fbpx
BJD
BJD SKY
BJD SKY

ଫ୍ଲାଇଟ୍ ସିଟରେ ହୋଇଗଲା ମା’ଙ୍କ ମୃତ୍ୟୁ, ଆକାଶରେ ୮ ଘଣ୍ଟା ଧରି ଶବ ସହ ଯାତ୍ରା କରୁଥିଲେ ପିଲା

BJD

ଫ୍ଲାଇଟ୍ ଦୁର୍ଘଟଣାରେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା କଥା ଆପଣ ଜାଣିଥିବେ । କିନ୍ତୁ ଫ୍ଲାଇଟରେ ଜଣେ ବ୍ୟକ୍ତି ଶୋଇବା ଅବସ୍ଥାରେ ମୃତ୍ୟୁ ହୋଇଥବା କଥା ଶୁଣିଛନ୍ତି କି, ଖାଲି ସେତିକି ନୁହେଁ ମହିଳାଙ୍କ ମୃତ୍ୟୁ ବିଷୟରେ ତାଙ୍କ ସହ ଯାତ୍ରା କରୁଥିବା ନିଜ ପରିବାର ଲୋକ ମଧ୍ୟ ଜାଣିପାରିନଥିଲେ ଏବଂ ପ୍ରାୟ ୮ ଘଣ୍ଟା ଧରି ଶବ ସହ ଯାତ୍ରା କରିଥିଲେ ।

ହେଲେନ୍ ରୋଡ୍ସ ନିଜ ବାପା-ମାଙ୍କୁ ଦେଖିବା ପାଇଁ ହଙ୍ଗ କଙ୍ଗ ରୁ ବ୍ରିଟେନ୍ ଫ୍ଲାଇଟ ଯୋଗେ ଯାଉଥିଲେ । କିନ୍ତୁ ଯାତ୍ରା ସମୟରେ ତାଙ୍କର ଫ୍ଲାଇଟରେ ହିଁ ମୃତ୍ୟୁ ହୋଇଯାଇଥିଲା । ତେବେ ତାଙ୍କର ମୃତ୍ୟୁର କାରଣ ଜଣାପଡ଼ିନାହିଁ ।  ହେଲେନଙ୍କ ଜଣେ ସାଙ୍ଗ ଏନେଇ ଗୋଫଣ୍ଡରେ ଏକ ପୋଷ୍ଟ ସେୟାର କରିଥିଲେ । ଡେଲିମେଲ୍ ର ଏକ ରିପୋର୍ଟ ଅନୂଯାୟୀ ପିଲାମାନେ ମା’ ଶବ ସହ ୮ ଘଣ୍ଟା ଧରି ଯାତ୍ରା କରିଥିଲେ ।

ତେବେ ଘଟଣା ଜଣାପଡ଼ିବା ପରେ ଫ୍ଲାଇଟକୁ ଜର୍ମାନୀରେ ରୋକାଯାଇଥିଲା, ଯେଉଁଠାରେ ତାଙ୍କ ମୃତ ଶରୀରକୁ ଓହ୍ଲାଯାଇଥିଲା । ଏହା ପରେ ହେଲେନଙ୍କ ବିନା ତାଙ୍କ ପରିବାର ଆଗକୁ ଯାତ୍ରା କରିଥିଲେ । କୁହାଯାଉଛି ଏହି ଘଟଣା ଅଗଷ୍ଟ ୫ ତାରିଖର ।

Get real time updates directly on you device, subscribe now.