fbpx

(Video) ସତ ହେବ ମାଳିକା ! ରତ୍ନଭଣ୍ଡାର ଖୋଲିଲେ ଆସିବ ବଡ଼ ବିପଦ… କ’ଣ ହେବ ପରିସ୍ଥିତି?

Advertisement

ଓଡ଼ିଶା ଭାସ୍କର: ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମାଳିକାରେ କଳିଯୁଗ ଶେଷ ବିଷୟରେ ଅନେକ ଘଟଣା-ଅଘଟଣା ବିଷୟରେ ବର୍ଣ୍ଣନା କରାଯାଇଛି। ପତିତ ପାବନରେ ନିଆଁ ଲାଗିବା, ହୀରାକୁଦ ବନ୍ଧ ଭାଙ୍ଗିବା ହେଉ କି ହୀରାକୁଦରେ ଚିତଳ ମାଛର କାହାଣୀ ହେଉ, ଏମିତି ଅନେକ ଘଟଣା କଳିଯୁଗରେ ଘଟିବା ନେଇ ସେ ଲେଖି ଯାଇଛନ୍ତି। ଯାହା ଏବେ ଧିରେ ଧିରେ ସତ ହେଉଥିବା ଦେଖାଯାଉଛି। ମାଳିକାରେ କୁହାଯାଇଥିବା ଅନେକ ଘଟଣା ଏବେ ଘଟିବାରେ ଲାଗିଛି। ସିଧାସଳଖ ନହେଲେ ବି ପୃଥିବୀର ଧ୍ୱଂସ ଆଡ଼କୁ ଆଙ୍ଗୁଳି ଦେଖାଇଛି ଅନେକ ଘଟଣା । ତେବେ ବର୍ତ୍ତମାନ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିବା ଯୋଜନା ହେଉଥିବା ବେଳେ ଏହାପରର ପରିସ୍ଥିତିକୁ ନେଇ ପୁଣିଥରେ ମାଳିକାବାଣୀ ଭୟ ବଢାଇଛି ।

ମନ୍ଦିର ଉପରୁ ପଥର ଖସିବା ହେଉ, କିମ୍ବା ନେତରେ ନିଆଁ ଲାଗିବା ଘଟଣା ବା ମନ୍ଦିର ଉପରେ ଚିଲ ଉଡ଼ିବା ଘଟଣା ପୃଥିବୀ ଧ୍ୱଂସର ସଂକେତ ଦେଇସାରିଛି । ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମାଳିକାରେ ଏହାସବୁ ହଜାର ହଜାର ବର୍ଷ ପୂର୍ବରୁ ଲେଖା ହୋଇଥିବା ବେଳେ ବର୍ତ୍ତମାନ ଏହା ସତରେ ଘଟୁଥିବାର ଦେଖାଯାଉଛି । ସେପଟେ ବର୍ତ୍ତମାନ ରାଜ୍ୟ ସରକାର ରତ୍ନ ଭଣ୍ଡାର ଖୋଲିବା ପାଇଁ ଉଦ୍ୟମ କରୁଛନ୍ତି । ଆସନ୍ତା ୮ ତାରିଖରେ ରତ୍ନ ଭଣ୍ଡାର ଖୋଲିବା ପାଇଁ ଚର୍ଚ୍ଚା ହେଉଥିବା ବେଳେ ଏବେ ଏହାକୁ ସ୍ଥଗିତ ରଖାଯାଇଛି । କିନ୍ତୁ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିବା ପୃଥିବୀ ପାଇଁ ବଡ଼ ବିପଦ ହୋଇପାରେ ବୋଲି ମଧ୍ୟ ଭୟରେ ରହିଛି ମାନବ ଜାତି । ଅନେକ ସମୟରେ କୁହାଯାଇଛି ଯେ, ରତ୍ନ ଭଣ୍ଡାର ଭିତରେ ଏକ ସପ୍ତଫେଣୀ ନାଗ ମହାପ୍ରଭୁଙ୍କ ସମସ୍ତ ଅଳଙ୍କାର ଏବଂ ରତ୍ନକୁ ଜଗି ରହିଛି । ତେବେ ଏପରି ପରିସ୍ଥିତିରେ ଯଦି ଏହି କଥା ସତ ହୋଇଥାଏ, ତେବେ ରତ୍ନଭଣ୍ଡାର ଖୋଲିଲେ ପରିସ୍ଥିତି କ’ଣ ହେବ ତାହାକୁ ଭାବି ସମସ୍ତେ ଭୟରେ ରହିଛନ୍ତି ।

ତେବେ ବର୍ତ୍ତମାନର ଗଜପତି ମହାରାଜଙ୍କ କହିବା ମୁତାବିକ ପ୍ରତି ୫ ବର୍ଷକୁ ଥରେ ରତ୍ନ ଭଣ୍ଡାର ଖୋଲାଯିବା କଥା । କିନ୍ତୁ ବହୁ ବର୍ଷରୁ ରତ୍ନ ଭଣ୍ଡାର ଖୋଲାଯାଇନାହିଁ । ଆଉ ଏବେ ଏହାକୁ ଖୋଲିବା ପାଇଁ ଯୋଜନା କରାଯାଉଛି । ୧୯୭୮ ମସିହା ପରେ ପ୍ରଥମ ଥର ରତ୍ନ ଭଣ୍ଡାର ଖୋଲିବାକୁ ଯାଉଛି । ଯାହା ଜଣା ପଡ଼ିଛି ପୁର୍ବରୁ ବ୍ରିଟିଶ ଶାସନ ସମୟରେ ଶେଷ ଥର ପାଇଁ ୧୯୭୮ ମସିହାରେ ରତ୍ନଭଣ୍ଡାର ଯାଞ୍ଚ କରାଯାଇଥିଲା । କିନ୍ତୁ କେତେ ଅଳଙ୍କାର ରତ୍ନ ରହିଛି ତାହା ଲୋକଙ୍କ ସାମ୍ନାରେ ରଖାଯାଇନଥିଲା । ତେବେ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଖୋଲିବା ପୂର୍ବରୁ ଶ୍ରୀଜିଉଙ୍କ ଅନୁମତି ଆବଶ୍ୟକ ହୋଇଥାଏ । ମହାପ୍ରଭୁଙ୍କୁ ପୂଜା ଅର୍ଚ୍ଚନାକରି ଖୋଲାଯାଇଥାଏ ରତ୍ନଭଣ୍ଡାର । କିନ୍ତୁ ରତ୍ନଭଣ୍ଡାର ଖୋଲିଲେ ବହୁତ ବଡ଼ ବିପଦକୁ ନେଇ ମଧ୍ୟ ଆଶଙ୍କା କରାଯାଉଛି । କାରଣ ରତ୍ନ ଭଣ୍ଡର ମନ୍ଦର ତଳେ ରହିଛି ଆଉ ରତ୍ନ ଭଣ୍ଡାର ଭାଙ୍ଗିଲେ ଗୋଟିଏ ବଡ଼ ବିପଦ ଘଟିଯାଇପାରେ ବୋଲି କୁହାଯାଉଛି ।

Get real time updates directly on you device, subscribe now.