fbpx

WMO ପକ୍ଷରୁ ଚେତାବନୀ: ଅସହ୍ୟ ଗରମ, ପ୍ରାକୃତିକ ବିପର୍ଯ୍ୟୟ, ଅସ୍ୱାଭାବିକ ବର୍ଷା ବଢ଼ାଇପାରେ ଦେଶବାସୀଙ୍କ ଚିନ୍ତା

ନୂଆଦିଲ୍ଲୀ: ଆଗକୁ ଭୟଙ୍କର ଗରମ ଅନୁଭୂତ ହୋଇପାରେ । ଏଥିସହିତ ମୌସୁମୀରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଏହି କାରଣରୁ ଏଲ ନିନୋ ଦୁର୍ବଳ ହୋଇପାରେ । ଆସନ୍ତା ତିନି ମାସରେ ବିଶ୍ୱର ଅଲଗା ଅଲଗା ସ୍ଥାନରେ ପାରା ବଢ଼ିବାର ସମ୍ଭାବନା ରହିଛି । ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିପାରେ । ବର୍ଷାର ପ୍ୟାଟର୍ଣ୍ଣ ଉପରେ ଏହାର ପ୍ରଭାବ ପଡ଼ିପାରେ । ଚଳିତ ବର୍ଷ ମାର୍ଚ୍ଚରୁ ମେ ମାସ ମଧ୍ୟରେ ଏଲ ନିନୋର ପ୍ରଭାବ ୬୦ ପ୍ରତିଶତ ରହିବା ସହ ଏପ୍ରିଲରୁ ଜୁନ ମଧ୍ୟରେ ଏହା ସାମାନ୍ୟ ରହିବ । ବିଶ୍ୱ ପାଣିପାଗ ବିଜ୍ଞାନ (ଡବ୍ଲ୍ୟୁଏମଓ) ପକ୍ଷରୁ ଏପରି ଚେତାବନୀ ଦିଆଯାଇଛି ।

ଡବ୍ଲ୍ୟୁଏମଓ ମୁତାବକ, ଚଳିତ ବର୍ଷ ଶେଷ ଆଡ଼କୁ ସ୍ଥିତି ଖରାପ ହୋଇପାରେ । ପ୍ରତି ଦୁଇରୁ ସାତ ବର୍ଷ ମଧ୍ୟରେ ଏଲ ନିନୋ ଆସୁଥିବା ବେଳେ ଏହାର ପ୍ରଭାବ ୯ରୁ ୧୨ ମାସ ପର୍ଯ୍ୟନ୍ତ ରହିଥାଏ । ଏଲ ନିନୋ ଜଳବାୟୁର ଏକ ପ୍ୟାଟର୍ଣ୍ଣ ହୋଇଥିବା ବେଳେ ତାହା ମଧ୍ୟ ଓ ପୂର୍ବ ପ୍ରଶାନ୍ତ ମହାସଗାରରେ ହୋଇଥାଏ । ଏହାଫଳରେ ସମୁଦ୍ରର ତାପମାତ୍ରା ସାମାନ୍ୟଠାରୁ ଅଧିକ ହୋଇଯାଇଥାଏ ।

ବୈଜ୍ଞାନିକଙ୍କ ମୁତାବକ, ଇକ୍ୱେଟର ଲାଇନର ଆଖାପାଖରେ ପ୍ରଶାନ୍ତ ମହାସାଗରରେ ରହିଥିବା ଏଲ ନିନୋ ଚଳିତ ବର୍ଷ ଏପ୍ରିଲ ମାସରେ ବିଦାୟ ନେଇପାରେ । ଜୁଲାଇରେ ଏହା ଲା ନିନା ସ୍ଥିତିକୁ ଆସିପାରେ । ସେପ୍ଟେମ୍ବରରୁ ନଭେମ୍ବର ଏହା ଲା ନିନା ରୂପ ନେବାର ୭୦ ପ୍ରତିଶତ ସମ୍ଭାବନା ରହିଛି । ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ ଓ ବିହାର ପରି ରାଜ୍ୟମାନଙ୍କରେ ପୁଣି ବର୍ଷାର ଅଭାବ ଭଳି ସ୍ଥିତି ଦେଖିବାକୁ ମିଳିପାରେ । ୩ ବର୍ଷ ଧରି ଚାଲିବା ପରେ ଗତବର୍ଷ ମାର୍ଚ୍ଚରେ ଲା ନିନା ସମାପ୍ତ ହୋଇଥିଲା । ଏପରି ସ୍ଥିତିରେ ଗତବର୍ଷ ଭଲ ମୌସୁମୀ ବର୍ଷା ହୋଇଥିଲା, ଯାହାକି ଅକ୍ଟୋବର ପର୍ଯ୍ୟନ୍ତ ଚାଲିଥିଲା । ଏଥିସହତ ଫ୍ଲାସ ଫ୍ଲଏଡ ଓ ଭୂସ୍ଖଳନ ମଧ୍ୟ ଦେଖିବାକୁ ମିଳିଥିଲା । ମନୁଷ୍ୟର କାର୍ଯ୍ୟକଳାପ କାରଣରୁ ଜଳବାୟୁରେ ପରିବର୍ତ୍ତନ ଦେଖାଯାଉଛି, ଯାହାର ପ୍ରଭାବ ଏଲ ନିନୋ ଉପରେ ପଡ଼ୁଛି । ୧୦ ମାସ ହେଲା ଲଗାତର ଭାବେ ସମୁଦ୍ରର ତାପମାତ୍ରା ବଢ଼ୁଛି । ଚଳିତ ବର୍ଷ ଜାନୁଆରୀ ମାସରେ ସାମୁଦ୍ରିକ ତାପମାତ୍ରା ସର୍ବାଧିକ ରହିବା ସହ ରେକର୍ଡ ଭାଙ୍ଗିଥିଲା । ଏହା ନିଶ୍ଚିତ ଭାବେ ଚିନ୍ତାଜନକ ।

Get real time updates directly on you device, subscribe now.