fbpx

ପ୍ରଥମ ଟେଷ୍ଟରେ ରାହୁଲଙ୍କ ଶତକ: ପ୍ରଥମ ଦିନରେ ଭାରତ ୨୭୨/୩

ନୂଆଦିଲ୍ଳୀ: ସେଞ୍ଚୁରିଆନର ସୁପର ସ୍ପୋର୍ଟ ଗ୍ରାଉଣ୍ଡରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ଦୃଢ ସ୍ଥିତିରେ ରହିଛି । ପ୍ରଥମ ଦିନରେ ରାହୁଲଙ୍କ ଶତକ ଜରିଆରେ ଭାରତ ୨୭୨ରନ କରି ୩ ୱିକେଟ ହରାଇଛି । ଭାରତ ପକ୍ଷରୁ ଦୁଇ ଓପନର ଶତକୀୟ ଭାଗିଦାରୀ କରିଥିବା ବେଳେ ଅଧିନାୟକ ବିରାଟ କୋହଲି ଓ ଉପଅଧିନାୟକ ଆଜିଙ୍କ୍ୟ ରାହାଣେ ଉପଯୋଗୀ ଅବଦାନ ଦେଇଥିଲେ । ଦୀର୍ଘଦିନର ବ୍ୟବଧାନରେ ଓପନିଂ ସ୍ଲଟକୁ ଫେରିଥିବା କେ ଏଲ୍ ରାହୁଲ ପ୍ରଥମ ଦିନରେ ଶତକ ହାସଲ କରିଛନ୍ତି । ଚମକ୍ରାର ବ୍ୟାଟିଂ ନମୂନା ଦେଖାଇବା ସହିତ ନିଜ ଟେଷ୍ଟ କ୍ୟାରିୟରର ୭ମ ଶତକ ହାସଲ କରିଛନ୍ତି ରାହୁଲ । ଖବର ପ୍ରସ୍ତୁତ ସୁଦ୍ଧା ରାହୁଲ ୨୪୮ ବଲ ଖେଳି ୧୨୨ ରନରେ ବ୍ୟାଟିଂ କରୁଛନ୍ତି । ତାଙ୍କ ଇନିଂସରେ ୧୬ ଚୌକା ଓ ଗୋଟିଏ ଛକା ସାମିଲ ଥିଲା ।

ମୟଙ୍କ ୧୨୩ ବଲ ଖେଳି ୩ଟି ଚୌକା ସହିତ ୬୦ ରନ କରିଥିଲେ । ତେବେ ଲଗାତାର ବଲରେ ମୟଙ୍କ ଓ ଚେତେଶ୍ୱର ପୂଜାରାଙ୍କୁ ଆଉଟ କରିଥିଲେ ଲୁଙ୍ଗି ଏନଗିଡି । ତେବେ ଅଧିନାୟକ ବିରାଟ କୋହଲିଙ୍କ ସହିତ ମିଶି ଦଳର ରନ ଗତି ଆଗକୁ ବଢାଇଥିଲେ ରାହୁଲ । କୋହଲି ୯୪ ବଲରୁ ୪ ଚୌକା ସହିତ ୩ରନ କରିଥିଲେ । ଚା ପାନ ବିରତି ପରେ କୋହଲି ଏନଗିଡିଙ୍କ ତୃତୀୟ ଶିକାର ହୋଇଥିଲେ । ତେବେ ଆଜିଙ୍କ୍ୟ ରାହାଣେ କିନ୍ତୁ ପ୍ରଥମ ଥର ପାଇଁ ଲୟରେ ନଜର ଆସିଥିଲେ । ରାହୁଲଙ୍କ ସହିତ ମିଶି ଇନିଂସ ସଜାଡିବା ସହିତ ୪୦ ରନରେ ଅପରାଜିତ ରହିଥିଲେ । ଖେଳ ଶେଷ ହେବା ବେଳକୁ ରାହାଣେ ୮୧ ବଲରୁ ୮ ଚୌକା ସହିତ ୪୦ ରନ କରିଥିଲେ । ଲୁଙ୍ଗି ଏନଗିଡି ସଫଳ ବୋଲର ଭାବରେ ୩ଟି ୱିକେଟ ନେଇଥିଲେ । ଏହା ସହିତ ଓପ୍ନର ଭାବରେ ସାଉଥ ଆଫ୍ରିକା ମାଟିରେ ସର୍ବାଧିକ ରନ କରିଛନ୍ତି ରାହୁଲ ।

Get real time updates directly on you device, subscribe now.