fbpx

Delhi Capitals ଛାଡ଼ିବେ ଋଷଭ ପନ୍ତ! ଅକ୍ସନ ମଇଦାନରେ ହେବ ଏଣ୍ଟ୍ରି, IPL ପୂର୍ବରୁ ପୋଷ୍ଟକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ପାଇଁ ରିଟେନସନ୍ ପଲିସି ଘୋଷଣା ହେବା ଦିନରୁ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଆଗାମୀ ସିଜନ ପାଇଁ ମେଗା ଅକ୍ସନ ହେବାକୁ ଥିବା ବେଳେ ଫ୍ରାଞ୍ଚାଇଜିର ରିଟେନସନ୍ ଟିମକୁ ନେଇ ବଢିଛି ଉତ୍ସାହ । ତେବେ ଏହାପୂର୍ବରୁ ଅନେକ ଆଲୋଚନା ପର୍ଯ୍ୟାଲୋଚନା ଲାଗି ରହିଛି । କିନ୍ତୁ ଏହାଭିତରେ ଟିମ ଇଣ୍ଡିଆର ଷ୍ଟାର ୱିକେଟ କିପର ତଥା ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଋଷଭ ପନ୍ତଙ୍କୁ ନେଇ ମଧ୍ୟ ଖୁବ ଆଲୋଚନା ହେଉଛି । ଆସନ୍ତା ସିଜନ୍ ପୂର୍ବରୁ ଋଷଭ ପନ୍ତ ଦିଲ୍ଲୀ ଛାଡ଼ିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ସୋସିଆଲ ମିଡିଆରେ ତାଙ୍କର ଏକ ପୋଷ୍ଟ ବର୍ତ୍ତମାନ ଏହି ଚର୍ଚ୍ଚାକୁ ଆହୁରି ବଢାଇ ଦେଇଛି ।

ଆଇପିଏଲରେ ଋଷଭ ପନ୍ତ ଅକ୍ସନକୁ ଫେରିବା ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ସୋସିଆଲ ମିଡିଆରେ ଏହି ପୋଷ୍ଟ କରିବା ପରେ ଏହାକୁ ନେଇ ଖୁବ ଚର୍ଚ୍ଚା ହେଉଛି । ନିଜ ସୋସିଆଲ ମିଡିଆ ଏକ୍ସ ଆକାଉଣ୍ଟରେ ଋଷଭ ପନ୍ତ ଏକ ପୋଷ୍ଟ କରିଛନ୍ତି । ରାତି ୧୨.୨୬ ସମୟରେ ଏହି ପୋଷ୍ଟ କରିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ଅଦିନାୟକ ଋଷଙ ପନ୍ତ । ପୋଷ୍ଟରେ ପନ୍ତ ଲେଖିଛନ୍ତି ଯେ, “ଯଦି ମୁଁ ନିଲାମୀରେ ମୋ ନାମ ଦେଉଛି, ମୋତେ କୌଣସି ଫ୍ରାଞ୍ଚାଇଜି କିଣିବ କି? ନା ବିକ୍ରି ହୋଇପାରିବି ନାହିଁ? ଯଦି ମୋତେ ନେଇ ନିଲାମୀରେ ବିଡ୍ ଲାଗେ, ତେବେ ମୋତେ କେତେ ଟଙ୍କା ମିଳିବ?” ପନ୍ତଙ୍କ ଏହି ପୋଷ୍ଟ ଫ୍ୟାନ୍ସମାନଙ୍କ ମନରେ ଦ୍ୱନ୍ଦ୍ୱ ବଢାଇ ଦେଇଛି ।

ସୋସିଆଲ ମିଡିଆରେ ଏମିତି ପୋଷ୍ଟ କରିବା ପରେ ଆଇପିଏଲ-୨୦୨୫ରେ ଋଷଭ ପନ୍ତଙ୍କୁ ନେଇ ଏବେ ଖୁବ ଆଲୋଚନା ହେଉଛି । ଆସନ୍ତା ସିଜନରେ ଋଷଭ ଦିଲ୍ଲୀ କ୍ୟାପିଟାଲ୍ସ ତରଫରୁ ଖେଳିବେ କି ନାହିଁ, ସେ ନେଇ ଖୁବ ଚର୍ଚ୍ଚା ହେଉଛି । ତେବେ ବର୍ତ୍ତମାନ ସୁଦ୍ଧା ଆଇପିଏଲ ଫ୍ରାଞ୍ଚାଇଜି ନିଜ ରିଟେନ ପ୍ଲେୟର ଲିଷ୍ଟ ଜାରି କରି ନାହାନ୍ତି । ସେପଟେ ମେଗା ଅକ୍ସନକୁ ନେଇ ମଧ୍ୟ ବିଶେଷ ସୂଚନା ମିଳିନାହିଁ । ମେଗା ଅକ୍ସନ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଏ ନେଇ ସ୍ପଷ୍ଟ ସୂଚନା ଦେଇପାରିବ ବୋଲି କୁହାଯାଉଛି ।

Get real time updates directly on you device, subscribe now.