fbpx
BSKY
BJD YOUTH SKY
BJD MS SKY

ସାବଧାନ୍ !୧ ଜାନୁଆରୀରୁ ବନ୍ଦ ହୋଇଯିବ ଗୁଗୁଲ ପେ’, ପେଟିଏମ୍ ଓ ଫୋନ୍ ପେ’ର UPI ID, ଜାଣନ୍ତୁ କ’ଣ ରହିଛି କାରଣ

ନୂଆଦିଲ୍ଲୀ: ଯଦି ଆପଣ ଗୁଗୁଲ୍ ପେ, ପେଟିଏମ୍ କିମ୍ବା ଫୋନ୍ ପେରେ ୟୁପିଆଇ ବ୍ୟବହାର କାରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଡିସେମ୍ବର ୩୧ ରୁ ଅନେକ ବ୍ୟବହାରକାରୀଙ୍କ ୟୁପିଆଇ ଆଇଡି ବନ୍ଦ କରିବାକୁ ଏନପିସିଆଇ ନିର୍ଦ୍ଦେଶ ଦେଇଛି । ଗୁଗୁଲ୍ ପେ, ପେଟିଏମ୍ ଏବଂ ଫୋନ୍ ପେ କୁ ଏନପିସିଆଇ ଏକ ସର୍କୁଲାର୍ ଜାରି କରିଛି ଯେ ଏକ ବର୍ଷ ପାଇଁ ଯେଉଁ ୟୁପିଆଇ ଆଇଡି ଆକ୍ଟିଭ୍ ହୋଇନାହିଁ, ଅର୍ଥାତ୍ ଯେଉଁ ଉପଭୋକ୍ତାମାନେ ଗୋଟିଏ ବର୍ଷ ପାଇଁ କୌଣସି ୟୁପିଆଇ ଆଇଡିରୁ କାରବ।।ର କରିନାହାଁନ୍ତି, ତେବେ ତାହା ୩୧ ଡିସେମ୍ବର ୨୦୨୩ରେ ବବ୍ଦ କରାଯିବ ।

ଏନପିସିଆଇ କ’ଣ?
ଏନପିସିଆଇ ଏକ ନନ୍-ପ୍ରଫିଟ୍ ଅର୍ଗାନାଇଜେସନ୍, ଯାହାକି ଭାରତର ଖୁଚୁରା ଦେୟ ଏବଂ ସମାଧାନ ବ୍ୟବସ୍ଥା । ଏହାର ଅର୍ଥ ହେଉଛି ଫୋନ୍ ପେ, ଗୁଗୁଲ୍ ପେ ଏବଂ ପେଟିଏମ୍ ଭଳି ଆପ୍ ଏହାର ମାର୍ଗଦର୍ଶନରେ କାମ କରେ । ଏହା ସହ ଯେକୌଣସି ପ୍ରକାରର ବିବାଦ ହେଲେ ଏନପିସିଆଇ ଏହାର ମଧ୍ୟସ୍ଥି ଭାବରେ କାର୍ଯ୍ୟ କରେ ।

ଏନପିସିଆଇ ନିୟମ କ’ଣ କହୁଛି?

ଏନପିସିଆଇ ର ସର୍କୁଲାର ଅନୁଯାୟୀ, ୧ ବର୍ଷ ପାଇଁ ବ୍ୟବହୃତ ହୋଇନଥିବା ୟୁପିଆଇ ଆଇଡି ବନ୍ଦ କରିବାର କାରଣ ହେଉଛି ୟୁଜର୍ସଙ୍କ ସିକ୍ୟୁରିଟୀ । ଆଜିକାଲି ଅନଲାଇନ୍ ଠକେଇ ଭଳି ଅନେକ ମାମଲା ସାମ୍ନାକୁ ଆସୁଛି । ଯେଉଁଠାରେ ଅନଲାଇନ୍ ୟୁପିଆଇ ଆଇଡି ମାଧ୍ୟମରେ ମଧ୍ୟ ସ୍କାମ ଘଟୁଛି । ଏଭଳି ପରିସ୍ଥିତିରେ ଅନଲାଇନ୍ ୟୁପିଆଇ ମାଧ୍ୟମରେ ଘଟୁଥିବା ସ୍କାମକୁ ରୋକିବା ପାଇଁ ଏନପିସିଆଇ ଏହି ନିର୍ଦ୍ଦେଶ ଦେଇଛି । ଅନେକ ଥର ଉପଭୋକ୍ତାମାନେ ସେମାନଙ୍କର ପୁରୁଣା ନମ୍ବରକୁ ଡିଲିଙ୍କ ନକରି ଏକ ନୂଆ ଆଇଡି ସୃଷ୍ଟି କରନ୍ତି, ଯାହା ଠକାମୀର କାରଣ ହୋଇପାରେ । ଏଭଳି ପରିସ୍ଥିତିରେ ଏନପିସିଆଇ ଦ୍ୱାରା ପୁରୁଣା ଆଇଡି ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.