fbpx

ଏହି ସରକାରୀ ବ୍ୟାଙ୍କର ଲୋନ୍ ଆଜିଠାରୁ ହେଲା ମହଙ୍ଗା: ଦେବାକୁ ପଡିବ ଅଧିକ EMI

ନୂଆଦିଲ୍ଲୀ: ସରକାରୀ ବ୍ୟାଙ୍କ ‘କାନାରା ବ୍ୟାଙ୍କ’ ସମସ୍ତ ଅବଧି ପାଇଁ ନିଜର ଏମସିଏଲଆର ଓ ଆରଏଲଏଲଆରରେ ୧୫ ବେସିସ ପଏଣ୍ଟ ବୃଦ୍ଧି କରିଛି । ହାର ବୃଦ୍ଧି ଯୋଗୁଁ ଲୋନ୍ ନେବା ଏବେ ମହଙ୍ଗା ହେବ । ଗ୍ରାହକଙ୍କ ଉପରେ ଇଏମଆଇ ଭାର ପୂର୍ବ ଅପେକ୍ଷା ଅଧିକ ବୃଦ୍ଧି ପାଇବ । ତେବେ ଆରବିଆଇ ଦ୍ୱାରା ରେପୋ ରେଟ୍ ୫୦ ବେସ୍ ପଏଣ୍ଟ ବୃଦ୍ଧି ପରେ କାନାରା ବ୍ୟାଙ୍କ ଏହି ନିଷ୍ପତ୍ତି ନେଇଛି । ରେପୋ ହାରରେ ବୃଦ୍ଧି ପରେ ବର୍ତ୍ତମାନ ଏହି ହାର ୫.୯ ପ୍ରତିଶତକୁ ବୃଦ୍ଧି ପାଇଛି । ବ୍ୟାଙ୍କରୁ ମିଳିଥିବା ସୂଚନା ଅନୁଯାୟୀ, ସୁଧ ହାରରେ ଏହି ପରିବର୍ତ୍ତନ ଆଜି ଅର୍ଥାତ୍ ୭ ଅକ୍ଟୋବରରୁ ଲାଗୁ ହୋଇଛି ।

ଏମସିଏଲଆର ହାରରେ ୧୫ ଆଧାର ପଏଣ୍ଟ ବୃଦ୍ଧି ପରେ ବର୍ତ୍ତମାନ କାନାରା ବ୍ୟାଙ୍କର ଏମସିଏଲଆର ହାର ଏକ ମାସ ପାଇଁ ୭.୦୫ ପ୍ରତିଶତ, ୩ ମାସର ୭.୪୦ ପ୍ରତିଶତ ଏବଂ ୬ ମାସର ହାର ୭.୬୫ ପ୍ରତିଶତକୁ ବୃଦ୍ଧି ପାଇଛି । ୧ ବର୍ଷ ପାଇଁ କାନାରା ବ୍ୟାଙ୍କର ଏମସିଏଲଆର ହାର ୧ ଆଧାର ପଏଣ୍ଟ ବଢ଼ି ୭.୯୦ ପ୍ରତିଶତକୁ ବୃଦ୍ଧି ପାଇଛି । ଯେତେବେଳେ ଆପଣ କୌଣସି ବ୍ୟାଙ୍କରୁ ଋଣ ନିଅନ୍ତି, ବ୍ୟାଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା ସୁଧକୁ ସର୍ବନିମ୍ନ ଦରକୁ ଆଧାର ଦର କୁହାଯାଇଥାଏ ।

ବ୍ୟାଙ୍କ ଆଧାର ଦରଠାରୁ କମ୍ ହାରରେ କାହାକୁ ଲୋନ୍ ଦେଇପାରିବ ନାହିଁ । ଏହି ବେସ୍ ରେଟ୍ ବଦଳରେ ବର୍ତ୍ତମାନ ବ୍ୟାଙ୍କଗୁଡିକ ଏମସିଏଲଆରର ବ୍ୟବହାର କରୁଛନ୍ତି । ଏମସିଏଲଆର ରେଟ୍ ଓ ରେପୋ ରେଟ୍ ପରସ୍ପର ସହ ଲିଙ୍କ ହେବା କାରଣରୁ ରେପୋ ରେଟ୍ ବଢ଼ିବା ଦ୍ୱାରା ଏମସିଏଲଆର ରେଟ୍ ଉପରେ ବି ପ୍ରଭାବ ପଡ଼ୁଛି ।

Get real time updates directly on you device, subscribe now.