fbpx

ଅସହାୟର ଫାଇଦା ଉଠାଇ କରୁଥିଲେ ଗଣଦୁଷ୍କର୍ମ, 7 ମାସର ଗର୍ଭବତୀ ପରେ ବି ଛାଡିନଥିଲେ..

woman gang raped for months in dhenkanal 3 detained

ଢେଙ୍କାନାଳ: ଢେଙ୍କାନାଳରେ ଲଜ୍ଜା । ସୀମା ଟପିଲା ବର୍ବରତା ।  ଅସହାୟ ଯୁବତୀବୁ ଅନେକ ଦିନ ଧରି ଗଣ ଦୁଷ୍କର୍ମ କରୁଥିବା ଅଭିଯୋଗ । ତେବେ ପୀଡିତା ଜଣକ ଅସହାୟ ହୋଇଥିବା ବେଳେ ଫାଇଦା ଉଠେଇ ଥିଲେ ଦୁର୍ବୃତ୍ତ । ତେବେ ସେ ଗର୍ଭବତୀ ରହିଥିବା ଜାଣି ମଧ୍ୟ ରାକ୍ଷସ ଭଳି ଦୁଷ୍କର୍ମ କରି ଆସୁଥିଲେ । ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି ଲଜ୍ଜା ଜନକ ଘଟଣା । ତେବେ ଏହି ଖବର ପ୍ରସାରିତ ହେବା ପରେ ଏବେ ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ପୋଲିସ 3ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ।

କଥାରେ ଅଛି ଦୁଃଖ ଯେତେବେଳେ ଆସେ ପରିବାର ପରିଜନଙ୍କୁ ସାଙ୍ଗରେ ନେଇ ଆସେ । ଏହି ଉକ୍ତି ଢେଙ୍କାନାଳର ପୀଡିତାଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ଭଳି ମନେ ହେଉଛି । ଯୁବତୀଙ୍କର ପ୍ରଥମେ ମାଆଙ୍କର ଦେହାନ୍ତ ହୋଇଯାଇଥିଲା । ଅନ୍ୟପଟେ ବାପା ମଧ୍ୟ ମାନସିକ ବିକାରଗ୍ରସ୍ତ ଥିଲେ । ତେବେ ଏହାର ଫାଇଦା ଉଠାଇ ପ୍ରତିଦିନ ରାତିରେ ଏକାଧିକ ଯୁବକ ପୀଡିତାଙ୍କ ଘରକୁ ଆସି ଦୁଷ୍କର୍ମ କରୁଥିବା ଅଭିଯୋଗ ହୋଇଛି । ତେବେ ପୀଡିତା ଗର୍ଭବତୀ ଥିବା ଜାଣି ମଧ୍ୟ ଦୁଷ୍କର୍ମ କରି ଆସୁଥିଲେ । ତେବେ ପୀଡିତା ବର୍ତ୍ତମାନ 7 ମାସର ଗର୍ଭବତୀ ରହିଥିବା ସୂଚନା ରହିଛି । ଏହି ଘଟଣାରେ ସଦର ଥାନା ପୋଲିସ 3ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ଏହି ବର୍ବର କାଣ୍ଡକୁ ନେଇ ସାରା ରାଜ୍ୟରେ ହଇଚଇ ଦେଖାଯାଇଛି । ଅନ୍ୟପଟେ ଏହି ଘଟଣାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଏହି ଖବର ଶୁଣି ମର୍ମାହତ । ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ସହିତ ଏହି ବିଷୟରେ ଆଲୋଚନା କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପରାମର୍ଶ ଦେଇଥିବା କଥା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

 

Get real time updates directly on you device, subscribe now.