fbpx

Flipkart ରୁ ଅର୍ଡର କଲେ ଲାପଟପ, ପ୍ୟାକେଟରୁ ବାହାରିଲା ଆଉ କିଛି, ଜାଣନ୍ତୁ କମ୍ପାନୀ କ’ଣ ଦେଲା ଉତ୍ତର

ନୂଆଦିଲ୍ଲୀ: ଦୀପାବଳି ଅବସରରେ ଅଧିକାଂଶ ଇ-କମର୍ସ କମ୍ପାନୀ ଡିସ୍କାଉଣ୍ଟ ଘୋଷଣା କରିଛନ୍ତି । ଫଳରେ ଅନଲାଇନ ସପିଙ୍ଗ ଖୁବ ବୃଦ୍ଧି ପାଇଥିଲା । କିନ୍ତୁ ଜଣେ ଯୁବକଙ୍କୁ ଏହି ଅନଲାଇନ ସପିଙ୍ଗ କରିବା ମହଙ୍ଗା ପଡି ଯାଇଛି । ଫ୍ଲିପକାର୍ଟରେ ଲାପଟପ ଅର୍ଡର କରିଥିବା ବେଳେ ବକ୍ସରୁ କିଛି ଏମିତି ଜିନିଷ ମିଳିଥିଲା ଯାହାକୁ ଦେଖି ସେ ନିଜେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏହି ମାମଲା ଏବେ ସୋସିଆଲ ମିଡିଆରେ ଭାଇରାଲ ବେହାରେ ଲାଗିଛି ।

ସୂଚନା ଅନୁସାରେ, କର୍ଣ୍ଣାଟକର ମାଙ୍ଗାଲୋରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଏଠାକାର ଚିନ୍ମୟ ରମଣା ନାମକ ଜଣେ ଯୁବକ ଫ୍ଲିପକାର୍ଟରେ ଲାପଟପ ଅର୍ଡର କରିଥିଲେ । ତେବେ ଅର୍ଡର ତାଙ୍କ ନିକଟରେ ପହଞ୍ଚିବା ପରେ ପ୍ୟାକେଟରେ ଥିବା ଜିନିଷକୁ ଦେଖି ସେ ବିଶ୍ୱାସ କରି ପାରିନଥିଲେ । ପ୍ୟାକେଟ ଖୋଲି ସେ ଦେଖିଥିଲେ ଯେ, ସେଥିରେ ଲାପଟପ ବଦଳରେ ରହିଥିଲା ଇଟା, ପଥର ଏବଂ କିଛି ବର୍ଜ୍ୟବସ୍ତୁ । ଏହା ଦେଖି ନିଜ ଆଖିକୁ ବି ବିଶ୍ୱାସ କରି ନଥିଲେ ଚିନ୍ମୟ । ଏହାପରେ ସେ ଏହାକୁ ସୋସିଆଲ ମିଡିଆରେ ଅପଲୋଡ ମଧ୍ୟ କରିଛନ୍ତି । ଫ୍ଲିପକାର୍ଟରୁ ଆସିଥିବା ପ୍ୟାକେଟରେ ଲାପଟପ ବଦଳରେ ଇଟା, ପଥର ଏବଂ ବର୍ଜ୍ୟବସ୍ତୁର ଫଟୋ ଉଠାଇ ସେ ଟ୍ୱିଟରରେ ଅପଲୋଡ କରିଛନ୍ତି ।

ସେ ଏହି ପୋଷ୍ଟରେ ଲେଖିଛନ୍ତି ଯେ, ପ୍ରତ୍ୟେକ ଥର ଫ୍ଲିପକାର୍ଟକୁ ବାଛିବାର ପରିଣାମ ଭୋଗିବାକୁ ପଡିଛି । ଏହାସହିତ ଲୋକମାନଙ୍କୁ ମଧ୍ୟ ଫ୍ଲିପକାର୍ଟରୁ ଜିନିଷ କିଣିବାକୁ ସେ ବାରଣ କରିଛନ୍ତି । କିଛି ଭୁଲ ହେଲେ ସେମାନେ ଆପଣଙ୍କୁ ସାହାଯ୍ୟ କରିବେ ନାହିଁ ବୋଲି କହିଛନ୍ତି ଚିନ୍ମୟ । ଅନବକ୍ସିଙ୍ଗର ଏକ ଭିଡିଓ ପୋଷ୍ଟ କରିଛନ୍ତି ଚିନ୍ମୟ । ତେବେ କମ୍ପାନୀ ଏହହାକୁ ହୃଦୟଙ୍ଗମ କରି ତାଙ୍କ ସମସ୍ତ ଟଙ୍କା ରିଫଣ୍ଡ କରିଥିବା ସେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.