fbpx

ପୁଣି ବଦଳିଯିବ କି ବିମୁଦ୍ରୀକରଣରେ ବନ୍ଦ ହୋଇଥିବା ୫୦୦ ଏବଂ ୧୦୦୦ ନୋଟ୍? ଅନୁମତି ଦେଇପାରନ୍ତି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶରେ ବିମୁଦ୍ରୀକରଣ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରୁଥିବା ଆବେଦନଗୁଡ଼ିକ ଉପରେ ଶୁକ୍ରବାର ଦିନ ଏକ ସମ୍ବିଧାନ ବେଞ୍ଚ ସମ୍ମୁଖରେ ଶୁଣାଣି ହୋଇଛି । ଜଷ୍ଟିସ୍ ଏସ୍ ନଜିରଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ସୂଚାଇ ଦେଇଛନ୍ତି ଯେ, ଏହା ପୁରୁଣା ନୋଟ୍ ବଦଳାଇବା ପାଇଁ ଏକ ବ୍ୟବସ୍ଥା ସୃଷ୍ଟି କରିବାକୁ ବିଚାର କରାଯିବ । ଅବଶ୍ୟ କିଛି ବିଶେଷ କ୍ଷେତ୍ରରେ ଅନୁମତି ଦିଆଯିବ । ୫ ଡିସେମ୍ବରରେ ସମ୍ବିଧାନ ପୀଠ ଏହି ମାମଲାର ଶୁଣାଣି ଜାରି ରଖିବ ।

ଏହି ଆବେଦନଗୁଡିକରେ ୮ ନଭେମ୍ବର ୨୦୧୬ ତାରିଖର ବିମୁଦ୍ରୀକରଣ ବିଜ୍ଞପ୍ତିକୁ ବେଆଇନ ବୋଲି ଚ୍ୟାଲେଞ୍ଜ କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ଆଟର୍ଣ୍ଣି ଜେନେରାଲ ଭେଙ୍କଟାରାମଣି କହିଛନ୍ତି ଯେ, କୋର୍ଟ ଏପରି ନିର୍ଦ୍ଦେଶ ଦେଇ ପାରିବେ ନାହିଁ । ବିମୁଦ୍ରୀକରଣ ପରେ ନୋଟ୍ ବିନିମୟ ପାଇଁ ୱିଣ୍ଡୋକୁ ଆହୁରି ଅଧିକ ବଢ଼଼ାଯାଇଥିଲା କିନ୍ତୁ ଲୋକମାନେ ଏହାର ଫାଇଦା ନେଇ ନଥିଲେ । ସେ କହିଛନ୍ତି ଯେ, କେତେକ ବିଶେଷ ମାମଲାରେ ସରକାର ନୋଟ୍ ବଦଳାଇବା ଉପରେ ବିଚାର କରିପାରନ୍ତି ।

ସର୍ବୋଚ୍ଚ ଅଦାଲତରେ ଶୁଣାଣି ସମୟରେ ଆଟର୍ଣ୍ଣି ଜେନେରାଲ୍ ବିମୁଦ୍ରୀକରଣ ବିଜ୍ଞପ୍ତିକୁ ରକ୍ଷା କରିଥିଲେ । ନକଲି ନୋଟ୍ ତଥା ଆତଙ୍କବାଦର ଫଣ୍ଡିଙ୍ଗକୁ ଅଟକାଇବା ପାଇଁ ଏହି ପଦକ୍ଷେପ ନିଆଯାଇଥିଲା ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.