fbpx
BJD
BJD SKY
BJD SKY

ଟୁର୍ଣ୍ଣାମେଣ୍ଟ ଖେଳିବାକୁ ପାକିସ୍ତାନ ଯିବ କି ଟିମ ଇଣ୍ଡିଆ? ଯୋଜନା କରୁଛନ୍ତି PCB ଚେୟାରମ୍ୟାନ୍

BJD

ନୂଆଦିଲ୍ଲୀ: ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ପାକିସ୍ତାନ ଗସ୍ତରେ ଯାଇପାରେ ଟିମ ଇଣ୍ଡିଆ । ଏଥିପାଇଁ ପାକିସ୍ତାନର ନୂତନ ଅଧ୍ୟକ୍ଷ ମୋହସିନ୍ ନକବୀ ନୂଆ ପ୍ଲାନ କରୁଥିବା ଜାଣିବାକୁ ମିଳିଛି । ପାକିସ୍ତାନ ପିଚରେ ଟିମ ଇଣ୍ଡିଆର କେଳ ଦେଖିବା ପାଇଁ ପୁଣିଥରେ ଗୁହାରି କରିବ ପାକିସ୍ତାନ କ୍ରିକେଟ ବୋର୍ଡ । ଆସନ୍ତା ସପ୍ତାହରେ ଦୁବାଇଠାରେ ହେବାକୁ ଥିବା ଆଇସିସି ବୈଠକରେ ପାକିସ୍ତାନ ଆଗାମୀ ଚମ୍ପିଆନ୍ସ ଟ୍ରଫି ପ୍ରସଙ୍ଗ ଉଠାଇପାରେ । ଏହି ଟୁର୍ଣ୍ଣାମେଣ୍ଟରେ ଟିମ ଇଣ୍ଡିଆର ସାମିଲ ହେବାକୁ ନେଇ ଅଲୋଚନା କରିବା ପାଇଁ ଯୋଜନା କରି ସାରିଛନ୍ତି ପିସିବି ଅଧ୍ୟକ୍ଷ । ଏଥିପାଇଁ ବିସିସିଆଇ ସଚିବ ଜୟ ଶାହଙ୍କ ପାଖରୁ ଅନୁମତି ପାଇବେ ବୋଲି ଆଶା କରିଛନ୍ତି ମୋହସିନ ନକବୀ ।

ଆସନ୍ତା ସପ୍ତାହରେ ଦୁବାଇଠାରେ ଆଇସିସିର ବୈଠକ ହେବାକୁ ଯାଉଛି । ବୈଶ୍ୱିକ ସଂସ୍ଥାର ଶୀର୍ଷ ଅଧିକାରୀଙ୍କ ସମେତ ବିସିସିଆଇ ସଚିବ ଜୟ ଶାହଙ୍କ ସହ ଆଲୋଚନା କରିବା ନେଇ ନକବୀଙ୍କ ଯୋଜନା ରହିଛି । ତେବେ ୨୦୨୫ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଚମ୍ପିଆନ୍ସ ଟ୍ରଫି ପାଇଁ ଭାରତୀୟ ବୋର୍ଡ ପାକିସ୍ତାନ ଗସ୍ତ ପାଇଁ ସହଜରେ ଅନୁମତି ଦେଇ ନ ପାରେ । ତେବେ ଚମ୍ପିଆନ୍ସ ଟ୍ରଫି ପାଇଁ ଅନ୍ୟ କ୍ରିକେଟ ଦଳ ପାକିସ୍ତାନ ଯାଉଥିବାରୁ ଭାରତ କଦାପି ଏହାକୁ ଅଣଦେଖା କରିପାରିବ ନାହିଁ । ତେଣୁ ଟୁର୍ଣ୍ଣାମେଣ୍ଟର କିଛି ସପ୍ତାହ ପୂର୍ବରୁ ସରକାର ପାକିସ୍ତାନ ଗସ୍ତ ପାଇଁ ଅନୁମତି ଦେଇପାରନ୍ତି ।

ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ସାମିଲ ହେବାକୁ ନେଇ ପାକିସ୍ତାନକୁ ମଧ୍ୟ ଏକ ଭୟ ରହିଛି । ଗତବର୍ଷ ଏସିଆ କପ୍ ପରି ଭାରତ ‘ହାଇବ୍ରିଡ ମଡେଲ’କୁ ପୁଣିଥରେ ଦୋହରାଇବ ବୋଲି ଚିନ୍ତାରେ ପଡ଼ିଛି ପିସିବି । ଟୁର୍ଣ୍ଣାମେଣ୍ଟ ପାଇଁ ଭାରତ ଟିମ ଇଣ୍ଡିଆକୁ ପାକିସ୍ତାନ ଗସ୍ତରେ ପଠାଇବ କି ନାହିଁ, ସେ ନେଇ ମଧ୍ୟ ଏକ ବଡ଼ ପ୍ରଶ୍ନ ଘେରରେ ରହିଛି ପାକିସ୍ତାନ ବୋର୍ଡ ।

Get real time updates directly on you device, subscribe now.