fbpx
BSKY SKY
BSKY SKY

୪୫୦ ନବାଗତଙ୍କୁ ଛଟେଇ କଲା ୱିପ୍ରୋ, ଖରାପ ପ୍ରଦର୍ଶନ ହେଲା କାରଣ

BSKY

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଆଶଙ୍କାରେ ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶରେ ଛଟେଇ ପର୍ବ ଜାରି ରହିଛି। ବିଶେଷ କରି ଟେକ୍ କମ୍ପାନୀ ଗୁଡ଼ିକ ବହୁଳ ମାତ୍ରାରେ ଛଟେଇ କରୁଛନ୍ତି। ଏହି ତାଲିକାରେ ଏବେ ଭାରତୀୟ ଟେକ୍ କମ୍ପାନୀ ୱିପ୍ରୋ ସାମିଲ ହୋଇଛି। ୱିପ୍ରୋ ଖରାପ ପ୍ରଦର୍ଶନକୁ ଆଧାର କରି ୪୫୨ ନବାଗତଙ୍କୁ ଛଟେଇ କରିଛି।

ବିଜନେସ୍ ଷ୍ଟାଣ୍ଡାର୍ଡର ଏକ ରିପୋର୍ଟ ମୁତାବକ ୱିପ୍ରୋ ମୁଖପାତ୍ର କହିଛନ୍ତି- ଆମେ ୪୫୨ ନବାଗତଙ୍କୁ ଚାକିରିରୁ ବିଦା କରିଛୁ। ଏହି କର୍ମଚାରୀମାନେ ଟ୍ରେନିଂ ପରେ ମଧ୍ୟ ବାରମ୍ବାର ଖରାପ ପ୍ରଦର୍ଶନ କରିଥିଲେ। ଆମେ ନିଜରମାନକକୁ ସର୍ବଶ୍ରେଷ୍ଠରେ ରଖିବାକୁ ଗର୍ବ ମନେକରୁ। ଆମେ ନିର୍ଦ୍ଧାରିତ କରିଥିବା ମାନକକୁ ଅନୁସରଣ କରିବା ନବାଗତମାନଙ୍କଠୁ ମଧ୍ୟ ଆମେ ଆଶା କରୁ।

ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁସାରେ କମ୍ପାନୀ ଛଟଇ କରିଥିବା କର୍ମଚାରୀ ମାନଙ୍କୁ ଜଣାଇଛି ଯେ, ଜଣଙ୍କର ଟ୍ରେନିଂ ପାଇଁ କମ୍ପାନୀ ୭୫ ହଜାର ଟଙ୍କା ଖର୍ଚ୍ଚ କରିଥିଲା। ଯାହା ସେମାନଙ୍କୁ ଭରଣା କରିବାକୁ ପଡ଼ିଥାନ୍ତା, କିନ୍ତୁ ଏହି ଅର୍ଥକୁ ଛାଡ଼ କରିଛି।

Get real time updates directly on you device, subscribe now.