଯିବ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଆଜିର କାର୍ଯ୍ୟକ୍ରମ ବହୁତ ଖାସ୍ । କାରଣ ଏହା ଭାରତର ଦୁଇ ସବୁଠାରୁ ବଡ ପ୍ରଦର୍ଶନୀ କେନ୍ଦ୍ର ଭାରତ ମଣ୍ଡପମ୍ ଓ ଯଶୋଭୂମିରେ ଏକ ସଙ୍ଗେ ଆୟୋଜନ କରାଯାଉଛି । ସେ କହିଛନ୍ତି ଆଜିର ଆୟୋଜନ କେବଳ ଟେକ୍ସଟାଇଲ୍ ପ୍ରଦର୍ଶନୀ ଉପରେ ନୁହେଁ । ଏହି ଆୟୋଜନରେ ଏକ ସୂତ୍ରରେ ବହୁ ଜିନିଷ ଯୋଡା ହୋଇରହିଛି । ଭାରତ ଟେକ୍ସର ଏହି ସୂତ୍ର ଟେକ୍ନୋଲଜି ସହିତ ସଂସ୍କୃତିକୁ ଯୋଡୁଛି । ଏହା ବ୍ୟତିତ ଷ୍ଟାଇଲ୍‌, ସଷ୍ଟେନବିଲିଟି, ସ୍କେଲ ଓ ସ୍କିଲକୁ ଏକ ସୂତ୍ରରେ ଆଣିବାର ମଧ୍ୟ ଏହା ଏକ ମାଧ୍ୟମ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଟେକ୍ସଟାଇଲ୍ ଓ ଖଦୀ ଆମ ଦେଶର ମହିଳାମାନଙ୍କୁ ନୂଆ ଶକ୍ତି ଦେଇଛି । ପୋଷାକ ନିର୍ମାଣ କ୍ଷେତ୍ରରେ ପ୍ରତି ୧୦ଜଣ କାରିଗରଙ୍କ ମଧ୍ୟରେ ୭ ଜଣ ମହିଳା ଅଛନ୍ତି ଓ ହ୍ୟାଣ୍ଡଲୁମ୍‌ରେ ତ ଏହାଠାରୁ ଅଧିକ ରହିଛନ୍ତି । ସେ କହିଛନ୍ତି ଗତ ୧୦ ବର୍ଷ ମଧ୍ୟରେ ଆମେ ଯାହା ବି ପ୍ରୟାସ କରିଛୁ ତାହା ଖଦୀକୁ ରୋଜଗାର ଓ ସାଧନର ମୁଖ୍ୟ ମାଧ୍ୟମ କରିପାରିଛି ।

Get real time updates directly on you device, subscribe now.