fbpx
BJD SKY
BJD SKY

ବଢ଼ିଲା ଶୀତ ଛୁଟି: ଆଗାମୀ ୫ ଦିନ ପାଇଁ ବନ୍ଦ ରହିବ ରାଜଧାନୀର ସମସ୍ତ ସ୍କୁଲ

BJD

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପ୍ରବଳ ଥଣ୍ଡା ହେତୁ ନର୍ସରୀ ଠାରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକ ଆସନ୍ତା ୫ ଦିନ ବନ୍ଦ ରହିବ । ରବିବାର ସକାଳେ ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଅତିଶୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏହି ସୂଚନା ଦେଇଛନ୍ତି ।

ଦିଲ୍ଲୀରେ ଜାରି ଶୀତକୁ ଦୃଷ୍ଟିରେ ରଖି ନର୍ସରୀ ଠାରୁ ପଞ୍ଚମ ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟରେ ଶୀତ ଛୁଟି ଜାନୁଆରୀ ୧୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଶିକ୍ଷା ମନ୍ତ୍ରୀ ଅତିଶୀଙ୍କ ଅନୁଯାୟୀ, ପ୍ରବଳ ଥଣ୍ଡା ହେତୁ ଦିଲ୍ଲୀର ସମସ୍ତ ସ୍କୁଲ ଜାନୁଆରୀ ୧୨ ପର୍ଯ୍ୟନ୍ତ ବନ୍ଦ ରହିବ । ଏହା ପୂର୍ବରୁ ଶୀତଦିନ ଛୁଟି ଶନିବାର ଦିନ ଶେଷ ହେବାର ଥିଲା ଏବଂ ସୋମବାର ଠାରୁ ବିଦ୍ୟାଳୟଗୁଡ଼ିକ ଖୋଲିଥାନ୍ତା ।

ଦିଲ୍ଲୀରେ ଶୀତ ଲରହ ଜାରି ରହିଛି । ।ଭାରତର ପାଣିପାଗ ବିଭାଗ ଆଗାମୀ କିଛି ଦିନ ପାଇଁ ଘନ କୁହୁଡ଼ି, ହାଲୁକା ବର୍ଷା ଏବଂ ତାପମାତ୍ରା ହ୍ରାସ ହେତୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

Get real time updates directly on you device, subscribe now.