fbpx
BJD SKY
BJD SKY

(Video) ସତ ହେବ କି ମାଳିକା ବଚନ ? ସୃଷ୍ଟି ଧ୍ୱଂସ ହେବା ପୂର୍ବରୁ ମିଳୁଛି ପୂର୍ବ ସୂଚନା

BJD

ପୁରୀ: ସତ ହୋଇଯିବ କି ମାଳିକା ବଚନ ? ଆସୁଛି କି ବଡ ବିପତ୍ତି ? ଏ କ’ଣ ବିନାଶର ପୂର୍ବ ସୂଚନା କି ? ଏମିତି ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି ଓଡିଶାବାସୀଙ୍କ ମନରେ …କାରଣ ଗୋଟିଏ ପରେ ଗୋଟିଏ ମାଳିକା ବଚନ ଧିରେ ଧିରେ ସତ ହେବାରେ ଲାଗିଛି । ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମାଳିକା ଅନୁସାରେ ସୃଷ୍ଟି ଧ୍ୱଂସ ହେବା ପୂର୍ବରୁ ସୂଚନା ମିଳିଯିବ । ବାଇଶି ପାହାଚରେ ପାଣି ଚାଲିବ । ଶ୍ରୀକ୍ଷେତ୍ର ବୁଡିଯିବ । ଆଉ ଏହି ସବୁ ଘଟଣା ଏବେ ଅକ୍ଷରେ ଅକ୍ଷରେ ସତ ହେବାରେ ଲାଗିଛି । କାରଣ ଗତ କିଛିଦିନ ପୂର୍ବରୁ ଘଟି ଆସିଥିଲା କଳା ଅନ୍ଧାର, ଆଉ ପ୍ରବଳ ବର୍ଷାରେ ବାଇଶି ପାହାଚରୁ ପ୍ରବଳ ମାତ୍ରାରେ ପାଣି ଚାଲିବା ସହ ଝରଣାର ଭ୍ରମ ସୃଷ୍ଟି କରିଥିଲା । ଆଣ୍ଠୁଏ ଆଣ୍ଠୁଏ ପାଣିରେ ଥିଲେ ଭକ୍ତମାନେ ।

ସେହିପରି ବର୍ଷାରେ ବଡଦାଣ୍ଡ ଜଳାର୍ଣ୍ଣବ ହୋଇ ସମୁଦ୍ରର ଭ୍ରମ ସୃଷ୍ଟି କରିଥିଲା । ଅନ୍ୟପଟେ ପୁରୀ ସମୁଦ୍ରରେ ବୁଲିଥିଲା ଖଣ୍ଡିଆ ଭୂତ । ଘନ ଅନ୍ଧାର ସହ ସମୁଦ୍ରର ଜଳ ରାଶିରେ ଘୂରି ବୂଲୁଥିଲା କେଉଁ ଏକ ଅଜଣା ଶକ୍ତି । ଯାହାର ପ୍ରଭାବରେ ସମୁଦ୍ରର ଜଳ ରାଶି ମଧ୍ୟ ଭୟଙ୍କର ରୂପ ନେଇଥିଲା ।

ସେହିପରି ଶ୍ରୀମନ୍ଦିର ସରଘରେ ଲାଗିଯାଇଥିଲା ନିଆଁ । ଏପରିକି ଏହି ନିଆଁ ଲାଗିବାର କାରଣ ମଧ୍ୟ କେହି ଜାଣି ପାରିନଥିଲେ । ବାରମ୍ବାର ଶ୍ରୀକ୍ଷେତ୍ରରେ ଏପରି ଅଘଟଣ ଘଟିବା ସୃଷ୍ଟି ବିନାଶ ପୂବର୍ର ସୂଚନା ନୁହେଁ ତ । ସୃଷ୍ଟି ବିନାଶ ପୂର୍ବରୁ ହୁଏତ ଏହା ମହାପ୍ରଭୁଙ୍କ ପୂର୍ବ ସୂଚନା । ହୁଏତ ସୃଷ୍ଟି ଧ୍ୱଂସ ହେବାକୁ ଆଉ କମ୍ ଦିନ ରହିଲା । ନଚେତ ଶ୍ରୀକ୍ଷେତ୍ରରେ ବାରମ୍ବାର ଏଭଳି ଅଘଟଣ କାହିଁକି ଘଟୁଛି ? ସବୁ ପରେ ଦେଶବାସୀଙ୍କୁ କେବଳ ମହାପ୍ରଭୁ ହିଁ ଭରସା । କାରଣ ସେ ହିଁ ସୃଷ୍ଟିର କାରଣ ଓ ସେ ହିଁ ବିନାଶର କାରଣ ।

Get real time updates directly on you device, subscribe now.