fbpx

ଋଷର ରକ୍ଷାମନ୍ତ୍ରୀ କରିବେ କି ଆତ୍ମହତ୍ୟା? ୟୁକ୍ରେନଠୁ ହାରିବା ପରେ ନେତାମାନେ ଏମିତି ଦେଲେ ଉପଦେଶ

ନୂଆଦିଲ୍ଲୀ: ୟୁକ୍ରେନରେ ଚାଲିଥିବା ‘ସ୍ପେଶାଲ ମିଲିଟାରୀ ଅପରେସନ’ରେ ଆଶାନୁରୂପ ସଫଳତା ନ ମିଳିବାରୁ ବଢିବାରେ ଲାଗିଛି ବିରୋଧ । ଋଷ ଦ୍ୱାରା କବଜା ହୋଇଥିବା ୟୁକ୍ରେନ ସହରରେ ସ୍ଥାପିତ ନେତା ପୁତିନଙ୍କ ରକ୍ଷାମନ୍ତ୍ରୀଙ୍କୁ ଲାଜରେ ଆତ୍ମହତ୍ୟା କରିବା ପାଇଁ କହିଛନ୍ତି । ଖେରସନ ଅଞ୍ଚଳରେ ନିୟୋଜିତ ଥିବା ଋଷର ଉପପ୍ରମୁଖ କିରିଲ ଷ୍ଟ୍ରେମୋସୋଭ କହିଛନ୍ତି ଯେ, ପୁତିନଙ୍କ ରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗୁଙ୍କୁ ୟୁକ୍ରେନରୁ ମିଳିଥିବା ପରାଜୟରେ ଆତ୍ମହତ୍ୟା କରି ଦେବା ଉଚିତ ।

୪ ମିନିଟର ଏକ ଭିଡିଓ ଜାରି କରି ଅସନ୍ତୋଷ ଜାହିର କରିଛନ୍ତି । ମସ୍କୋରେ ବସି ଫ୍ରଣ୍ଟ ଲାଇନର ସମସ୍ୟା ବୁଝିବାରେ ବିଫଳ ହୋଇଛନ୍ତି ସେନାର ଜେନେରାଲ ଏବଂ ମନ୍ତ୍ରୀ । ତେଣୁ ସାର୍ବଜନୀନ ଭାବରେ ସେମାନଙ୍କ ଉପରେ ବର୍ଷିଛନ୍ତି କିରିଲ । ଅନେକ କଟୁ ଭାଷାରେ ରକ୍ଷାମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, କିଛି ଲୋକ କହୁଛନ୍ତି ଯଦି ସେ ଜଣେ ରକ୍ଷାମନ୍ତ୍ରୀ ହୋଇଥାନ୍ତେ, ତେବେ ଏଭଳି ପରସ୍ଥିତି ପାଇଁ ସେ ନିଜେ ନିଜକୁ ଗୁଳି ମାରି ଦେଇଥାନ୍ତେ । ତେବେ ଋଷରେ ଏଭଳି ଭାବରେ କୌଣସି ମନ୍ତ୍ରୀଙ୍କୁ ସାର୍ବଜନୀକ ଭାବେ ଅପମାନିତ କରା ଯାଇନଥାଏ ।

କିନ୍ତୁ ୟୁକ୍ରେନ ଯୁଦ୍ଧରେ ମିଳିଥିବା ପରାଜୟ ଯୋଗୁଁ ପୁତିନଙ୍କର କିଛି ସହଯୋଗୀ ଏବଂ ସେନାର ଜେନେରାଲ ମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ଋଷର ସ୍ୱୟଂଚାଳିତ ଅଞ୍ଚଳର ନେତା ରମଜାନ କାଦିରୋବ ମଧ୍ୟ ଋଷ ସେନାର ପରାଜୟକୁ ନେଇ ଚିନ୍ତିତ ହୋଇପଡିଛନ୍ତି । ଏଥିପାଇଁ ସେ ପ୍ରମୁଖ ଅଫିସରମାନଙ୍କୁ ଦାୟୀ କରିଛନ୍ତି । ଏହା ପୂର୍ବରୁ ପୂର୍ବ ୟୁକ୍ରେନରେ ଋଷ ସେନାର କମାଣ୍ଡରଙ୍କ ପାଖରୁ ତାଙ୍କ ପଦକ ଛଡାଇ ନିଆଯିବା ଉଚିତ ବୋଲି ଏକ ଦାବି କରିଥିଲେ କାଦିରୋବ ।

Get real time updates directly on you device, subscribe now.