fbpx

JNUରେ ପୁଣି ହେବ ଛାତ୍ର ସଂଘ ନିର୍ବାଚନ, ଆଜି ପ୍ରସ୍ତୁତ ହେବ ଭୋଟର ତାଲିକା

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(JNU)ରେ ପୁଣି ଥରେ ଛାତ୍ର ସଂଘ ନିର୍ବାଚନ ଅନୁଷ୍ଠିତ ହେବ । ଏହି ନିର୍ବାଚନ ୪ ବର୍ଷ ପରେ ହେବା ନେଇ ଘୋଷଣା କରାଯାଇଛି । ଚଳିତ ବର୍ଷ ମାର୍ଚ୍ଚ ୨୨ରେ ଛାତ୍ର ସଂଘ ନିର୍ବାଚନ ଅନୁଷ୍ଠିତ ହେବ । ମାର୍ଚ୍ଚ ୧୧ରେ ନିର୍ବାଚନ କମିଟି ଦ୍ୱାରା ଭୋଟର ତାଲିକା ପ୍ରସ୍ତୁତ କରାଯିବ ଏବଂ ମାର୍ଚ୍ଚ ୧୪ରେ ଛାତ୍ର ସଂଘ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ । ୨୦୨୩-୨୪ ବର୍ଷ ପାଇଁ ମାର୍ଚ୍ଚ ୨୨ରେ ଛାତ୍ରସଂଘ ନିର୍ବାଚନ ପାଇଁ ମତଦାନ ହେବ । ସେହିପରି ମାର୍ଚ୍ଚ ୨୪ରେ ଫଳାଫଳ ଘୋଷଣା କରାଯିବ ।

କହିରଖୁଛୁ ଚଳିତ ବର୍ଷ ଛାତ୍ର ସଂଘ ନିର୍ବାଚନ ଅନ୍ୟ ବର୍ଷ ତୁଳନାରେ ସମ୍ପୂର୍ଣ୍ଣ ଭିନ୍ନ ହେବାକୁ ଯାଉଛି । କ୍ୟାମ୍ପସ ନିର୍ବାଚନର ସମସ୍ତ ପ୍ରକ୍ରିୟା ଏବଂ ଇଲେକସନ କମିଶନ ସମ୍ପୂର୍ଣ୍ଣ ଭାବେ ଛାତ୍ରଙ୍କ ହାତରେ ରହିବେ । ତେବେ ପ୍ରଶାସନର ସପୋର୍ଟ ଛାତ୍ର ସଂଘ ସହ ରହିଛି । ପୂର୍ବରୁ କରୋନା ମହାମାରୀ କାରଣରୁ ଛାତ୍ର ସଂଘର ନିର୍ବାଚନ ସ୍ଥଗିତ ରହିଥିଲା । କରୋନା ମହାମାରୀ ଶେଷ ହେଲା ପରେ ମଧ୍ୟ ଛାତ୍ର ସଂଘ ନିର୍ବାଚନକୁ ନେଇ ଆଶଙ୍କା ଦେଖା ଦେଇଥିଲା । ଏହା ପରେ ଛାତ୍ର ସଂଗଠନ ଦ୍ୱାରା ନିର୍ବାଚନ ଆୟୋଜିତ କରାଇବା ପାଁଇ ନିରନ୍ତର ସଂଘର୍ଷ କରୁଥିଲେ । ଶେଷରେ ମାର୍ଚ୍ଚ ୧୦ରେ ଜେଏନ୍ୟୁରେ ନିର୍ବାଚନ ହେବା ନେଇ ଘୋଷଣା ହୋଇଥିଲା । ତେବେ ଏହା ପର୍ବରୁ ମାର୍ଚ୍ଚ ୨୦ରେ ପ୍ରେସିଡେନସିଆଲ ଡିବେଟ୍ ଅନୁଷ୍ଠିତ ହେବ ।

Get real time updates directly on you device, subscribe now.