fbpx

ଜୁନ୍‌ ୨୧ ସୂର୍ଯ୍ୟପରାଗ ପରେ ନଷ୍ଟ ହେବ କି କରୋନା ? ଜାଣନ୍ତୁ କଣ କହୁଛନ୍ତି ଭାରତୀୟ ବୈଜ୍ଞାନିକ

କରୋନା ମହାମାରୀକୁ ନେଇ ବର୍ତ୍ତମାନ ସୁଦ୍ଧା ଅନେକ ଦାବି କରାଯାଇଛି । କିନ୍ତୁ ବର୍ତ୍ତମାନ ସମୟରେ ଜଣେ ଭାରତୀୟ ବୈଜ୍ଞାନିକ ଏହି ମହାମାରୀର ସମାପ୍ତକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ଚଳିତମାସ ଅର୍ଥାତ୍ ୨୧ରେ ହେବାକୁ ଥିବା ସୂର୍ଯ୍ୟପରାଗ ପରେ କରୋନା ଭୂତାଣୁ ନଷ୍ଟ ହୋଇଯିବ ବୋଲି ସେ କହିଛନ୍ତି । ତେବେ ଚେନ୍ନାଇର ନ୍ୟୁକ୍ଲିୟର ଆଣ୍ଡ ଆର୍ଥ ବିଜ୍ଞାନୀ ଡ଼.କେ ଏଲ ସୁନ୍ଦର ଅନୁସାରେ, ଗତ ବର୍ଷ ଡିସେମ୍ବର ୨୬ରେ ଶେଷ ସୂର୍ଯ୍ୟପରାଗ ପରେ ସୌରମଣ୍ଡଳରେ ଗ୍ରହଗୁଡିକର ସ୍ଥିତି ପରିବର୍ତ୍ତନ ପରେ କରୋନା ମହାମାରୀ ଆମ ଜୀବନକୁ ଆସିଥିଲା । ଏହି କାରଣରୁ ବାୟୁମଣ୍ଡଳର ଉପର ଭାଗରୁ କରୋନା ଉତ୍ପନ୍ନ ହୋଇଥିଲା ।

ଏଥି ସହ ଆଗାମୀ ସୂର୍ଯ୍ୟପରାଗରେ ଦୁନିଆରେ ହାହାକାର ସୃଷ୍ଟି କରିଥିବା କରୋନା ଭାଇରସ୍ ଶେଷ ହୋଇଯିବାର ସମ୍ଭାବନା ରହିଛି । ପରାଗ ସମୟରେ ଦ୍ରୁତଗତିରେ ବିଭାଜିତ ହେଉଥିବା ନ୍ୟୁଟ୍ରନ୍ରୁ ଉତ୍ପନ୍ନ ହେଉଥିବା ତେଜଷ୍କ୍ରିୟ ଶକ୍ତିରେ କରୋନା ଭୂତାଣୁର ସଂରଚନା ନଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ଥିବା ସେ ସୂଚନା ଦେଇଛନ୍ତି। ତେବେ ପରବର୍ତ୍ତୀ ସୂର୍ଯ୍ୟପରାଗ ଜୁନ୍ ୨୧ରେ ଘଟିବ । ଜ୍ୟୋତିଷଶାସ୍ତ୍ର ଅନୁସାରେ, ସୂର୍ଯ୍ୟପରାଗ ସକାଳ ୧୦.୨୦ରୁ ଆରମ୍ଭ ହୋଇ ରାତି ୧.୪୯ ପର୍ଯ୍ୟନ୍ତ ଜାରି ରହିବ । ଅନ୍ୟପଟେ କରୋନା ଭାଇରସରେ ବିଶ୍ୱରେ ପ୍ରାୟ ୮୦ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଭାରତରେ ୩ ଲକ୍ଷରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି ।

Get real time updates directly on you device, subscribe now.