fbpx

କ’ଣ କରିବେ ସତ୍ୟ, ନୂଆ ଦଳରେ ଯୋଗ ଦେବେ ନା ରାଜନୀତିରୁ ସନ୍ୟାସ ନେବେ

ଭୁବନେଶ୍ୱର:ଦଳ ଆଭିମୁଖ୍ୟ ଦଳର ବିଚାରରେ ପ୍ରେରିତ ହୋଇ କିଛି ଲୋକ ରାଜନୀତିରେ ପାଦ ଦେଇଥାଆନ୍ତି ।ଜନ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବା ସହିତ ସମୟ କ୍ରମେ ସେମାନେ ଜନ ସମର୍ଥନ ହାସଲ କରିନ୍ତି ଆଉ ଏକ ଜନ ପ୍ରତିନିଧି ଭାବେ ଉଭା ହୁଅନ୍ତି । ଜନତାଙ୍କ ହକ ପାଇଁ ସରକାରଙ୍କୁ ପ୍ରଶ୍ନ ବାଣରେ ଆହତ କରନ୍ତି ସେହି ହକ ପାଇଁ ରାଜରାସ୍ତାକୁ ମଧ୍ୟ ଓହ୍ଲାଇ ଆସନ୍ତି ଏହାପରେ ସଂଗ୍ରାମର ବହ୍ନି ମଧ୍ୟ ପ୍ରଜ୍ୱଳ କରିବାର ଆମେ ଦେଖିଛୁ ।

ଏହି ଭଳି ସମାଜରେ ପରିବର୍ତ୍ତନ ଆଣିବା ପାଇଁ ସାମ୍ବାଦିକତାରୁ ରାଜନୀତିରେ ପାଦ ଦେଇଥିଲେ ସତ୍ୟ ପ୍ରକାଶ ନାୟକ ।ଏକ ସଚ୍ଚୋଟ ବ୍ୟକ୍ତି ବିଶେଷ ସହ ଜଣେ ନିଷ୍ଠାପର ସାମ୍ବାଦିକ ଭାବେ ତାଙ୍କୁ ସାରା ଓଡିଶା ଜାଣିଥିଲା ।ସାମ୍ବାଦିକତା ସହିତ ସେ ରାଜନୀତିରେ ଯୋଗ ଦେଲେ ।ଏହା ପରେ ସେ କଂଗ୍ରେସରେ ଦଳର ସଦସ୍ୟ ଭାବେ ପରିଚିତ ହେଲେ ।କେବଳ ଏତିକି ନୁହେଁ କଂଗ୍ରେସର ଆଗଧାଡିର ନେତା ଭାବେ କାର୍ଯ୍ୟକଲେ ଏବଂ ମୁଖପାତ୍ର ଭାବେ ଦାୟିତ୍ୱ ଲିଭାଇଲେ । କିନ୍ତୁ ଦଳରେ ରହି କାର୍ଯ୍ୟ କରିବା ଭିତରେ ସେ ସେହି ସନ୍ତୁଷ୍ଟି ପାଇ ପାରିଲେ ନାହିଁ । କଂଗ୍ରେସର ସ୍ଥିତି ଆଉ କଂଗ୍ରେସର ଦଳରେ ଯେଉଁ କଳହ ଲାଗି ରହିଛି ତାହା ପାଇଁ କଂଗ୍ରେସ କର୍ମୀ ମାନେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ଯାହା ପାଇଁଦଳ ଭିତରେ ଥିବା କର୍ମୀ ମାନଙ୍କର ତିକ୍ତତା ବୃଦ୍ଧି ପାଇଲା । ଦଳର କେଉଁ ଆଭିମୁଖ୍ୟରେ କାର୍ଯ୍ୟ କରୁଛି ତାହା ଦଳର କର୍ମୀ ମାନେ ମଧ୍ୟ ବୁଝି ପାରିଲେ ନାହିଁ । ଯାହା ପାଇଁ ନିକଟରେ ସତ୍ୟ ନାୟକ କଂଗ୍ରେସରୁ ଇସ୍ତଫା ଦେଲେ ।

ଆଉ ଏବେ ଯାହା ଚର୍ଚ୍ଚା ହେଉଛି ସେ ଆପରେ ମିଶିବେ । ଆଞ୍ଚଳିକ ଦଳରୁ ରାଷ୍ଟ୍ରୀୟ ଦଳ ଭାବେ ଉଭା ହୋଇଥିବା ଆପ ଏବେ ସବୁ ରାଜ୍ୟରେ ତାଙ୍କର ସଦସ୍ୟତା ବଢ଼ାଇବାକୁ ଚେଷ୍ଟା କରୁଛି । ଏହା ସହିତ ଆପର ନଜର ଏବେ ଓଡିଶା ଉପରେ । କିଛି ଦିନ ମଧ୍ୟରେ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଓଡିଶା ଆସୁଛନ୍ତି । ଆଉ ଯାହା ଶୁଣିବାକୁ ମିଳୁଛି ସତ୍ୟ ନାୟକଙ୍କୁ ଆପର କିଛି ମୁଖ୍ୟ ଦାୟିତ୍ୱ ମିଳିପାରେ । ହାତ ଛାଡିଥିବା ସତ୍ୟ ଏବେ ଝାଡୁ ଧରିବେ ବୋଲି ରାଜନୈତିକ ମହଲରେ ବହୁ ଚର୍ଚ୍ଚା ହେଉଛି । ତେବେ ଏହା ସତ୍ୟ କି ନାହିଁ ତାହାକିଛି ଦିନ ଗଲେ ସମୟ ଜଣେଇ ଦେବେ ।

Get real time updates directly on you device, subscribe now.