fbpx

 (video) ମା’ କୋଳରେ ଥିଲେ ଭୟ କାହାକୁ, ସୋସିଆଲ୍ ମିଡିଆରେ ସେୟାର ହୋଇଥିବା ଏହି ଭିଡିଓଟି ଆପଣଙ୍କୁ ଭାବୁକ କରିଦେବ ନିଶ୍ଚୟ

Advertisement

ନୂଆଦିଲ୍ଲୀ: ଦୁନିଆରେ ଆମକୁ ସବୁଠାରୁ ଅଧିକ ମା’ ହିଁ ଭଲ ପାଇଥାଏ । କେବଳ ଭଲ ପାଇଥାଏ ନୁହେଁ ସନ୍ତାନ ଲାଗି ମା ନିଜ ଜୀବନକୁ ବାଜି ଲଗାଇ ଦେବାକୁ ବି ପଛାଏ ନାହିଁ । ସେଥିପାଇଁ ମାକୁ ଭଗବାନଙ୍କ ଠାରୁ ବି ଉଚ୍ଚା ଆସନ ମିଳିଛି । ନିଜ ପିଲାକୁ ଭଲରେ ଗଢିବା ଲାଗି ମା ଘର କାମ ଠାରୁ ଆରମ୍ଭ କରି ବାହାର କାମ ପର୍ଯ୍ୟନ୍ତ ସମ୍ଭାଳିବାକୁ ଅଣ୍ଟାଭିଡି ବାହାରି ପଡେ । ଏବେ ସୋସିଆଲ୍ ମିଡିଆରେ ଏପରି ଜଣେ ମା’ର ଭିଡିଓ ଭାଇରାଲ୍ ହେଉଛି ଯାହା ଦେଖିବା ପରେ ଆପଣଙ୍କ ଆଖିରେ ଲୁହ ଆସିଯିବ ।

&n

 

View this post on Instagram

 

A post shared by Viral Bhayani (@viralbhayani)

bsp;

ଏହି ଭିଡିଓରେ ଦେଖିବାକୁ ମିଳୁଛି ଜଣେ ମହିଳା ଇ-ରିକ୍ସା ଚଳାଉଛନ୍ତି ଓ ତାଙ୍କ କୋଳରେ ରହିଛି ଏକ ଛୋଟ ଶିଶୁ । ଏଥିରୁ ଜଣାପଡୁଛି ମହିଳା ଜଣକ ଏପରି ଅସହାୟ ଯେ, ତାଙ୍କର କେଇମାସର ଶିଶୁକୁ ସାଥିରେ ଧରି ଅଟୋ ଚଳାଇବାକୁ ବାଧ୍ୟ ହୋଇଛନ୍ତି । ପରିବାରର ଭରଣ ପୋଷଣ ଓ ଶିଶୁର ସୁରକ୍ଷା ଲାଗି ସେ ଏପରି କରିବାକୁ ବାଧ୍ୟ ହୋଇଛନ୍ତି । ମହିଳା ଜଣକ ଗୋଟିଏ ହାତରେ ଇ-ରିକ୍ସା ହ୍ୟାଣ୍ଡେଲ ଧରିଛନ୍ତି ଓ ଅନ୍ୟ ହାତରେ ନିଜ ଛୁଆକୁ କୋଳରେ ଧରିଛନ୍ତି ।@viralbhayani ର ଇନଷ୍ଟାଗ୍ରାମ ପେଜ୍ ରେ ଏହି ଭିଡିଓ ସେୟାର କରାଯିବା ପର ଠାରୁ ଏହା ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି । ଯଦିଓ ଏହି ଭିଡିଓଟି କେଉଁଠିକାର ସେ ବିଷୟରେ କିଛି ସୂଚନା ମିଳିନାହିଁ ତଥାପି ଏହି ମା ଉପରେ ୟୁଜର ପ୍ରଶଂସା ଢାଳି ଦେଇଛନ୍ତି । ଏହି ଭିଡିଓଟି ଲୋକମାନଙ୍କୁ ଭାବୁକ କରି ଦେଇଛି । ଦୁନିଆର ସବୁ ମା’ଙ୍କୁ ସଲାମ କରିଛନ୍ତି ଜଣେ ୟୁଜର । ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯାହାର ମା ଅଛି ତାହାର ଡର କାହାକୁ ।

 

Get real time updates directly on you device, subscribe now.