fbpx

ମାର୍ଚ୍ଚ ୧ରୁ GST ନିୟମରେ ବଡ଼ ପରିବର୍ତ୍ତନ, ୫ କୋଟିରୁ ଉଦ୍ଧ୍ୱର୍ କାରବାର ପାଇଁ ଆବଶ୍ୟକ ଇ-ୱେ ବିଲ୍

ନୂଆଦିଲ୍ଲୀ: ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖରୁ କେନ୍ଦ୍ର ସରକାର GST ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ବର୍ତ୍ତମାନ ୫ କୋଟି ଟଙ୍କାରୁ ଉଦ୍ଧ୍ୱର୍ ବ୍ୟବସାୟ କରୁଥିବା ବ୍ୟବସରୟୀମାନେ ଇ-ଚାଲାଣ(e-Invoice) ବିନା ଇ-ୱେ ବିଲ୍(e way Bill) ଜେନେରେଟ କରିପାରିବେ ନାହିଁ । ଦ୍ରବ୍ୟ ଏବଂ ସେବା କର(GST) ନିୟମ ଅନୁଯାୟୀ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ୫୦ ହଜାର ଟଙ୍କାରୁ ଉଦ୍ଧ୍ୱର୍ ମୂଲ୍ୟର ଜିନିଷ କାରବାର ପାଇଁ ଇ-ୱେ ବଲ ଆବଶ୍ୟକ ହୋଇଥାଏ । ନକଟରେ ନ୍ୟାସନାଲ ଇନଫର୍ମେଟିକ୍ସ ସେଣ୍ଟର(NIC) ଏକ ଯାଞ୍ଚରୁ ଜାଣିବାକୁ ପାଇଛି ଯେ ଏମିତି ଅନେକ ଟିକସଦାତାମାନେ ଅଛନ୍ତି ଯେଉଁମାନେ ବିଜନେସ୍ ଟୁ ବିଜନେସ୍ ଏବଂ ବିଜନେସ୍ ଟୁ ଏକ୍ସପୋର୍ଟ ଟ୍ରାନଜେକ୍ସନ ପାଇଁ ଇ- ଚାଲାଣ ବିନା ଇ-ୱେ ବିଲ୍ ଜେନେରେଟ୍ କରୁଛନ୍ତି । ଏହା ନିୟମର ଉଲ୍ଲଂଘନ ଅଟେ । ଅନେକ ସମୟରେ ଏହି ବିଜନେସର ଇ-ୱେ ବିଲ୍ ଇ-ଚାଲାଣ ସହ ମ୍ୟାଚ୍ କରିନଥାଏ ।

ଏଭଳି ସ୍ଥିତିରେ ଟିକସ ଦେୟରେ ସ୍ୱଚ୍ଛତା ଆଣିବା ପାଇଁ ସରକାର ନିୟମରେ ପରିବର୍ତ୍ତନ କରି ଇ-ୱେ ବିଲ୍ ପାଇଁ ଇ- ଚାଲାଣ ବାଧ୍ୟତାମୂଳକ କରିଛନ୍ତି । ତେବେ ଏହି ନିୟମ କେବଳ ବ୍ୟବସାୟୀଙ୍କ ଉପରେ ଲାଗୁ ହେବ ଏବଂ ଗ୍ରାହକ ତଥା ଅନ୍ୟ ପ୍ରକାର ଟ୍ରାନଜେକ୍ସନ ପାଇଁ ଇ-ୱେ ବିଲ୍ ଜେନେରେଟ କରିବା ପାଇଁ ଇ- ଚାଲଣ ବାଧ୍ୟତାମୂଳକ ନୁହେଁ । ଗ୍ରାହକମାନଙ୍କ ଉପରେ ଏହି ପରିବର୍ତ୍ତିତ ନିୟମର କୌଣସି ପ୍ରଭାବ ପଡ଼ିବ ନାହିଁ ।

Get real time updates directly on you device, subscribe now.