fbpx

୩୦୦ ଟଙ୍କାର ଲିପଷ୍ଟିକ କିଣି ଠକାମିର ଶିକାର ହେଲେ ମହିଳା: ଲୁଟିନେଲେ ୧ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଅନଲାଇନ୍ ଠକେଇ ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଠକମାନେ ଜାଲିଆତି କରିବା ପାଇଁ ବିଭିନ୍ନ ପ୍ରକାର ପଦ୍ଧତି ଅବଲମ୍ବନ କରୁଛନ୍ତି । ତେବେ ଏହା ମଧ୍ୟରେ ମହାରାଷ୍ଟ୍ରର ନଭି ମୁମ୍ବାଇରେ ଏହିପରି ଠକେଇର ଏକ ମାମଲା ସାମ୍ନାକୁ ଆସିଛି। ଜଣେ ୩୧ ବର୍ଷୀୟ ଡାକ୍ତର ଇ-କମର୍ସ ପୋର୍ଟାଲରୁ ୩୦୦ ଟଙ୍କା ମୂଲ୍ୟର ଲିପଷ୍ଟିକ୍ ଅର୍ଡର କରିବା ପରେ ୧ ଲକ୍ଷ ଟଙ୍କାର ଠକାମିର ଶିକାର ହୋଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଡାକ୍ତର ଜଣଙ୍କ କିଛିଦିନ ତଳେ ଏକ ଅନଲାଇନ ସାଇଟରୁ ଏକ ଲିପଷ୍ଟିକ ଅର୍ଡ଼ର କରିଥିଲେ । ଅର୍ଡର ଦେବାର କିଛି ଦିନ ପରେ କୋରିୟର କମ୍ପାନୀରୁ ତାଙ୍କୁ ଏକ ମେସେଜ ଆସିଥିଲା ଯେଉଁଥିରେ ତାଙ୍କର ଅର୍ଡ଼ର ଡେଲିଭରୀ ହୋଇଯାଇଥିବା ଲେଖାଯାଇଥିଲା । ଯଦିଓ ମହିଳାଙ୍କୁ ତାଙ୍କର ପ୍ରଡକ୍ଟ ମିଳିନଥିଲା । ତେବେ ଏ ବାବଦରେ ମହିଳା ଜଣଙ୍କ କମ୍ପାନୀର ହେଲ୍ପଲାଇନ ନମ୍ବରରେ ଯୋଗାଯୋଗ କରିବାପରେ ତାଙ୍କୁ ଜଣେ କଷ୍ଟମର ସର୍ଭିସରୁ ଜଣେ ପ୍ରିତିନିଧିଙ୍କ ଯୋଗ କରାଯାଇଥିଲା ।

ଏହା ପରେ ପୀଡ଼ିତା ଜଣଙ୍କୁ ଅର୍ଡ଼ର ଅଟକି ଯାଇଥିବା କାରଣରୁ ତାଙ୍କୁ ପ୍ରଥମେ ଉକ୍ତ କମ୍ପାନୀ ଆକାଉଣ୍ଟକୁ ୨ ଟଙ୍କା ପଠାଇବାକୁ କୁହାଯାଇଥିଲା । ହେଲେ ମହିଳା ଜଣଙ୍କ ଏପରି କରିବା ପାଇଁ ମନା କରି ଦେଇଥିଲେ । ଏହା ପରେ ମହିଳାଙ୍କ ଫୋନକୁ ଏକ ୱେବ ଲିଙ୍କ ଆସିଥିଲା ଏବଂ ଏହି ଲିଙ୍କରେ ଯାଇ ଏହାକୁ ଡାଉନଲୋଡ଼ କରି ଏଥିରେ ନିଜର ବ୍ୟାଙ୍କ ଡିଟେଲ ଭର୍ତ୍ତି କରିବାକୁ କୁହାଯାଇଥିଲା । ଏହା ସହିତ ମହିଳାଙ୍କୁ ଲିଙ୍କ କରିବା ପାଇଁ ମଧ୍ୟ ମେସେଜ ମିଳିଥିଲା । କିନ୍ତୁ ମହିଳା ଜଣଙ୍କ ଏ ବାବଦରେ କଲ କରିଥିବା ବ୍ୟକ୍ତିଙ୍କୁ ପଚାରିବାରୁ ସେ ମହିଳାଙ୍କୁ ତାଙ୍କର ଅର୍ଡ଼ର ଡେଲିଭର ହୋଇଯିବ ବୋଲି ଆଶ୍ୱାସନା ନେଇଥିଲେ ।

ତେବେ ଏହା ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପ୍ରଥମେ ୯୫,୦୦୦ ଏବଂ ପରେ ୫୦୦୦ ଟଙ୍କା କଟିଯାଇଥିଲା। ପୀଡ଼ିତା ଜଣଙ୍କ ଏ ନେଇ ମୋବାଇଲରେ ମେସେଜ ପାଇବା ପରେ ସାଇବର ଠକେଇର ଶିକାର ହୋଇଥିବା ଜାଣିପାରିଥିଲେ । ତେବେ ସେ ଏନେଇ ନେରୁଲର ସାଇବର ପୋଲିସ ଥାନାରେ ଅଭିଯୋଗ କରିଥିଲେ। ତେବେ ପୁଲିସ ମହିଳାଙ୍କ ଅଭିଯୋଗ ଆଧାରରେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Get real time updates directly on you device, subscribe now.