fbpx

ସାବଧାନ୍! ପୁଣି ହେବ କି ‘Surgical Strike’? ଭାରତର କାଉଣ୍ଟର ଆଟାକ ଭୟରେ ଥରିଲାଣି ପାକିସ୍ତାନ

Advertisement

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ରିଆସିରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ଏବେ ପାକିସ୍ତାନରେ ଭୟର ଆତଙ୍କ ଖେଳିଯାଇଛି । ଏହି ଆକ୍ରମଣରେ ଭାରତର ୯ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪୧ ଜଣ ଆହତ ହୋଇଛନ୍ତି । ଯାହାକୁ ନେଇ ସାରା ଦେଶରେ ଏବେ ପ୍ରତିଶୋଧର ନିଆଁ ଜଳୁଛି । ଏହାସହିତ ଆକ୍ସନ ମୋଡକୁ ଆସିଛି ଭାରତୀୟ ସେନା । ତେଣୁ ଏହି ଆକ୍ରମଣ ପରେ ଭାରତ କି ଆକ୍ସନ ନେବ, ତାହାକୁ ନେଇ ପାକିସ୍ତାନରେ ଏବେ ଭୟ ଦେଖା ଦେଇଛି । ପୂର୍ବରୁ ଭାରତ ପାକିସ୍ତାନକୁ ଦେଇଥିବା ‘ସର୍ଜିକାଲ ଷ୍ଟ୍ରାଇକ’ ଭୟ ଏବେ ବି ପାକିସ୍ତାନର ଛାତି ଥରାଇ ଦେଉଛି । ବସ୍ ଆକ୍ରମଣ ପରେ ପୁଣିଥରେ ପାକିସ୍ତାନକୁ ସର୍ଜିକାଲ ଷ୍ଟ୍ରାଇକର ଭୟ ଘାରିଛି ।

ବସ୍ ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀ ଜଙ୍ଗଲରେ ଲୁଚିଥିବା ଖବର ପାଇବା ପରେ ସୁରକ୍ଷାବଳ ସେମାନଙ୍କ ବିରୋଧରେ ଆକ୍ସନ ମୋଡକୁ ଆସିଛନ୍ତି । ଏଥିପାଇଁ ସେଠାରେ ସର୍ଚ୍ଚ ଅପରେସନ୍ ଜାରି ରହିଥିବା ବେଳେ ଭାରତୀୟ ସେନା, ସିଆରପିଏଫର ୧୧ଟି ଟିମ ସହିତ କମାଣ୍ଡୋ ଏବଂ ଡ୍ରୋନ୍ ସବୁଆଡ଼େ ନଜର ରଖିଛି । ଏହାପରେ ମୋଦୀ ପୁଣିଥରେ ପ୍ରଧାନମନ୍ତ୍ରୀ ପଦରେ ବସିବା ପରେ ପାକିସ୍ତାନର ଭୟ ଆହୁରି ୨ ଗୁଣ ହୋଇଯାଇଛି । ମୋଦୀ କୌଣସି ମୁହୂର୍ତ୍ତରେ ବି ଆତଙ୍କୀ ବିରୋଧରେ ଆକ୍ରମଣର ନିଷ୍ପତ୍ତି ନେଇପାରନ୍ତି । ପିଓକେର ପୂର୍ବ ପ୍ରଧାନମନ୍ତ୍ରୀ ଫାରୁକ ଅହମ୍ମଦ ଡାର ଏକ ଟ୍ୱିଟ ଜରିଆରେ ନିଜର ଭୟକୁ ବ୍ୟକ୍ତ କରିଛନ୍ତି । ତେଣୁ ଏହି ଆକ୍ରମଣ ପରେ ଭାରତୀୟ ସେନାଠାରୁ ସମ୍ପୂର୍ଣ୍ଣ ଭାବରେ ସତର୍କ ରହିବା ପାଇଁ ପାକିସ୍ତାନକୁ ସୂଚାଇ ଦେଇଛନ୍ତି ।

କାରଣ ଉରୀ ଆଟାକ ପରେ ଭାରତର ସର୍ଜିକାଲ ଷ୍ଟ୍ରାଇକ ଏବଂ ପୁଲୱାମା ଆଟାକ ପରେ ଏୟାର ଷ୍ଟ୍ରାଇକ ଜରିଆରେ ନିଜ ଶକ୍ତି ଦେଖାଇ ସାରିଛି । ତେଣୁ ବର୍ତ୍ତମାନର ଏହି ଆକ୍ରମଣ ପରେ ଭାରତ ଚୁପ ହୋଇ ରହି ନ ପାରେ । ଆତଙ୍କବାଦୀକୁ ଦମନ କରିବା ପାଇଁ ଭାରତ କିଛି ବଡ଼ ପ୍ଲାନ କରିବାର ସମ୍ଭାବନା ରହିଛି । ସୂଚନା ଅନୁସାରେ, ଭାରତୀୟ ଯବାନ ଦଳବଳ ଧରି ଆତଙ୍କୀମାନଙ୍କୁ ଖୋଜିବାରେ ଲାଗିପଡ଼ିଛନ୍ତି । ହେକ୍ସାକପ୍ଟର ଡ୍ରୋନ ସାହାଯ୍ୟରେ ଜଙ୍ଗଲର ବିଭିନ୍ନ ସ୍ଥାନ ଉପରେ ନଜର ରଖିଛି ଭାରତୀୟ ସେନା । ତେଣୁ ଆଗାମୀ ଭବିଷ୍ୟତରେ କିଭଳି ବିପଦ ରହିଛି, ତାହାକୁ ନେଇ ଚିନ୍ତା ଜାହିର କରିଛନ୍ତି ପିଓକେର ପୂର୍ବତନ ପ୍ରଧାନମନ୍ତ୍ରୀ ।

Get real time updates directly on you device, subscribe now.