21 ନା 22 କେବେ ହେବ ବର୍ଷର ସବୁଠୁ ଛୋଟ ଦିନ, ଏହି କାମ କଲେ ମିଳିବ ସଫଳତା

ଭୁବନେଶ୍ବର: ସମସ୍ତେ ଜାଣନ୍ତି ଯେ, ବର୍ଷକରେ ଏଭଳି ଏକ ଦିନ ରହିଥାଏ, ଯେଉଁଠାରେ ଦିନ ଛୋଟ ଏବଂ ରାତି ବଡ ହୋଇଥାଏ । ବର୍ତ୍ତମାନ ବର୍ଷ ସରିବା ପାଇଁ ଆଉ ଦିନ କେଇଟା ବାକି ରହିଥିବା ବେଳେ କେବେ ଛୋଟ ଦିନ ହେବ ତାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ଛୋଟ ଦିନ ସର୍ବଦା ଡିସେମ୍ବର ମାସରେ ହିଁ ହୋଇଥାଏ । ଡିସେମ୍ବର 21 କିମ୍ବା 22 ତାରିଖରେ ଏହି ଦିନ ହେଉଥିବା ବେଳେ ଦିନ ସର୍ବାଧିକ 10 ଘଣ୍ଟା 18 ମିନିଟ 18 ସେକେଣ୍ଡ ହୋଇଥାଏ । ଏହାକୁ ଓ୍ବିଣ୍ଟେର ସୋଲେଷ୍ଟିକ ମଧ୍ୟ କୁହାଯାଇଥାଏ । ଚଳିତ ବର୍ଷ ଡିସେମ୍ବର21 ସବୁଠାରୁ ଛୋଟ ଦିନ ବୋଲି କୁହାଯାଉଛି ।

ବର୍ଷର ଶେଷ ଦିନ ସୂର୍ଯ୍ୟ ପୃଥିବାର ଦକ୍ଷିଣ ଗୋଲାର୍ଦ୍ଧରେ ଅବସ୍ଥାପିତ କରିଥାନ୍ତି । ସୂର୍ଯ୍ୟ ଧନୁ ରାଶିରେ ପ୍ରବେଶ କରିବା ପରେ ଦକ୍ଷିଣାୟନରୁ ଉତ୍ତରାୟଣ ହେବା ପାଇଁ ଚେଷ୍ଟା କରିଥାନ୍ତି । ତେବେ ଏହି ଦିନକୁ ସବୁଠାରୁ ଭଲ ଦିନ ଭାବେ ବିବେଚନା କରାଯାଇଥାଏ । ଏହି ଦିନ ଯେଉଁ କାର୍ଯ୍ୟ କରିବେ ତାହା ସଫଳ ବୋଲି ବିବେଚନା କରାଯାଇଥାଏ । ଏହି ସମୟରେ ନକରାତ୍ମକ କାର୍ଯ୍ୟକୁ ପରିତ୍ୟାଗ କରି ସକରାତ୍ମକ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦିଆଯାଇଥାଏ । ସୂର୍ଯ୍ୟଙ୍କ ମନ୍ତ୍ର ଜପ କରିବା ଦ୍ବାରା ସବୁ କାର୍ଯ୍ୟରେ ସଫଳତା ମିଳିଥାଏ ।