fbpx

ତେନ୍ଦୁଲକର ହେବେ BCCIର ପରବର୍ତ୍ତୀ ଅଧ୍ୟକ୍ଷ? ଜାଣନ୍ତୁ କ’ଣ ରହିଛି ଅପଡେଟ୍

ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନାମ ହିଁ ଯଥେଷ୍ଟ । ସାରା ବିଶ୍ୱର କୋଟି କୋଟି କ୍ରୀଡ଼ାପ୍ରେମୀ ଆଜି ବି ତାଙ୍କର ଅତୀତର କ୍ରୀଡ଼ା ପ୍ରତିଭାକୁ ଝୁରୁଛନ୍ତି । ତେବେ ଏହା ମଧ୍ୟରେ ସଚିନଙ୍କୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପରବର୍ତ୍ତୀ ଅଧ୍ୟକ୍ଷ ପଦ ସହିତ ସଚିନଙ୍କୁ ନେଇ କିଛିଟା ଅପଡେଟ୍ ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ଆଜି ଅନୁଷ୍ଠିତ ହୋଇଥିବା ଇଣ୍ଡିଆ ଟୁଡେ କନକ୍ଲେଭ-୨୦୨୩ରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ସଚିନ ସ୍ପେଶାଲ ଗେଷ୍ଟ ଭାବେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ସଚିନ ଭାରତରେ ହେବାକୁ ଥିବା ଏକଦିବସୀୟ ବିଶ୍ୱକପ, ବର୍ଡର-ଗାଭାସ୍କର ଟ୍ରଫି, ଆସନ୍ତା ଜୁନରେ ହେବାକୁ ଥିବା ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଓ ଦିନିକିଆ କ୍ରିକେଟର ଭବିଷ୍ୟତକୁ ନେଇ ନିଜର ମତ ରଖିଥିଲେ ।

ତେବେ ବିସିସିଆଇର ଅଧ୍ୟକ୍ଷ ପଦକୁ ନେଇ ମଧ୍ୟ ସଚିନ ବୟାନ ଦେଇଥିଲେ । ପୂର୍ବ କ୍ରିକେଟରମାନେ ଅଧ୍ୟକ୍ଷ ପଦ ସମ୍ଭାଳୁଥିବା ନେଇ ତାଙ୍କୁ ପ୍ରଶ୍ନ କରାଯାଇଥିଲା । ଏହାର ମଜାଦାର ଜବାବ ଦେଇ ସଚିନ ଏହି ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ । ତେବେ ପ୍ରତି ଆଉଟକୁ ସଚିନ ମନେ ରଖିଛନ୍ତି କି ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ୧୯୯୦ରେ ଇଂଲଣ୍ଡ ବିପକ୍ଷରେ ୧୦ ରନରେ କ୍ରିସ ଲୁଇସଙ୍କ ଦ୍ୱାରା ସେବୋଲ୍ଡ ଆଉଟ୍ ହୋଇଥିଲେ । ସେହିପରି ୧୯୯୨ରେ ନିଜର ପଦାର୍ପଣ ବିଶ୍ୱକପରେ ତାଙ୍କୁ ଇୟାନ ବୋଥାମ ଆଉଟ କରି ଖୁସି ମନାଇଥିଲେ, ମାତ୍ର ସେ ଦୁଃଖିତ ଥିଲେ । ବର୍ତ୍ତମାନ ଦିନିକିଆ କ୍ରିକେଟ ବୋରିଂ ଲାଗୁଛି, ତେଣୁ ଏହାକୁ ଜୀବିତ କରିବା ଆବଶ୍ୟକ ।

Get real time updates directly on you device, subscribe now.