fbpx

(video)ଶିଶୁ ସନ୍ତାନ ସହିତ ମହିଳା କରିବାକୁ ଯାଉଥିଲେ ଆତ୍ମହତ୍ୟା, ତା’ପରେ ଘଟିଲା ଏପରି ଚମତ୍କାର

ନୂଆଦିଲ୍ଲୀ: କାହା ଜୀବନ କିପରି ଅତିବାହିତ ହେଉଛି ଏ ବିଷୟରେ ଆମେ କେହି ବି ଅନୁମାନ ଲଗାଇ ପାରିବା ନାହିଁ । କେତେବେଳେ ପୁଣି କିଏ ଜୀବନ ପ୍ରତି ବୀତସ୍ପୃହ ହୋଇ ନିଜକୁ ଶେଷ କରିଦେବାକୁ ଉଦ୍ୟମ କରୁଛି ତାହା ବି ଆମେ ଜାଣିପାରିବା ନାହିଁ । ଆମେ କେବଳ ଏହା କରିପାରିବା କି ନିଜ ଆଖି ସାମ୍ନାରେ କାହାକୁ ମରିବାକୁ ଦେଇପାରିବା ନାହିଁ । ଏପରି ଏକ ଭିଡିଓ ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଥିଲା ଯାହା ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏହି ଭିଡିଓକୁ ଦେଖିବା ପରେ ସମସ୍ତେ ଚକିତ ହୋଇଯାଇଛନ୍ତି ।

ଭିଡିଓରେ ଜଣେ ମହିଳା ନିଜ ଶିଶୁ ସନ୍ତାନ ସହିତ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବାର ଦେଖିବାକୁ ମିଳୁଛି । କିନ୍ତୁ ଏହି ସମୟରେ ଏପରି କିଛି ଚମତ୍କାର ହେଉଛି ଯଦ୍ୱାରା ମହିଳା ଓ ଶିଶୁର ଜୀବନ ରକ୍ଷା ହୋଇଯାଉଛି । ଭିଡିଓରେ ପ୍ରଥମେ ଦେଖିବାକୁ ମିଳୁଛି କି ଜଣେ ମହିଳା ନିଜ ଶିଶୁ ସନ୍ତାନ ସହିତ ରାସ୍ତାରେ ଯାଉଛନ୍ତି । ଏହି ସମୟରେ ହଠାତ୍ ମହିଳା ଜଣକ ପିଲାକୁ କୋଳରେ ଧରି ପୋଲ ପାଖକୁ ଆସି ପାଣିକୁ ଡେଇଁବାକୁ ଉଦ୍ୟମ କରୁଛନ୍ତି । ଜଣେ ବସ୍ ଡ୍ରାଇଭରଙ୍କ ନଜର ମହିଳାଙ୍କ ଉପରେ ପଡୁଛି ଓ ସେ ନିଜ ବସ୍‌କୁ ଅଟକାଇ ମହିଳାଙ୍କ ପାଖକୁ ଧାଇଁ ଆସି ତାଙ୍କୁ ଆତ୍ମହତ୍ୟା କରିବାରୁ ରକ୍ଷା କରି ଦେଇଛନ୍ତି । ସେ ପ୍ରଥମେ ପିଲାକୁ ମହିଳାଙ୍କ କୋଳରୁ ଛଡାଇ ଆଣୁଛନ୍ତି ଓ ପରେ ସେହି ମହିଳାଙ୍କୁ ବସ୍‌କୁ ଫେରାଇ ଆଣୁଛନ୍ତି ।

ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ @ThebestFigen ନାମକ ୟୁଜର ସେୟାର କରିଛନ୍ତି । ଭିଡିଓକୁ ଏ ପର୍ଯ୍ୟନ୍ତ ୮ ଲକ୍ଷ ଲୋକ ଦେଖିସାରିଥିବା ବେଳେ ୬ ହଜାର ଲୋକ ଲାଇକ୍ କରିଛନ୍ତି ।

Get real time updates directly on you device, subscribe now.