fbpx

ଶାରଳା ପୁରସ୍କାର ପାଇଲେ ଗୌରହରି: କଥାକାର ଭାବେ ହାସଲ କରିଛନ୍ତି ନିଆରା ପରିଚୟ

କଥାକାର ଗୌରହରି ଦାସଙ୍କ ଆଜି ମିଳିଛି ଏକ ବିରାଟ ଉପହାର । ସ୍ୱତନ୍ତ୍ର ଉତ୍ସବରେ ଶାରଳା ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯାଇଛି । ପୁରସ୍କାର ଭାବରେ ୫ ଲକ୍ଷ ଟଙ୍କା ସହିତ ମାନପତ୍ର ଏବଂ ଫଳକ ପ୍ରଦାନ ଗ୍ରହଣ କରିଛନ୍ତି ବିଶିଷ୍ଟ କଥାକାର । ଇମ୍ପାକ୍ଟ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ସଂଗୀତ ଗୁରୁ ଘନଶ୍ୟାମ ପଣ୍ଡା ଏବଂ ଚିତ୍ରଶିଳ୍ପୀ ପ୍ରଫୁଲ୍ଲ ମହାନ୍ତିଙ୍କୁ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନରେ ସମ୍ମାନିତ କରାଯାଇଛି । ବିଶିଷ୍ଟ କଳା ଏବଂ ପ୍ରତିଭାରେ ସେ ଏହି ପୁରସ୍କାରର ଯୋଗ୍ୟ ହୋଇପାରିଛନ୍ତି ।

Get real time updates directly on you device, subscribe now.