ମୁମ୍ବାଇ ଛାଡ଼ି ଆରସିବି ପକ୍ଷରୁ ଖେଳିବେ ରୋହିତ ଶର୍ମା? ଆଇପିଏଲ ୨୦୨୫ ନିଲାମୀ ପୂର୍ବରୁ ସାମ୍ନାକୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୫ର ମେଗା ଅକ୍ସନ ପୂର୍ବରୁ ସମସ୍ତ ଟିମଙ୍କୁ ରିଟେନ କରିବାକୁ ଥିବା ଖେଳାଳିଙ୍କର ଏକ ଲିଷ୍ଟ ଜାରି କରିବାକୁ ପଡ଼ିବ । ତେବେ ରୋହିତ ଶର୍ମା ଏବେ ମୁମ୍ବାଇ ଇଣ୍ଡିଆନ୍ସରେ ରହିଥିବା ବେଳେ ତାଙ୍କୁ ଯଦି ଏଥର ଫ୍ରାଞ୍ଚାଇଜ ରିଟେନ ନକରେ ତେବେ ଅକ୍ସନରେ ତାଙ୍କୁ କିଣିବା ପାଇଁ ଏକ ମୋଟା ଅଙ୍କର ଅର୍ଥ ଲାଗିପାରେ । ତେବେ ମୁମ୍ବାଇକୁ ୫ ଥର ଚାମ୍ପିୟନ କରାଇଥିବା ରୋହିତ ଆଗାମୀ ସିଜିନରେ ଏହି ଟିମ୍ ସହ ରହିବେ କି ନା ତାହାକୁ ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି । ଏହା ମଧ୍ୟରେ ଭାରତର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏକ ବଡ଼ ବୟାନ ଦେଇଛନ୍ତି ।

ରିଟେନସନ ନିୟମକୁ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଘୋଷଣା କରିସାରିଥିବା ବେଳେ ଚଳିତ ମାସ ଶେଷ ଆଡ଼କୁ ରିଟେନ ହେବାକୁ ଥିବା ଖେଳାଳିଙ୍କର ନାମ ଜାରି କରାଯିବ । ପ୍ରତି ଟିମ୍ ଅତିବେଶିରେ ୬ ଜଣ ଖେଳାଳିଙ୍କୁ ରିଟେନ୍ କରିବା ନେଇ ନିୟମ ରହିଛି । ତେବେ ଯଦି ମୁମ୍ବାଇ ରୋହିତଙ୍କୁ ରିଲିଜ୍ କରେ, ତେବେ ସେ ଆଗାମୀ ସିଜିନରେ ଅକ୍ସନରେ ଦେଖାଦେବେ । କିଛି ରିପୋର୍ଟ ମୁତାବକ, ରୋହିତ ଅକ୍ସନରେ ଆସିବା ପରେ ପଞ୍ଜାବ ଓ ଆରସିବି ତାଙ୍କୁ କିଣିବାକୁ ନିଲାମ ଡାକିପାରେ । କାରଣ ଏହି ଦୁଇ ଟିମ୍ ଜଣେ ନୂଆ ଅଧିନାୟକଙ୍କ ସନ୍ଧାନରେ ରହିଛନ୍ତି । ନିଜର ୟୁଟ୍ୟୁବ୍ ଚ୍ୟାନେଲରେ ଅଶ୍ୱିନୀ ଏହି ପ୍ରସଙ୍ଗରେ ଏକ ବଡ଼ ବୟାନ ଦେଇଛନ୍ତି । ତେବେ ଆରସିବି ଯଦି ରୋହିତଙ୍କୁ ଦଳରେ ସାମିରେ କରେ ତେବେ ତାଙ୍କ ପାଇଁ ୨୦ କୋଟି ଅର୍ଥ ଖର୍ଚ୍ଚ କରିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.