fbpx
BJD SKY
BJD SKY

କ’ଣ ଭବିଷ୍ୟତରେ ଖେଳାଯିବ IND vs PAK ସିରିଜ୍, ଏମିତି ଜବାବ ଦେଲେ ଅଧିନାୟକ ରୋହିତ ଶର୍ମା

BJD

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୨ରେ ଆଜି ହାଇଭୋଲଟେଜ୍ ମୁକାବିଲାରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ। ଏହି ମ୍ୟାଚର ଗୋଟିଏ ଦିନ ପୂର୍ବରୁ ରୋହିତ ଶର୍ମା ସାମ୍ବାଦିକକ ସମ୍ମିଳନୀରେ ପହଞ୍ଚିବା ସହ ସାମ୍ବାଦିକଙ୍କ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ମାତ୍ର ଗୋଟିଏ ପ୍ରଶ୍ନର ଉତ୍ତରରେ ସେ ଏମିତି କିଛି କହିଛନ୍ତି, ଯାହା ଖୁବ୍ ଚର୍ଚ୍ଚାରେ ରହିଛି। ରୋହିତଙ୍କୁ ଯେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ଵିପାକ୍ଷିକ ସିରିଜର ଭବିଷ୍ୟତ ଉପରେ ପ୍ରଶ୍ନ କରାଗଲା, ରୋହିତ ରୋକ୍ ଠୋକ୍ ଜବାବ ଦେଇଛନ୍ତି।

ରୋହିତ କହିଛନ୍ତି, ଦେଖନ୍ତୁ ଏହା ଆମ ହାତରେ ନାହିଁ। ଏହା ସଂପୂର୍ଣ୍ଣ ଭାବେ ଭିନ୍ନ ପ୍ରଶ୍ନ। ଏହା ଦୁଇ ଦେଶର ବୋର୍ଡ ମଧ୍ୟରେ ମାମଲା। ଯଦି ଦୁଇ ବୋର୍ଡ ନିଷ୍ପତ୍ତି ନିଅନ୍ତି ଖେଳିବାକୁ ତେବେ ଆମେ ଦ୍ଵିପାକ୍ଷିକ ସିରିଜ୍ ଖେଳି ପାରିବୁ। ଏହି ନିଷ୍ପତ୍ତି ନେବା ଖେଳାଳିଙ୍କ କାମ ନୁହେଁ ବରଂ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି)ର କାମ।

ଭାରତ ଏବଂ ପାକିସ୍ତାନ ଦଳ ଦ୍ଵିପାକ୍ଷିକ ସିରିଜ୍ ଖେଳୁ ନାହାନ୍ତି। କେବଳ ଆଇସିସି ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ହେଉଛନ୍ତି କିମ୍ବା ଏସିଆ କପରେ ପରସ୍ପରର ମୁକାବିଲା କରୁଛନ୍ତି। ଦୁଇ ଦଳ ମଧ୍ୟରେ ଶେଷ ମ୍ୟାଚ୍ ୨୦୨୧ ଟି-୨୦ ବିଶ୍ଵ କପରେ ଖେଳା ଯାଇଥିଲା। ଉକ୍ତ ମ୍ୟାଚକୁ ପାକିସ୍ତାନ ୧୦ ଓ୍ଵିକେଟରେ ଜିତି ନେଇଥିଲା। ଏବେ ଏସିଆ କପରେ ଦୁଇ ଦଳ ମଧ୍ୟରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିବ।

Get real time updates directly on you device, subscribe now.