fbpx

ଅଷ୍ଟ୍ରେଲିଆରେ ୩୬ ବର୍ଷୀୟା ଭାରତୀୟ ମହିଳାଙ୍କ ମୃତ୍ୟୁ, ରାସ୍ତା କଡ ଡଷ୍ଟବିନରୁ ମିଳିଲା ମୃତଦେହ

ଭିକ୍ଟୋରିଆ: ପୁଣି ବିଦେଶ ମାଟିରୁ ଆସିଛି ଆଉ ଏକ ଦୁଖଦଃ ଖବର। ଅଷ୍ଟ୍ରେଲିଆରେ ଜଣେ ୩୬ ବର୍ଷୀୟା ଭାରତୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହାଇଦ୍ରାବାଦର ବୋଲି ଜଣାପଡିଛି। ଶନିବାର ଦିନ ତାଙ୍କ ମୃତଦେହ ବକଲିରେ ରାସ୍ତା କଡରେ ଥିବା ଏକ ଆବର୍ଜନା ପାତ୍ର ବା ୱେଷ୍ଟ୍‌ ବିନ୍‌ରୁ ମିଳିଥିବା କୁହାଯାଉଛି। ଏନେଇ ନ୍ୟୁଜ୍ ଏଜେନ୍ସି ପିଟିଆଇ ଖବର ପ୍ରକାଶ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ମହିଳା ଜଣଙ୍କ ଚୈତନ୍ୟା ମାଧାଗାନୀ ବୋଲି ଜଣାପଡିଛି। ଅନୁମାନ କରାଯାଉଛି ଯେ ‌ଚୈତନ୍ୟାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଛନ୍ତି। ଏବଂ ସେ ହତ୍ୟା କରିବା ପରେ ନିଜ ପିଲାମାନଙ୍କୁ ନେଇ ପତ୍ନୀଙ୍କ ବାପାମାଆଙ୍କୁ ହସ୍ତାନ୍ତର କରିଛନ୍ତି।

ଭିକ୍ଟୋରିଆ ପୋଲିସର ବିବୃତ୍ତି:-
ମାର୍ଚ୍ଚ ୯ ତାରିଖ ଦିନ ଭିକ୍ଟୋରିଆ ପୋଲିସ୍ ଏହାର ୱେବସାଇଟରେ କହିଛି ଯେ,‘‘ଆଜି ଅପରାହ୍ନରେ ବିଚ୍ଛିନ୍ନାଞ୍ଚଳ ନିକଟ ବକଲିରେ ଜଣେ ମୃତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି।’’ ମୃତ ବ୍ୟକ୍ତିଙ୍କୁ ମାଉଣ୍ଟ ପୋଲକ୍ ରୋଡରେ ପୋଲିସ ମଧ୍ୟାହ୍ନରେ ପାଇଛନ୍ତି। ତେବେ ବର୍ତ୍ତମାନ ଅନୁସନ୍ଧାନକାରୀମାନେ ମହିଳାଙ୍କ ମୃତ୍ୟୁକୁ ହତ୍ୟା ସନ୍ଦେହ କରି ତଦନ୍ତ ଆରମ୍ଭ କରିଛନ୍ତି। ଏହା ସହ ବିବୃତ୍ତିରେ ମଧ୍ୟ କୁହାଯାଇଛି, ଅନୁସନ୍ଧାନର ଏହି ପର୍ଯ୍ୟାୟରେ ଅପରାଧୀ ହୁଏତ ବିଦେଶକୁ ପଳାଇ ଯାଇଥିବାର ବିଶ୍ୱାସ କରାଯାଉଛି। ଏବେ ସୁଦ୍ଧା ଏହି ମାମଲାରେ କାହାକୁ ଗିରଫ କରାଯାଇ ନାହିଁ।

Get real time updates directly on you device, subscribe now.