fbpx
BSKY
BJD SHG SKY
BJD YOUTH SKY

ଲାଇନରେ ଯିବା ବେଳେ ଭୟଙ୍କର ରୂପ ନେଲା ଟ୍ରେନ: ଷ୍ଟେସନରେ ପରିସ୍ଥିତି ବେହାଲ

ବିହାରର ଗୟାରେ କୋଡରମା ଏବଂ ମାନପୁର ରେଲୱେ ଖଣ୍ଡ ମଧ୍ୟରେ ଏକ ରେଳ ଦୁର୍ଘଟରା ଦେଖିବାକୁ ମିଳିଛି । ହଠାତ ଟ୍ରେନଟି ଟ୍ରାକରୁ ଖସିଯିବାରୁ ଏଭଳି ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । କୋଇଲା ନେଇ ଯାଉଥିବା ଏକ ଟ୍ରେନର ୫୩ଟି ବଗି ହଠାତ ଲାଇନଚ୍ୟୁତ ହୋଇଥିଲା, ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଘଟଣା ପରେ ଷ୍ଟେସନ ସାରା ଭୟର ବାତାବରଣ ଖେଳିଯାଇଛି । ଯାତ୍ରୀମାନେ ଏଣେତେଣେ ଜୀବନ ବିକଳରେ ଦୌଡୁଥିବାର ଦୃଶ୍ୟ ମଧ୍ୟ ଦେଖାଯାଇଛି ।

ଭାଇରାଲ ହେଉଥିବା ଏହି ଭିଡିଓରେ ଦୁର୍ଘଟଣା ପରେ ଷ୍ଟେସନରେ ଆତଙ୍କ ଖେଳିଯାଇଥିବା ଦେଖାଯାଇଛି । ତେବେ ଏହି ଦୃଶ୍ୟ ଖୁବ ଭୟଙ୍କର ରହିଛି । ଲାଇନଚ୍ୟୁତ ହୋଇଥିବା ଏହି ଟ୍ରେନ ଏକ ମାଲଗାଡି ହୋଇଥିବାରୁ କୌଣସି ମୃତାହତ ନେଇ ସୂଚନା ମିଳିନାହିଁ । ତେବେ ବର୍ତ୍ତମାନ ଦିଲ୍ଲୀ-ହାଓଡା ରୁଟ ବାଧାପ୍ରାପ୍ତ ହୋଇଛି । ଏଥଇପାଇଁ ୧୦ ଟ୍ରେନର ରୁଟ ମଧ୍ୟ ପରିବର୍ତ୍ତନ କରାଯାଇଛି । ସୂଚନା ଅନୁସାରେ, କୋଡରମା ଷ୍ଟେସନରୁ ଗୟାକୁ ଯାଉଥିଲା ଏହି କୋଇଲା ବୋଝେଇ ମାଲଗାଡି । କିନ୍ତୁ ଗୁପର ଷ୍ଟେସନରେ ଏହା ଦୁର୍ଘଟଣାର ଶିକାର ହୋଇଥିବା ଦେଖାଯାଇଛି ।

ମାଲଗାଡିର ୫୩ଟି ବଗି ଲାଇନଚ୍ୟୁତ ହୋଇଥିଲା । ତେବେ ଗାଡିର ବ୍ରେକ ଫେଲ ହୋଇଯାଇଥିବାରୁ ଏଭଳି ଘଟିଥିବା ଅନୁମାନ କରାଯାଉଛି । ଏହାପୂର୍ବରୁ ମହାରାଷ୍ଟ୍ରର ଅମରାବତୀ ଜିଲ୍ଲା ଚାନ୍ଦୁରରେ ମଧ୍ୟ ମାଲଗାଡିର ୨୦ଟି ବଗି ଲାଇନଚ୍ୟୁତ ହୋଇଥିଲା । ଏହାଦ୍ୱାରା ମୁମ୍ବାଇ-ନାଗପୁର ରୁଟ ବାଧାପ୍ରାପ୍ତ ହୋଇଥିଲା ।

Get real time updates directly on you device, subscribe now.