fbpx
BSKY SKY
BSKY SKY

Video: ମାନବିକତାର ପରିଚୟ ଦେଲେ ପୋଲିସ କର୍ମଚାରୀ, ସାଥି ଗୃହରକ୍ଷୀଙ୍କ ଶବକୁ କାନ୍ଧରେ ବୋହିନେଲେ ମଶାଣି

BSKY

ମାଲକାନଗିରି: ମାନବିକତାର ପରିଚୟ ଦେଲେ ଚିତ୍ରକୋଣ୍ଡା ଥାନାର ପୋଲିସ କର୍ମଚାରୀ। ହଁ ଆଜ୍ଞା ଏମିତି କିଛି ଭିନ୍ନ ଦୃଶ୍ୟ ଏବେ ଦେଖିବାକୁ ମିଳିଛି ଉପାନ୍ତ ଜିଲ୍ଲା ମାଲକାନଗିରିର ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ। ସୂଚନା ମୁତାବକ ଗତକାଲି ଚିତ୍ରକୋଣ୍ଡା ଥାନାର ଗୃହରକ୍ଷୀ ସୋନୁ ନାଗଙ୍କ ଦେହ ଅସୁସ୍ଥ ହେବା ପରେ ସେ ତୁରନ୍ତ ଚିତ୍ରକୋଣ୍ଡା ମେଡିକାଲକୁ ଯାଇ ଚିକିତ୍ସିତ ହେଉଥିଲେ କିନ୍ତୁ ଚିକିତ୍ସା ସମୟରେ ତାଙ୍କର ହୃଦଘାତରେ ମୃତ୍ୟୁ ହେବା ପରେ ସମଗ୍ର ଅଞ୍ଚଳରେ ଦୁଃଖର ବାତାବରଣ ସୃଷ୍ଟି ହୋଇଥିଲା।

ଏହି ସମୟରେ ଚିତ୍ରକୋଣ୍ଡା ଥାନାର ଥାନା ଅଧିକାରୀ ଅନିଲ କୁମାର ପରିଡା ଓ ଅନ୍ୟ ପୋଲିସ କର୍ମଚାରୀ ମାନେ ନିଜର ସାଥି ଭାଇ ଗୃହରକ୍ଷୀଙ୍କ ପରିବାର ପାଖରେ ଛିଡା ହେବା ସହ ନିଜେ ମୃତ ଗୃହରକ୍ଷୀଙ୍କ ଶବକୁ କାନ୍ଧ ଦେଇ ମଶାଣି ପର୍ଯ୍ୟନ୍ତ ବୋହି ନେଇଥିଲେ। ଯାହାର ଦୃଶ୍ୟ ଏବେ ସାମାଜିକ ଗଣ ମାଧ୍ୟମରେ ଘୁରି ବୁଲୁଥିବା ବେଳେ ଚିତ୍ରକୋଣ୍ଡା ପୋଲିସର କର୍ମଚାରୀଙ୍କ ଏଭଳି ମାନ ବିକତାକୁ ଦେଖି ସମସ୍ତେ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି।

Get real time updates directly on you device, subscribe now.