fbpx

ହାଇଆର୍ଲଟରେ ରାଜଧାନୀ: ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀରୁ ସନ୍ଦିଗ୍ଧ ଆଇଏସଆଇଏସର ଜଣେ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ : ଜାତୀୟ ଅନୁସନ୍ଧାନ ଏଜେନ୍ସି ଏନଆଇଏକୁ ଏକ ବଡ଼ ସଫଳତା ମିଳିଛି । ସ୍ୱାଧୀନତା ଦିବସ ଅଗଷ୍ଟ ୧୫ ପୂର୍ବରୁ, ଏଜେନ୍ସି ଦିଲ୍ଲୀରୁ ଆଇଏସଆଇଏସର ଜଣେ ସକ୍ରିୟ ସଦସ୍ୟଙ୍କୁ ଗିରଫ କରିଛି । ଆତଙ୍କବାଦୀର ନାମ ମୋହସିନ୍‌ ଅହମ୍ମଦ । ଆଇଏସଆଇଏସ କାର୍ଯ୍ୟକଳାପ ସଂପର୍କରେ ଏକ ସର୍ଚ୍ଚ ଅପରେସନ କରାଯିବା ପରେ ତାଙ୍କୁ ଗିରଫ କରାଯାଇଛି । ରବିବାର ଏନଆଇଏ ଅଭିଯୁକ୍ତ ମୋହସିନ୍‌ ଅହମ୍ମଦ ପୁଅ ମହମ୍ମଦ ଶକିଲ ଅହମ୍ମଦଙ୍କ ଆବାସିକ ପରିସରରେ ଖୋଜାଖୋଜି କରିଛି । ସେ ବାଟଲା ହାଉସରେ ରହୁଥିଲା । ଗିରଫ ଅଭିଯୁକ୍ତ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ଜଣେ ସକ୍ରିୟ ସଦସ୍ୟ । ତାଙ୍କୁ ଗିରଫ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଏନଆଇଏ ଟିମ୍‌ ବାଟଲା ହାଉସରେ ଏକ ଘର ଉପରେ ଚଢାଉ କରିଥିଲା ଯେଉଁଠାରୁ ସନ୍ଦିଗ୍ଧ ମୋହସିନ୍‌ଙ୍କୁ ଗିରଫ କରାଯାଇଥିଲା । ଏହି ଚଢାଉ ସମୟରେ ଘରୁ ଅନେକ ଅପରାଧୀ ଦଲିଲ ଜବତ କରାଯାଇଛି । ସନ୍ଦିଗ୍ଧ ବ୍ୟକ୍ତି ଘରର ଚତୁର୍ଥ ମହଲାରେ ଭଡାରେ ରହୁଥିଲେ ।

Get real time updates directly on you device, subscribe now.