fbpx
BSKY
BJD SHG SKY
BJD YOUTH SKY

ପୁଣି ଜଗା ମୁଣ୍ଡରେ ଶୋଭା ପାଇବ କି କୋହିନୂର? ରିଷି ସୁନକ ଫେରାଇ ଆଣିବେ ହୀରା!

ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଭାରତୀୟ ବଂଶଦ୍ଭୋବ ରିଷି ସୁନକ । ଯେଉଁ ବ୍ରିଟିସ୍ ଭାରତ ଉପରେ ୨ ଶହରୁ ଅଧିକ ବର୍ଷ ଧରି ଶାସନ କରିଥିଲା । ସେହି ଦେଶ ଉପରେ ଏବେ ଶାସନ କରିବେ ହିନ୍ଦୁ ପୁଅ ରିଷି । ରିଷି ସୁନକ ଦାୟିତ୍ୱ ଗ୍ରହଣ କରିବା ପରେ ଓଡ଼ିଶା ବାସୀଙ୍କ ମନରେ ଏକ ଆଶା ଜାଗ୍ରତ ହୋଇଛି । ପୁଣିଥରେ କୋହିନୂର ହୀରା ଓଡିଆଙ୍କ ମଉଡମଣୀ ଜଗନ୍ନାଥଙ୍କ ମୁଣ୍ଡରେ ଲାଗିବ ବୋଲି ଆଶା କରିଛନ୍ତି ଭକ୍ତ ।

ରାଜା ରଣଜିତ ସିଂ ଏହି ବହୁମୂଲ୍ୟ କୋହିନୁର ହୀରା ଶ୍ରୀ ମନ୍ଦିରକୁ ଦାନ କରିଥିଲେ । ଏହି ହୀରାର ଚମକ ଏତେ ଆକର୍ଷଣୀୟ ଥିଲା ଯେ ଏହାକୁ ହାସଲ କରିବା ପାଇଁ ରାଜା ମାନଙ୍କ ମଧ୍ୟରେ ହେଉଥିଲା ପ୍ରତିଯୋଗିତା । ୧୩୨୩ ରେ ମହମ୍ମଦ ତୋଗଲବ ଏହି ହୀରାକୁ ପାଖରେ ରଖିଥିଲେ । ୧୫୨୬ ମସିହାରେ ମୋଗଲ ସମ୍ରାଟ ପାଖରେ ପହଞ୍ଚିଥିଲା କୋହିନୁର ହୀରା । ଏହାପରେ ୧୭୩୯ ମସିହାରେ ନାଦିର ସାହା ମୋଗଲ ମୟୁର ସିଂହାସନ ଓ କୋହିନୁର ହୀରାକୁ ଆଫଗାନିସ୍ତାନକୁ ନେଇଯାଇଥିଲେ । ତେବେ ଏହାକୁ ପୁଣି ଭାରତକୁ ଆଣିଥିଲେ ରାଜା ରଣଜିତ ସିଂ କ୍ଷ କିନ୍ତୁ କୋହିନୁର ହୀରା ସହ କିଛି ଅପବାଦ ମଧ୍ୟ ଯୋଡି ହୋଇ ରହିଥିଲା । ଏହାକୁ ଯିଏ ଧାରଣ କରୁଥିଲା ତାର ସର୍ବନାଶ ହେଉଥିବା ନେଇ ଏକ ବିଶ୍ୱାସ ସୃଷ୍ଟି ହେଉଥିଲା । ଯେଉଁଥିପାଇଁ ରାଜା ରଣଜିତ ସିଂଙ୍କର ଦେହ ଏବଂ ଆଖି ଖରାପ ହେଉଥିଲା ।

ଏହାର ଇତିହାସ ଜାଣିବା ପରେ ୧୮୩୦ ମସିହାରେ ରାଜା ରଣଜିତ ଶ୍ରୀମନ୍ଦିରକୁ ଆସି ଶ୍ରୀ ଜଗନ୍ନାଥଙ୍କ ବଟବୃକ୍ଷ ମୂଳେ ଶ୍ରୀଜଗନ୍ନାଥଙ୍କୁ ଏହି ହୀରା ଦାନ କରିବେ ବୋଲି ସଂକଳ୍ପ କରିଥିଲେ । କିନ୍ତୁ ପରବର୍ତୀ ଅବସ୍ଥାରେ ଛଳନା କରି ତତ୍କାଳୀନ ଗଭର୍ଣ୍ଣର ଜେନେରାଲ ଲର୍ଡ ଡେଲହାଉସି ନାବାଳକ ରାଜା ଦିଲୀପ ସିଂଙ୍କଠାରୁ ହୀରା ନେଇ ଇଂଲଣ୍ଡ ରାଣୀଙ୍କୁ ଉପହାର ଦେଇଥିଲେ । ତେବେ ବର୍ତ୍ତମାନ ଭାରତୀୟ ବଂଶୋଦ୍ଭବ ରିଷି ସୁନକ ବ୍ରିଟିସର ପ୍ରଧାନମନ୍ତ୍ରୀ ହେବା ପରେ କୋହିନୂର ହୀରାକୁ ପୁଣି ଥରେ ଶ୍ରୀମନ୍ଦିରକୁ ଫେରାଇ ଆଣିବାର ଏକ ଆଶା ଜାଗ୍ରତ ହୋଇଛି । କୋହିନୂରକୁ ଫେରାଇ ଆଣିବାକୁ ପ୍ରଚେଷ୍ଟା କରିବ ବୋଲି କହିଛି ଜଗନ୍ନଥ ସେନା ।

ସେପଟେ ଏହି କୋହିନୂର ହୀରାକୁ ଶ୍ରୀମନ୍ଦିର ଫେରାଇ ଆଣିବା ନିମନ୍ତେ ପୁରୀ ଗଜପତି ରାଜା ଦିବ୍ୟସିଂହ ଦେବ କୌଣସି ବିହିତ ପଦକ୍ଷେପ ନେଉନାହାନ୍ତି ଓ ପରିଚାଳନା କମିଟି ବୈଠକରେ ମଧ୍ୟ ଆଲୋଚନା କରୁନାହାନ୍ତି । ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏହି କୋହିନୂର ହୀରା ଫେରିପାଇବ ବୋଲି ସେବାୟତ ମତ ପ୍ରକାଶ କରିଥିଲେ । କିନ୍ତୁ ଏହି ହୀରା ଭାରତକୁ ଆସିଲେ ଶ୍ରୀ ମନ୍ଦିରରେ ରହିବ ନାହିଁ କ୍ଷ ଇଂଲଣ୍ଡ ରାଣୀ ଏହାକୁ ପରିଧାନ କରୁଥିବାରୁ ଏହୀ ହୀରା ମନ୍ଦିରକୁ ପ୍ରବେଶ କରିବ ନାହିଁ । ଏହାକୁ ଅଣାଯାଇ ଓଡ଼ିଶାର କୌଣସି ମ୍ୟୁଜିୟମରେ ରଖାଯିବା ବ୍ୟବସ୍ଥା କରାଯାଉ ବୋଲି ସେବାୟତ ଦାବୀ କରିଛନ୍ତି ।

Get real time updates directly on you device, subscribe now.