fbpx
BSKY SKY
BSKY SKY

ଅନ୍ଧାରରେ ଚାଲିଛି ଡାକ୍ତରଖାନା, ମହମବତୀ, ମୋବାଇଲ ଫୋନ ସାହାଯ୍ୟରେ ପ୍ରସବ କରାଇଲେ ଡାକ୍ତର

BSKY

ମହମବତୀ, ମୋବାଇଲ ଆଲୁଅରେ ପ୍ରସବ କରାଇଲେ ଡାକ୍ତର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆନ୍ଧପ୍ରଦେଶରେ । ଗୁରୁବାର ଆନ୍ଧ୍ରପ୍ରଦେଶରେ ରାଜ୍ୟବାପୀ ରାତି ସମୟରେ ବିଦ୍ୟୁତ୍ କାଟ ସମସ୍ୟା ଦେଖାଦେଇଥିଲା । ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରେ ମେଡିକାଲମାନଙ୍କରେ ନାହିଁ ନଥିବା ସମସ୍ୟା ଦେଖା ଦେଇଛି । ଏପରିକି କିଛି ସ୍ଥାନରେ ମୋବାଇଲ ଲାଇଟ୍, ଟର୍ଚ୍ଚ ଏବଂ ମହମବତୀ ସାହାଯ୍ୟରେ ଡାକ୍ତର ପ୍ରସବ କରାଇଥିବା ଖବର ଆସିଛି ।

ଖବର ଅନୁସାରେ ନରସିମପାଟନାଠାରେ ଥିବା ଏନଟିଆର ସରକାରୀ ଡାକ୍ତରଖାନାରେ ବିଦ୍ୟୁତ୍ ନଥିବାରୁ ଡାକ୍ତରମାନେ ବାଧ୍ୟ ହୋଇ ମୋବାଇଲ ଲାଇଟ୍ ଏବଂ ମହମବତୀ ସାହାଯ୍ୟରେ ପ୍ରସବ କରାଇଥିଲେ । ସେହିପରି ଜଙ୍ଗାରେଡିଗୁଡେମ୍ ଅଞ୍ଚଳରେ ମଧ୍ୟ ସମାନ ସମସ୍ୟା ଦେଖା ଦେଇଥିଲା । ଏହି ଅଞ୍ଚଳର ରୋଗୀମାନେ ଘଣ୍ଟାଘଣ୍ଟା ଧରି ବିଦ୍ୟୁତ୍ ଅଭାବରୁ ହନ୍ତସନ୍ତ ହୋଇଥିଲେ । ମେଡିକାଲରେ ଥିବା ମହିଳା ବିଭାଗରେ ଆଦୌ ଲାଇଟ ନଥିଲା । ମେଡିକାଲରେ ଥିବା ଜେନେରେଟରେ ତେଲ ନଥିବାରୁ ତାହା ନଥିବା ପ୍ରାୟ ହୋଇଥିଲା । ଏପରି ସ୍ଥଳେ ଡାକ୍ତରଖନା ଡାକ୍ତରଖାନା କର୍ମଚାରୀ ସମ୍ପୁର୍ଣ୍ଣ ରାତି ଯାକ ଅନ୍ଧାରରେ ସଂଘର୍ଷ କରୁଥିଲେ ।

ରାଜ୍ୟରେ ବଢୁଥିବା ଗରମକୁ ନଜରରେ ରଖି ରାଜ୍ୟ ବିଦ୍ୟୁତ୍ ପରିବହନ ନିଗମ ଶିଳ୍ପାଞ୍ଚଳମାନଙ୍କୁ ୫୦% ବିଦ୍ୟୁତ୍ କାଟ ଘୋଷଣା କରିଛନ୍ତି । ଆଗାମୀ ୧୫ ଦିନ ଯାଏଁ ଶିଳ୍ପାଞ୍ଚଳମାନଙ୍କରେ ଏପରି ବିଦ୍ୟୁତ୍ କାଟ କରାଯିବ । ତେବେ ରାଜ୍ୟରେ ବର୍ତ୍ତମାନ ବିଦ୍ୟୁତ୍ ଯୋଗାଣର ଅଭାବ ଦେଖାଯାଇଛି । ରାଜ୍ୟ ସରକାର ନିଜର ସମସ୍ତ ସମ୍ବଳ ବ୍ୟବହାର କରି ମଧ୍ୟ ପ୍ରତିଦିନ ରାଜ୍ୟରେ ୫ ଲକ୍ଷ ୟୁନିଟ୍ ବିଦ୍ୟୁତ୍ ଅଭାବ ଦେଖା ଦେଇଛି ।

ରାଜ୍ୟରେ ଉପୁଜିଥିବା ଏହି ସମସ୍ୟାକୁ ନେଇ ବିରୋଧୀ ସରକାରଙ୍କୁ ଘେରିବାକୁ ପ୍ରୟାସ କରିଛନ୍ତି । ପୁର୍ବରୁ ବଢୁଥିବା ବୁଦ୍ୟୁତ୍ ଦରକୁ ବିରୋଧ କରି ବିରୋଧୀ ସରକାର ବିରୋଧ ପ୍ରଦର୍ଶନ କରୁଛନ୍ତି । ପୁର୍ବତ୍ତନ ମୁଖ୍ୟମନ୍ତ୍ରୀ ତଥା ଡିଡିପି ଦଳର ମୁଖ୍ୟ ଏନ ଚନ୍ଦ୍ରବାବୁ ରାଇଡୁ ରାଜ୍ୟରେ ଦେଖା ଦେଇଥିବା ବିଦ୍ୟୁତ୍ ସମସ୍ୟା ପାଇଁ ଜଗନମୋହନ ରେଡ୍ଡୀ ସରକାରଙ୍କୁ ଦାୟୀ କରିଛନ୍ତି ।

Get real time updates directly on you device, subscribe now.